First RIDF Meeting ଆର୍ଆଇଡିଏଫ୍ ପ୍ରଥମ ବୈଠକ, ଅଧିକ ପ୍ରକଳ୍ପ ମଞ୍ଜୁରପାଇଁ ନାବାର୍ଡକୁ ପରାମର୍ଶ
"ଭୁବନେଶ୍ୱର: ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ୍ ) ସମ୍ପର୍କିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ପ୍ରଥମ ବୈଠକ ଆଜି(ଶୁକ୍ରବାର) ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ପାଇଁ ଆରଆଇଡିଏଫ୍ ଅଧୀନରେ ଅଧିକ ସଂଖ୍ୟକ ପ୍ରକଳ୍ପ ମଞ୍ଜୁର କରିବାକୁ ନାବାର୍ଡକୁ ଅନୁରୋଧ କରାଯାଇଛି ।Advertisment Deoranjan Singh Development Commissioner: ଦେଓରଞ୍ଜନ ସିଂହ ଉନ୍ନୟନ କମିସନର: ସତ୍ୟବ୍ରତ ସାହୁ ରାଜସ୍ବ ପର୍ଷଦ ସଦସ୍ୟ ଆରଆଇଡିଏଫ୍ କାର୍ଯ୍ୟକାରୀ କରୁଥିବା ବିଭାଗଗୁଡ଼ିକୁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବ୍ୟୟ ପ୍ରତିପୂରଣ ଦାବି ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି ।
ଏଥିସହ, ବ୍ୟୟ ହେବା ପରେ ତୁରନ୍ତ ପ୍ରତିପୂରଣ ଦାବି ଦାଖଲ କରିବାକୁ ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଇଛି।
ଯାହାଦ୍ୱାରା ଆରଆଇଡିଏଫ୍ ପାଣ୍ଠିର ସମୟୋଚିତ ବଣ୍ଟନ ସୁନିଶ୍ଚିତ ହୋଇପାରିବ।
ଆରଆଇଡିଏଫ୍ ଅଧୀନରେ ବିଭିନ୍ନ କ୍ଷେତ୍ରକୁ ପ୍ରାଥମିକତା ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏଥିସହ, ପାଣ୍ଠି ଅଧୀନରେ ଥିବା ପ୍ରାଥମିକତା କ୍ଷେତ୍ର ଓ ଯୋଗ୍ୟ କାର୍ଯ୍ୟକଳାପଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା।
NABARD: ଓଡ଼ିଶାର ଅଗ୍ରାଧିକାର କ୍ଷେତ୍ରର ଋଣ ସମ୍ଭାବନା ୩.୧୫ ଲକ୍ଷ କୋଟି ଆକଳନ କମିଟି ଆରଆଇଡିଏଫ୍ ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ବବର୍ଷରୁ ଚାଲୁଥିବା ଏବଂ ନୂତନ ପ୍ରକଳ୍ପଗୁଡ଼ିକ ପାଇଁ ଆର୍ଥିକ ଅନୁମୋଦନ କରିଛନ୍ତି ।
ଏଥିରେ ଜଳସେଚନ, ବନ୍ୟା ନିୟନ୍ତ୍ରଣ, ସଡ଼କ ଓ ସେତୁ ଯୋଗାଯୋଗ ଏବଂ ଗୋଦାମ ଭିତ୍ତିଭୂମି ଭଳି କ୍ଷେତ୍ର ସାମିଲ ରହିଛି ।
ଏହା ସହିତ, କମିଟି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ମତ୍ସ୍ୟଚାଷ ଓ ଜଳଜୀବ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିଛନ୍ତି ।
ଏଥିସହିତ, କ୍ଷୁଦ୍ର ଜଳସେଚନ ପାଣ୍ଠି ଏବଂ ମତ୍ସ୍ୟଚାଷ ଓ ଜଳଜୀବ ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଛି।
ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିସନର ତଥା ଶାସନ ସଚିବ ଏସ୍ଏନ୍ ଗିରିଶ, ଏମ୍ଏସ୍ଏମ୍ଇ ବିଭାଗର କମିସନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା, ଗ୍ରାମ୍ୟ ଉନ୍ନୟନ ବିଭାଗର କମିସନର ତଥା ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ, କୃଷି ଓ କୃଷକ ସଶକ୍ତି କରଣ ବିଭାଗର କମିସନର ତଥା ଶାସନ ସଚିବ ସଚିନ୍ ରାମଚନ୍ଦ୍ର ଯାଧବ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିସନର ତଥା ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧୁରୀ, ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ବିନୋଦ ଆର୍ଯ୍ୟଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇ ଥିଲେ ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
