Assam:ଆସାମ ଓ ଅରୁଣାଚଳରେ ବର୍ଷା ବିତ୍ପାତ
"ଗୁଆହାଟୀ: ଆସାମ ଓ ଅରୁଣାଚଳପ୍ରଦେଶରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି।
ପ୍ରବଳ ବର୍ଷା ଓ ଅଚାନକ ବନ୍ୟା ଯୋଗୁ ରାସ୍ତାଘାଟ ଜଳମଗ୍ନ ହେବା ସହ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।
ବର୍ଷାଜନିତ କାରଣ ପାଇଁ ଆସାମର ଧେମାଜୀ ଜିଲ୍ଲାରେ ୧୯୬୫ ମସିହାରେ ନିର୍ମିତ ଏକ ରେଳପୋଲ ଭୁଶୁଡ଼ି ପଡ଼ିଛି।
ଗତ କିଛି ଦିନର ବର୍ଷା ଯୋଗୁ ଆସାମର ୬ ଜିଲ୍ଲାରେ ୨୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।Advertisment ଆହୁରି ପଢନ୍ତୁ :Odisha ganja seizure ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୨ କିଗ୍ରା ଗଞ୍ଜେଇ ଜବତ, ୫ ଗିରଫ କେବଳ ଧେମାଜୀରେ ୬୮ ଗାଁ ପ୍ରଭାବିତ ହୋଇଛି।
ପଡ଼ୋଶୀ ଅରୁଣାଚଳ ପ୍ରଦେଶରେ ମଧ୍ୟ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି।
ବିଭିନ୍ନ ତଳିଆ ଅଞ୍ଚଳରେ ଘରଦ୍ବାର ପାଣିରେ ବୁଡ଼ିବା ସହ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।
ଅରୁଣାଚଳର କେୟି ପନୟୋର ଜିଲ୍ଲାରେ ଗତ ଜୁନ୍ ୨୪ ତାରିଖରେ ଆସିଥିବା ଅଚାନକ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ଆଜି ୩କୁ ବୃଦ୍ଧି ପାଇଛି।
ଜଣେ ନିଖୋଜ ବ୍ୟକ୍ତିଙ୍କ ମର ଶରୀର ରବିବାର ପପୁମପରେ ଜିଲ୍ଲାରୁ ମିଳିଛି।
ଏହି ଜିଲ୍ଲାରେ ୧୨୮ଟି ଘର ପ୍ରଭାବିତ ହୋଇଛି।
ସେହିପରି ପୁସା ୟାଜାଲି ଅଞ୍ଚଳରେ ନିପ୍କୋ କଲୋନିରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଅରୁଣାଚଳରେ ମୋଟ୍ ୧୨ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଆହୁରି ପଢନ୍ତୁ :Germany: ଜର୍ମାନୀ ଯୁବ କଲ୍ୟାଣ କେନ୍ଦ୍ରରେ ଗୁଳିକାଣ୍ଡ; ୫ ମୃତ ଅନ୍ୟପକ୍ଷେ ଆସାମ ଓ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଗୃହମନ୍ତ୍ରୀ ଅମିତ ଶାହ କଥା ହୋଇଛନ୍ତି।
୨ ରାଜ୍ୟରେ ବନ୍ୟା ରିଲିଫ୍ ଅପରେସନ୍ ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହଯୋଗ ପ୍ରଦାନ କରାଯିବ ବୋଲି କହିଛନ୍ତି।
ସ୍ଥିତି ସମ୍ପର୍କରେ ଭଲଭାବେ ଅବଗତ ହେବା ପରେ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି।
ଉକ୍ତ ୨ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
"