Ash Transportation Dispute ଦର୍ଲିପାଲିରେ ପାଉଁଶ ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ, ଗୁଳିମାଡ଼ରେ ଜଣେ ମୃତ

Nov 05, 2026 - 22:46
Ash Transportation Dispute  ଦର୍ଲିପାଲିରେ ପାଉଁଶ ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ, ଗୁଳିମାଡ଼ରେ ଜଣେ ମୃତ

ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ସୁନ୍ଦରଗଡ଼ରେ ଭଷ୍ମା ଥାନା ଦର୍ଲିପାଲି ବରୋବଗାରେ ପାଉଁଶ ପରିବହନ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତ ଯୁବକ ଜଣକ ରାଇଜ୍‌ ସଂଗଠନର ସଦସ୍ୟ ଓ ଦର୍ଲିପାଲି ଗାଁର ସୁନୀଲ ନେଟି ଓରଫ ସିଲୁ ବୋଲି ଜଣାଯାଇଛି।

ଏହାପରେ ଦର୍ଲିପାଲିରେ ପ୍ରବଳ ଉତ୍ତେଜନା ସୃଷ୍ଟିହୋଇଛି।

ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Advertisment ଏନଟିପିସି ତାପଜ ବିଦ୍ୟୁତ୍ ପ୍ରକଳ୍ପ ଆଗରେ ବିକ୍ଷୋଭ: ବେଆଇନ ପାଉଁଶ ପରିବହନ ବନ୍ଦ ଓ ସ୍ଥାନୀୟ ନିଯୁକ୍ତି ଦାବି ଏନ୍‌ଟିପିସି ତାପଜ ବିଦ୍ୟୁତ୍‌ ପ୍ରକଳ୍ପର ପାଉଁଶ ପରିବହନ ସମ୍ପର୍କିତ ଘଟଣାରେ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା।

ତାକୁ ନେଇ ଗୁରୁବାର ସନ୍ଧ୍ୟା ସାଢ଼େ ୬ଟାରେ ଗୁଳିମାଡ଼ ହୋଇଥିବା ଅଭିଯୋଗ ହେଉଛି।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁନୀଲଙ୍କୁ ସଂଗଠନର ଅନ୍ୟ ସଦସ୍ୟ ଓ ପୁଲିସ ଉଦ୍ଧାର କରି ପୁଲିସ ଗାଡ଼ିରେ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନା ଆଣିଥିଲେ।

ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତେବେ କିଏ ଗୁଳିମାଡ଼ କରିଛି, ତାହା ସ୍ପଷ୍ଟ ହୋଇନାହିଁ।

ଦୁଇ ଟ୍ରକ ସଂଘର ବିବାଦ ଯୋଗୁଁ ସିପିପି ପ୍ଲାଣ୍ଟରୁ ପାଉଁଶ ପରିବହନ ଠପ୍‌ ଏନ୍‌ଟିପିସି ଦର୍ଲିପାଲିର ବ‌ରୋବଗାସ୍ଥ ପାଉଁଶ ପୋଖରୀରୁ ପାଉଁଶ ପରିବହନ ହେଉଥିଲା।

ଏକ ଗୋଷ୍ଠୀ ସମନ୍ବିତ ପାଉଁଶ ପରିବହନ ମାଲିକ ସଂଘ (ୟୁଏଫଟିଓଏ) ନାମରେ ବେଆଇନ ଭାବେ ଏହାକୁ ନିୟନ୍ତ୍ରଣ କରି ଆସୁଥିଲେ।

ଏହାପରେ ଦର୍ଲିପାଲି, ବରୋବଗାର ଯୁବକଙ୍କୁ ନେଇ ରାଇଜ୍‌ ନାମକ ଅନ୍ୟ ଏକ ସଂଗଠନ ଗଢ଼ି ଉଠିଥିଲା।

ଗୁରୁବାର ବରୋବଗାଠାରେ ସଂଗଠନର ଏକ ବୈଠକ ବସି ପାଉଁଶ ପରିବହନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ।

ବୈଠକ ସରିବା ପରେ ନିଜନିଜ ଘରକୁ ଚାଲି ଯାଇଥିବା ବେଳେ ସୁନୀଲଙ୍କ ସହ କିଛି ଯୁବକ ସଭାସ୍ଥଳରେ ଉପସ୍ଥିତ ଥିଲେ।

ଏହି ସମୟରେ ସଂଘବଦ୍ଧ ହୋଇ କିଛି ଯୁବକ ସେଠାକୁ ଆସି ସୁନୀଲଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ।

ସୁନୀଲ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ି ଯାଇଥିଲେ।

ସାଙ୍ଗରେ ଥିବା ଯୁବକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦର୍ଲିପାଲି ଡାକ୍ତରଖାନାକୁ ଆଣିଥିଲେ।

ସେଠାରୁ ପୁଲିସ ଗାଡ଼ିରେ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାକୁ ଆଣିଥିଲେ।

ନାଲକୋ ପାଉଁଶ ପରିବହନ ବିବାଦରୁ ମାଡ଼ପିଟ ପାଉଁଶ ପରିବହନ ସମ୍ପର୍କିତ ବିବାଦକୁ ନେଇ ଦର୍ଲିପାଲିରେ ପୂର୍ବରୁ ଅନେକ ଥର ଗଣ୍ଡଗୋଳ, ଗୁଳିଚାଳନା ହୋଇଥିଲା।

କିନ୍ତୁ ପାଉଁଶ ପାଇଁ ମୁଣ୍ଡ ଗଡ଼ିବା ପ୍ରଥମ ଘଟଣା ହୋଇଥିବାରୁ ଅଞ୍ଚଳରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)