Welcome!

Unlock your personalized experience.
Sign Up

ASBM ବିଶ୍ବଦ୍ୟାଳୟର ନୂଆ କୁଳପତି ଡ. ସୁଧାଂଶୁ ଶେଖର ରଥ

Jun 09, 2026 - 05:51
ASBM ବିଶ୍ବଦ୍ୟାଳୟର ନୂଆ କୁଳପତି ଡ. ସୁଧାଂଶୁ ଶେଖର ରଥ

ଭୁବନେଶ୍ବର: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ଅର୍ଥନୀତିଜ୍ଞ ପ୍ରଫେସର ଡ. ସୁଧାଂଶୁ ଶେଖର ରଥ ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଶ୍ବବିଦ୍ୟାଳୟର ସର୍ଚ୍ଚ ଆଣ୍ଡ୍‌ ସିଲେକ୍ସନ କମିଟି ତଥା ବୋର୍ଡ ଅଫ୍‌ ଗଭର୍ଣ୍ଣର୍‌ସର ସୁପାରିକ୍ରମେ ବିଶ୍ବବିଦ୍ୟାଳୟର କୁଳାଧ୍ୟକ୍ଷ ପ୍ରଫେସର ଡ. ବିଶ୍ବଜିତ ପଟ୍ଟନାୟକ ତାଙ୍କୁ ତିନି ବର୍ଷ ପାଇଁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। 

ଶ୍ରୀ ରଥ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଓ ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିସନର ପୂର୍ବତନ ସଦସ୍ୟ ଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ପିଏଚ୍‌ଡି କରିଥିବା ଶ୍ରୀ ରଥଙ୍କ ୭୩ଟି ଗବେଷଣାତ୍ମକ ପ୍ରବନ୍ଧ ଦେଶବିଦେଶର ବିଭିନ୍ନ ଜର୍ଣ୍ଣାଲରେ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ASBM University: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟରେ ଲିଟେରାରି ସିମ୍ପୋଜିୟମ

ଅନ୍ୟୁନ ୫୦ଟି ଗବେଷଣା ସମ୍ମିଳନୀରେ ସେ ପ୍ରବନ୍ଧ ଉପସ୍ଥାପନ କରିଛନ୍ତି। ଶିକ୍ଷା ଓ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ସେ ୪୩ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ନିଜ ବାର୍ତ୍ତାରେ ଶ୍ରୀ ରଥ ବିଶ୍ବବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।