Arrest: ତଦନ୍ତରେ ଖୋଲିଲା ଚୋରି ରହସ୍ୟ, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Aug 29, 2026 - 18:49
Arrest: ତଦନ୍ତରେ ଖୋଲିଲା ଚୋରି ରହସ୍ୟ, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

"ଲଇକେରା (ଭରତ ପାତ୍ର): ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଧୀନ ସାନଧୁରିଆମ୍‌ ଅଙ୍ଗନବାଡ଼ି କେନ୍ଦ୍ରରୁ ଦୁଇଟି ଇଣ୍ଡେନ୍‌ ଗ୍ୟାସ୍‌ ସିଲିଣ୍ଡର ଚୋରି ଘଟଣାରେ ତାଲା ଭାଙ୍ଗି ସିଲିଣ୍ଡର ଚୋରି ହେବାର ଗୋଟିଏ ଦିନ ପରେ ଅଭିଯୋଗ ହୋଇଥିବା ବେଳେ, ଲଇକେରା ଥାନା ପୁଲିସ ତଦନ୍ତକୁ ତ୍ୱରାନ୍ୱିତ କରି ଦୁଇଜଣଙ୍କୁ ଗିରଫ କରିବା ସହ ଜଣେ ଅଭିଯୁକ୍ତଙ୍କ ଘରୁ ଚୋରି ହୋଇଥିବା ସିଲିଣ୍ଡର ଦୁଇଟି ଜବତ କରିଛି।

ଗିରଫ ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।Advertisment ପୁଲିସ କହିଛି, ଗତ ୨୭ ତାରିଖ ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସାନଧୁରିଆମ୍‌ ଅଙ୍ଗନବାଡ଼ି କେନ୍ଦ୍ରର ତାଲା ଭାଙ୍ଗି ଭିତରେ ରଖାଯାଇଥିବା ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଚୋରି ହୋଇଥିଲା।

୨୮ ତାରିଖରେ ଅଙ୍ଗନବାଡ଼ି କର୍ମୀ କେନ୍ଦ୍ରକୁ ଆସି ତାଲା ଭଙ୍ଗା ଯାଇଥିବା ଏବଂ ସିଲିଣ୍ଡର ଦୁଇଟି ନଥିବା ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ପରେ ସେହିଦିନ ସନ୍ଧ୍ୟାରେ ଲଇକେରା ଥାନାରେ ଏତଲା ଦିଆଯାଇଥିଲା।

ଏତଲା ମିଳିବା ପରେ ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା।

Ram Mandir: ରାମମନ୍ଦିର ଦାନ ଚୋରି ମାମଲାର ଖବର ପ୍ରକାଶ କରିିଥିବା ସାମ୍ବାଦିକଙ୍କୁ ୟୁପି ପୁଲିସର ଟାର୍ଗେଟ୍‌, ସୁରକ୍ଷା ପ୍ରଦାନ କଲେ ସୁପ୍ରିମ୍‌କୋର୍ଟ ତଦନ୍ତର ବିଭିନ୍ନ ଦିଗ ଖୋଜିବା ପରେ ପୁଲିସ ସାନଧୁରିଆମ୍‌ ଗ୍ରାମର ବିଜୟ ଭଏଁସା (୪୦)ଙ୍କ ଘରେ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ତାଙ୍କ ଘରୁ ଦୁଇଟି ଇଣ୍ଡେନ୍‌ ଗ୍ୟାସ୍‌ ସିଲିଣ୍ଡର ଜବତ ହୋଇଥିଲା।

ଏହା ପରେ ମାମଲାରେ ବିଜୟ ଭଏଁସା ଓ ସୁଶାନ୍ତ କୁମାର ଚୌଧୁରୀ (୪୭)ଙ୍କୁ ପୁଲିସ ଗିରଫ କରିଥିଲା।

ଚୋରି ପରେ ଜବତ ହୋଇଥିବା ସିଲିଣ୍ଡର ଅଭିଯୁକ୍ତଙ୍କ ଘରେ କିପରି ପହଞ୍ଚିଲା, ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ଏବଂ ଏଭଳି ଚୋରି ଘଟଣା ରେସବୁ ଦିଗକୁ ପୁଲିସ ତଦନ୍ତର ପରିସରକୁ ଆଣିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)