Arrest: ବେଆଇନ ଭାବେ ବିଷାକ୍ତ ସାପ ରଖିବା ଅଭିଯୋଗରେ ଯୁବକ ଗିରଫ

Oct 10, 2026 - 18:25
Arrest: ବେଆଇନ ଭାବେ ବିଷାକ୍ତ ସାପ ରଖିବା ଅଭିଯୋଗରେ ଯୁବକ ଗିରଫ

"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ବେଆଇନ ଭାବେ ବିଷାକ୍ତ ସାପ ରଖିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment ସୂଚନା ଅନୁଯାୟୀ ରାଇରଙ୍ଗପୁର ବନଖଣ୍ଡ ତଥା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଦାଣ୍ଡବୋଷ ନିକଟରେ ବେଆଇନ ଭାବେ ବିଷାକ୍ତ ସାପ ରଖି ବିଭିନ୍ନ ପ୍ରକାର ରୋଗ ବୈରାଗ୍ୟରୁ ମୁକ୍ତି ପାଇବା ପାଇଁ ସେ ବିଭିନ୍ନ ରଙ୍ଗର ପଥରର ମୁଦି ବିକ୍ରି କରୁଥିବା ନେଇ ବନ ବିଭାଗ ଖବର ପାଇ ତାଙ୍କୁ ଗିରଫ କରିବା ସହିତ ୨ ଟି ଗୋଖର ଓ ଗୋଟିଏ ଉଡ଼ନ୍ତା ବିଷାକ୍ତ ସାପକୁ ଉଦ୍ଧାର କରିଛି।

ପଡ଼ୋଶୀ ପଶ୍ଚିମ ବଙ୍ଗର ୨୪ ପରଗଣା ଜିଲ୍ଳା ବାଡୁରିଆ ଥାନା ଆଟଘରା ଗ୍ରାମର ହାରୁନ ଶେଖ୍‌ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଜବତ ୩ଟି ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ନେଇ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର ସୂଚନା ଦେଇଛନ୍ତି।

ବିଷାକ୍ତ ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)