Freedom Of Assembly: ଭାରତରେ ପ୍ରତିବାଦର ଅଧିକାର: କେବେ ରୋକିପାରିବ ପୁଲିସ?

Oct 10, 2026 - 18:09
Freedom Of Assembly: ଭାରତରେ ପ୍ରତିବାଦର ଅଧିକାର: କେବେ ରୋକିପାରିବ ପୁଲିସ?

"ନୂଆଦିଲ୍ଲୀ: ଭାରତରେ ପ୍ରତିବାଦ କରିବା ଏକ ସାମ୍ବିଧାନିକ ଅଧିକାର।

ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ବିଭିନ୍ନ ରାଜନୈତିକ ଦଳ, ଛାତ୍ର ସଂଗଠନ ଓ ଅନ୍ୟାନ୍ୟ ସଂଗଠନ ଆନ୍ଦୋଳନ କରୁଥିବା ବେଳେ ପ୍ରତିବାଦକାରୀଙ୍କ ଅଧିକାର ଓ ପୁଲିସର କ୍ଷମତାକୁ ନେଇ ଚର୍ଚ୍ଚା ବଢ଼ିଛି।

ଭାରତୀୟ ସମ୍ବିଧାନର ଧାରା ୧୯(୧)(କ) ମତପ୍ରକାଶର ସ୍ୱାଧୀନତା ଏବଂ ଧାରା ୧୯(୧)(ଖ) ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେବାର ଅଧିକାର ଦେଇଛି।

ତେବେ ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆଇନ ଅନୁଯାୟୀ କଟକଣା ଲାଗୁ କରାଯାଇପାରିବ।

Advertisment ପ୍ରତିବାଦ ଯୋଗୁଁ ସାଧାରଣ ଲୋକଙ୍କୁ ଅସୁବିଧା ହେବା ମାତ୍ରେ ଏହାକୁ ବନ୍ଦ କରିବା କିମ୍ବା ପ୍ରତିବାଦକାରୀଙ୍କୁ ଗିରଫ କରିବା ଯଥାର୍ଥ ନୁହେଁ।

ପ୍ରତ୍ୟେକ ପ୍ରତିବାଦ ପାଇଁ ସାରା ଦେଶରେ ଗୋଟିଏ ପ୍ରକାର ଅନୁମତି ନିୟମ ନାହିଁ ବୋଲି ବରିଷ୍ଠ ଓକିଲ ବିବେକ ନାରାୟଣ ଶର୍ମା କହିଛନ୍ତି।

ସ୍ଥାନୀୟ ଆଇନ ଓ ପରିସ୍ଥିତି ଅନୁଯାୟୀ ପୁଲିସ ସମାବେଶର ସ୍ଥାନ, ସମୟ ଓ ରାସ୍ତା ନିର୍ଦ୍ଧାରଣ କରିପାରେ।

ରାମଲୀଳା ମୈଦାନ ଘଟଣା ବନାମ ୟୁନିଅନ୍‌ ଅଫ୍‌ ଇଣ୍ଡିଆ ଓ ଅନୁରାଧା ଭାସିନ ବନାମ ୟୁନିୟନ ଅଫ୍‌ ଇଣ୍ଡିଆ ମାମଲାରେ ସୁପ୍ରିମକୋର୍ଟ ଅନେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟର ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜରୁରୀ ପରିସ୍ଥିତିରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ କଟକଣା ଲାଗୁ ହୋଇପାରେ।

କିନ୍ତୁ ଏହାକୁ ବୈଧ ପ୍ରତିବାଦ ଦମନ ପାଇଁ ବ୍ୟବହାର କରାଯାଇପାରିବ ନାହିଁ।

ସମ୍ବିଧାନର ଧାରା ୨୨(୨) ଏବଂ ବିଏନ୍‌ଏସ୍‌ଏସ୍‌ ର ଧାରା ୫୮ ଅନୁଯାୟୀ, ଗିରଫ ବ୍ୟକ୍ତିଙ୍କୁ ସାଧାରଣତଃ ୨୪ ଘଣ୍ଟା ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ଆବଶ୍ୟକ।

ବିଏନ୍‌ଏସ୍‌ଏସ୍‌ ଧାରା ୪୩(୫) ଅନୁଯାୟୀ, ମହିଳାଙ୍କୁ ରାତିରେ ଗିରଫ କରିବା କ୍ଷେତ୍ରରେ ମଧ୍ୟ ଆଇନରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିଛି।

ତେଣୁ ପ୍ରତିବାଦ ନିୟନ୍ତ୍ରଣ କରିବା ସମୟରେ ପୁଲିସକୁ ଆଇନ ଓ ନାଗରିକଙ୍କ ମୌଳିକ ଅଧିକାର ଉଭୟକୁ ସମ୍ମାନ ଦେବାକୁ ପଡ଼ିବ।

ବିବାହର ମାତ୍ର ୩ ମାସ ମଧ୍ୟରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)