Arrest: ଚୋରି ବାଇକ ସହ ଟଙ୍କା ଓ ମୋବାଇଲ ଉଦ୍ଧାର; ଅଭିଯୁକ୍ତ ଗିରଫ
"ଗୁଡ଼ାରି (ମକରଧ୍ଵଜ କାଦମ୍ବାଲୁ): ରାୟଗଡ଼ା ଜିଲ୍ଲା ଗୁଡାରି ପୁଲିସ ଏକ ଚୋରି ମାମଲାର ତଦନ୍ତ କରି ଚୋରି ହୋଇଥିବା ମୋଟରସାଇକେଲ, ନଗଦ ୨୨ ହଜାର ଟଙ୍କା ଓ ମୋବାଇଲ ଫୋନ ଉଦ୍ଧାର କରିଛି।
ଏହି ଘଟଣାରେ ପଦ୍ମପୁର ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି।
ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗଙ୍କ ସୂଚନା ଅନୁଯାୟୀ, ଥାନା କେସ୍ ନମ୍ବର ୧୦୮, ତାରିଖ ୯/୯/୨୦୨୬ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା।
Advertisment ଅଭିଯୋଗ ଅନୁସାରେ, ସିଦ୍ଧାନ୍ତ ପାଲକା ସେହି ଗ୍ରାମର ସମ୍ପର୍କୀୟ କାନୁନ ବେବର୍ତ୍ତାଙ୍କ ଘରୁ ୨୨ ହଜାର ଟଙ୍କା, ଗୋଟିଏ ମୋବାଇଲ ଫୋନ ଓ ମୋଟରସାଇକେଲର ଚାବି ଚୋରି କରିବା ସହ ଘର ସମ୍ମୁଖରେ ରଖାଯାଇଥିବା ଓ ଡି ୧୮ପି ୭୮୧୪ ନମ୍ବରର ମୋଟରସାଇକେଲ ନେଇ ଚାଲିଯାଇଥିଲେ।ଘଟଣାର ତଦନ୍ତ କରି ପୋଲିସ ତଳତାଂପର ଓ ବଲିଗୁଡା ଗ୍ରାମ ମଧ୍ୟରେ ଥିବା କାଜୁ ତୋଟାରୁ ଚୋରି ହୋଇଥିବା ମୋଟରସାଇକେଲ ଏବଂ ଡିକିରେ ରଖାଯାଇଥିବା ଚାବି ଉଦ୍ଧାର କରିଥିଲା।
Soldier Arrested: ହାଇଦ୍ରାବାଦରେ ମିଲିଟାରୀ କ୍ୟାମ୍ପରୁ ବନ୍ଧୁକ ଓ ଗୁଳି ଚୋରି, ଗିରଫ ହେଲେ ଅବସରପ୍ରାପ୍ତ ସେନା ଯବାନ ପରବର୍ତ୍ତୀ ତଦନ୍ତରେ ନଗଦ ୨୨ ହଜାର ଟଙ୍କା ଓ ଚୋରି ମୋବାଇଲ ଫୋନ ମଧ୍ୟ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି।
ଉଦ୍ଧାର ହୋଇଥିବା ମୋଟରସାଇକେଲ, ନଗଦ ଟଙ୍କା ଓ ମୋବାଇଲ ଫୋନ୍କୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ ସୂଚନା ଦେଇଛନ୍ତି।
ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ପି.
ଶ୍ୟାମସୁନ୍ଦର ଦାୟିତ୍ୱ ନେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
