Armaan Malik: ପୁଣି ବାପା ହେବାର ସଙ୍କେତ ଦେଲେ ଅରମାନ୍
ମୁମ୍ବାଇ: ପ୍ରସିଦ୍ଧ ୟୁଟ୍ୟୁବର୍ ଅର୍ମାନ ମଲ୍ଲିକ୍ ତାଙ୍କର ଦୁଇ ପତ୍ନୀଙ୍କୁ ନେଇ ସର୍ବଦା ଚର୍ଚ୍ଚାର ପରିସରରେ ଥାଆନ୍ତି। ଅର୍ମାନଙ୍କ ଅସଲ ନାମ ସନ୍ଦିପ୍। ୨୦୧୧ ମସିହାରେ ସେ ଏକ ବ୍ୟାଙ୍କରେ କ୍ୟାସିଅର୍ ଭାବେ କାମ କରୁ ଥିବାବେଳେ ପାୟଲଙ୍କ ସହ ତାଙ୍କର ପ୍ରଥମ ଦେଖା ହୋଇଥିଲା।
ଅଧିକପଢ଼ନ୍ତୁ:ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ ଜେନିଫର ୱିଙ୍ଗେଟ
ପାୟଲ୍ ମଧ୍ୟ ସେହି ବ୍ୟାଙ୍କରେ ଜଣେ କର୍ମୀ ଥିଲେ। ଗୋଟିଏ ସ୍ଥାନରେ କାମ କରୁଥିବାରୁ ତାଙ୍କ ମଧ୍ୟରେ ସମ୍ପର୍କ ଦୃଢ ହୋଇ ଯାଇଥିଲା। ପରେ ଏହି ସମ୍ପର୍କ ବିବାହର ରୁପ ନେଇଥିଲା। ପ୍ରଥମ ପତ୍ନୀ ପାୟଲଙ୍କୁ ବିବାହ ପରେ ସେ ପାୟଲଙ୍କ ଘନିଷ୍ଠ ବନ୍ଧୁ କୃତିକାଙ୍କ ପ୍ରେମରେ ପଡିଥିଲେ ଏବଂ ପରେ ତାଙ୍କୁ ମଧ୍ୟ ବିବାହ କରିଥିଲେ। ଦ୍ବିତୀୟ ବିବାହ ପରେ ମଧ୍ୟ ପାୟଲ୍ ନିଜ ସ୍ବାମୀ ଏବଂ ସାଙ୍ଗଙ୍କ ସମ୍ପର୍କକୁ ଆପଣେଇ ନେଇଥିଲେ।
ଅରମାନ୍ କେବଳ ଜଣେ ସ୍ବାମୀ ନୁହନ୍ତି,ବରଂ ୫ ଟି ପିଲାଙ୍କ ବାପା ମଧ୍ୟ।ବର୍ତ୍ତମାନର ଏକ ଭଡିଓରେ ଅରମାନ୍ ନିଜ ଦ୍ବିତୀୟ ପତ୍ନୀ କୃତିକାଙ୍କ ସହ ଦ୍ବିତୀୟ ପିଲାର ଇସାରା ଦେଇଛନ୍ତି। ବିବାହ ପରେ ଅରମାନ୍ ନିଜର ଛୁଆମାନଙ୍କୁ ମଧ୍ୟ ନିଜ ପ୍ରଶଂସକଙ୍କ ସହ ଯୋଡିଛନ୍ତି। ଲୋକେ ତାଙ୍କ ଏହି ବ୍ଲଗ୍କୁ ଦେଖିବାକୁ ପସନ୍ଦ କରୁଥିବା ବେଳେ ଅରମାନ୍ ମଧ୍ୟ ନିଜ ପ୍ରଶଂସକଙ୍କ ମନରୋଞ୍ଜନ କରିବାକୁ ପଛାନ୍ତି ନାହିଁ।