Archives : ‘ଅଭିଲେଖାଗାର ଗୋଟିଏ ଜାତିର ପରିଚୟ’
"ଭୁବନେଶ୍ବର: ଆଜି ଓଡ଼ିଶା ରାଜ୍ୟ ଅଭିଲେଖାଗାରଠାରେ "ଅନ୍ତର୍ଜାତୀୟ ଅଭିଲେଖାଗାର ଦିବସ" ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଐତିହାସିକ କୈଳାସ ଚନ୍ଦ୍ର ଦାଶ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ "ନ୍ୟାୟ ପାଇଁ ଅଭିଲେଖାଗାର: ଅଧିକାର, ସ୍ମୃତି ଓ ଭବିଷ୍ୟତ" ଶୀର୍ଷକ ବିଷୟବସ୍ତୁ ଉପରେ ଐତିହାସିକ ଶ୍ରୀ ଦାଶ କହିଥିଲେ, ନ୍ୟାୟ ପାଇବାକୁ ହେଲେ ଅଭିଲେଖାଗାରର ଦଲିଲ/ପାଣ୍ଡୁଲିପି ବ୍ୟବହାର କରିବାକୁ ହେବ।
ଅଭିଲେଖାଗାରରେ ସଂରକ୍ଷିତ ହାତଲେଖା, ମୁଦ୍ରିତ ଲେଖା, ବିବରଣୀ ଅଥବା ଦଲିଲ ମାଧ୍ୟମରେ ବ୍ୟକ୍ତି, ଅନୁଷ୍ଠାନ, ସମାଜ ଓ ଦେଶର ନ୍ୟାୟୋଚିତ ଅଧିକାର ହାସଲରେ ସଫଳ ହୋଇପାରନ୍ତି ବୋଲି ସେ କହିଥିଲେ।
ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ଦାଶ କହିଥିଲେ, ଅଭିଲେଖାଗାରକୁ ଛାଡ଼ି ଦେଲେ ମାନବ ସଭ୍ୟତାର ଇତିହାସକୁ ପରିକଳ୍ପନା କରାଯାଇ ନପାରେ।
ଅଭିଲେଖାଗାର ମାନବ ସଭ୍ୟତାର ଇତିହାସକୁ ସାଇତି ରଖିଥାଏ।
ନ"ଅଙ୍କ ଦୁର୍ଭିକ୍ଷ ଓ ସ୍ବାଧୀନତା ସଂଗ୍ରାମୀଙ୍କ ଇତିହାସର ଦସ୍ତାବିଜ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଗଚ୍ଛିତ ରହିଛି।
ଅଭିଲେଖାଗାର ଗୋଟିଏ ଜାତିର ପରିଚୟ ବୋଲି ସେ କହିଥିଲେ।Advertisment Crimes against women: ମହିଳା ବିରୋଧୀ ଅପରାଧ ଉପରମୁହାଁ, ୫ ମାସରେ ୧୫୦ ପାର୍ Symbol of world peace: ଓଡ଼ିଶାରେ ଜନ୍ମିତ ଆଲୋକ ପାଲଟିଛି ବିଶ୍ବଶାନ୍ତିର ପ୍ରତୀକ ଆଲୋଚନାଚକ୍ରରେ ଓଡ଼ିଶାର ଅନେକ ଗବେଷକ, ପ୍ରଶାସକ, ଐତିହାସିକ, ବୁଦ୍ଧିଜୀବୀ, ବିଶ୍ବବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ, ଲେଖକ, କବି, ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନା କରିଥିଲେ।
ଏଥିରେ ରାଜ୍ୟ ଅଭିଲେଖାଗାରର ଯୁଗ୍ମ ନିର୍ଦ୍ଦେଶକ ତଥା ଅଧୀକ୍ଷକ ଶେଖ୍ ସୋଲେମାନ ଅଲ୍ଲୀ ସ୍ବାଗତ ଭାଷଣ ଦେଇଥିଲେ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ବନାନୀ ମହାପାତ୍ର ଧନ୍ୟବାଦ ଜଣାଇଥିଲେ।ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ରାଜୀବ ଲୋଚନ ସାହୁ, ଗୌତମ ମହାନ୍ତି ଓ ମଞ୍ଜୁଳା ତ୍ରିପାଠୀ ଉପସ୍ଥିତ ଥିଲେ।"