6 months : ଟେଣ୍ଡର ଆହ୍ବାନରେ ବିତିଲାଣି ୬ମାସ

Jun 10, 2026 - 07:34
6 months : ଟେଣ୍ଡର ଆହ୍ବାନରେ ବିତିଲାଣି ୬ମାସ

"ଭୁବନେଶ୍ୱର: ଏଣିକି ମୁକ୍ତାକାଶ ତଳେ ଖୋଲାମେଲାରେ ରହିବ ନାହିଁ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି।

ଦେଶ, ରାଜ୍ୟ, ଜାତି ଓ ସମାଜ ପାଇଁ ଅସୀମ ତ୍ୟାଗର ପ୍ରତୀକ ପାଲଟିଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଏଣିକି ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦାର ସହ ସ୍ଥାନିତ କରାଯିବ।

ସୁନ୍ଦର ଓ ଶକ୍ତ ଛାତ ତଳେ ସୁସଜ୍ଜିତ ଆଲୋକମାଳାଖଚିତ ପରିବେଶରେ ପ୍ରତିମୂର୍ତ୍ତିଗୁଡ଼ିକୁ ସହରରେ ସଜେଇ ସାଇତି ରଖିବା ଭଳି ରଖାଯିବ।

ଧୂଳି ଧୁସରିତ ଅବସ୍ଥାରେ, ବଣବୁଦା ଓ ଆବର୍ଜନା ଗଦା ଘେରା ଅପରିଷ୍କାର ପରିବେଶ ଭିତରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ରହିବାକୁ ଦିଆଯିବ ନାହିଁ।

ସେଥିପାଇଁ ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଏକ ମହତ ଯୋଜନା ପ୍ରସ୍ତୁତ କରାଯାଇଛି।

ମାତ୍ର ୬ମାସ ହେଲା ଏହି ଯୋଜନା ଟେଣ୍ଡର ଆହ୍ବାନରେ ହିଁ ଅଟକିରହିଛି।

କେଉଁ ଏଜେନ୍‌ସି ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ବ ନେବ, ଚୂଡ଼ାନ୍ତ ହୋଇପାରିନାହିଁ।

Advertisment Archives : "ଅଭିଲେଖାଗାର ଗୋଟିଏ ଜାତିର ପରିଚୟ" ଏହି ସୁନ୍ଦର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସ୍ମାର୍ଟ ସିଟି ଲିମିଟେଡ୍‌, ଚଳିତବର୍ଷ ଜାନୁଆରିରେ ଟେଣ୍ଡର ଆହ୍ବାନ କରିଥିଲା।

ଟେଣ୍ଡର ସର୍ତ୍ତ ଅନୁଯାୟୀ ନିର୍ମାଣ ଓ ରକ୍ଷଣାବେକ୍ଷଣ ତଥା ପରିଚାଳନା ଦାୟିତ୍ୱ ନେବାକୁ ଥିବା ଏଜେନ୍ସି ପ୍ରଥମେ ଛାତ ତିଆରି କରିବ।

ପ୍ରତିମୂର୍ତ୍ତିର ଉଚ୍ଚତା ଅନୁସାରେ ଷ୍ଟିଲ ବାର୍‌, ପାଇପ୍‌ ଭଳି ସାମଗ୍ରୀ ବ୍ୟବହାର କରି ସେଡ୍‌ ନିର୍ମାଣ କରିବ।

ଆଲୋକ ବ୍ୟବସ୍ଥା ପାଇଁ ବିଦ୍ୟୁତ୍‌ ସଂଯୋଗ କରାଯିବ।

ଏଥିସହିତ ହାଇବ୍ରିଡ୍‌ ସୋଲାର୍‌ ସିଷ୍ଟମ୍‌ ମଧ୍ୟ ଖଞ୍ଜାଯିବ।

ଛାତ ସିଲିଂରେ ରଙ୍ଗିନ ଏଲ୍‌ଇଡି ଲାଇଟ୍‌ ଲାଗିବ।

ସମ୍ପୃକ୍ତ ଏଜେନ୍ସି ୫ବର୍ଷ ପର୍ଯ୍ୟନ୍ତ ଏହାର ତଦାରଖ ଓ ପରିଚାଳନା କରିବ।

ସ୍ମାର୍ଟ ସିଟି ଲିମିଟେଡ୍‌ର ଏଭଳି ଏକ ମହତ ଯୋଜନାକୁ ସବୁ ମହଲରୁ ପ୍ରଶଂସା କରାଯାଉଛି।

କିନ୍ତୁ ଯୋଜନା କାର୍ଯ୍ୟକାରୀ ହେବା ବିଳମ୍ବ ହେଉଥିବାରୁ ବୁଦ୍ଧିଜୀବୀମହଲ ଅସନ୍ତୋଷ ପ୍ରକାଶ କରୁଛି।

ଏ ସଂପର୍କରେ ସ୍ମାର୍ଟ ସିଟି ଲିମିଟେଡ୍‌ର ଜେନେରାଲ ମ୍ୟାନେଜର ପୁରନ୍ଦର ନନ୍ଦ କହିଛନ୍ତି ଯେ କେବଳ ଟେଣ୍ଡର ଡକାଯାଇଛି।

ଏଜେନ୍ସି ଚୂଡ଼ାନ୍ତ ହୋଇନାହିଁ।

ଏଜେନ୍ସି ଚୂଡ଼ାନ୍ତ ହେବା ପରେ ଏ ଦିଗରେ ପଦକ୍ଷେପ ନିଆଯିବ।

Crimes against women: ମହିଳା ବିରୋଧୀ ଅପରାଧ ଉପରମୁହାଁ, ୫ ମାସରେ ୧୫୦ ପାର୍ ସୂଚନାଯୋଗ୍ୟ ଯେ ରାଜଧାନୀରେ ଥିବା ଅଧିକାଂଶ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରୁ ରଙ୍ଗ ଛାଡ଼ିଗଲାଣି।

ବର୍ଷତମାମ ଧୂଳିର ଆସ୍ତରଣ ଓ ଅଳିଆ ଗଦା ମଧ୍ୟରେ ଅବହେଳିତ ଅବସ୍ଥାରେ ପ୍ରତିମୂର୍ତ୍ତିସବୁ ବଡ଼ ବିକଳ ଅବସ୍ଥାରେ ଠିଆ ହୋଇରହିଛି।

ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଓ "ସମ୍ପୂର୍ଣ୍ଣ କ୍ରାନ୍ତି" ଆନ୍ଦୋଳନର ପୁରୋଧା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିର ଅବସ୍ଥାରୁ ଆମ ପୂଜ୍ୟପୂଜାର ନଗ୍ନ ନମୁନା ବାରି ହୋଇ ପଡ଼ୁଛି।

ୟୁନିଟ୍ ୯ ସ୍ଥିତ ମଧୁସୂଦନ ରାଓଙ୍କ ପ୍ରତିମୂର୍ତ୍ତି ନିକଟରେ ଆବର୍ଜନା ଗଦା ହୋଇରହିଛି।

ଏଜି ଛକସ୍ଥିତ କବି ଦୀନକୃଷ୍ଣ ଦାସଙ୍କ ମୂର୍ତ୍ତି ଗଛ ଆଢ଼ୁଆଳରେ ବଣ ଭିତରେ ରହିଛି।

ୟୁନିଟ୍‌ ୯ ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସମ୍ମୁଖ ଓ ଆଚାର୍ଯ୍ୟବିହାର ଛକରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ମୁହଁରେ ବହୁ ଦିନ ହେଲ ପଲିଥିନ୍‌ ଗୁଡ଼ା ହୋଇରହିଛି।"