Anti terror operations: ଜମ୍ମୁର ୨୧ ସ୍ଥାନରେ ସିଆର୍‌ପିଏଫ୍‌ ସମ୍ଭାଳିବ ଆତଙ୍କବାଦ ବିରୋଧୀ ଅଭିଯାନ

Sep 09, 2026 - 23:26
Anti terror operations: ଜମ୍ମୁର ୨୧ ସ୍ଥାନରେ ସିଆର୍‌ପିଏଫ୍‌ ସମ୍ଭାଳିବ ଆତଙ୍କବାଦ ବିରୋଧୀ ଅଭିଯାନ

"ଜମ୍ମୁ: ଜମ୍ମୁ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ବଡ଼ ପରିବର୍ତ୍ତନ କରିବାକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଯୋଜନା କରିଛନ୍ତି।

ଜମ୍ମୁ ଅଞ୍ଚଳର ବଛାବଛା କେତେକ ସ୍ଥାନରେ ଏଣିକି ଭାରତୀୟ ସେନା ବଦଳରେ କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବାହିନୀ (ସିଆର୍‌ପିଏଫ୍‌) ଆତଙ୍କବାଦ ବିରୋଧୀ ଅଭିଯାନର ଦାୟିତ୍ୱ ନେବ।

ପ୍ରଥମ ପର୍ଯ୍ୟାୟରେ ଉଧମପୁର ଓ କଠୁଆ ଜିଲ୍ଲାର ୨୧ଟି ସ୍ଥାନକୁ ଚିହ୍ନଟ କରାଯାଇଛି।

ସେଠାରେ ପ୍ରାୟ ୨୧ଟି ସିଆର୍‌ପିଏଫ୍‌ କମ୍ପାନିର ପ୍ରାୟ ୨,୧୦୦ ଯବାନ ମୁତୟନ ହେବେ।Advertisment ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ୨୧ଟି ସ୍ଥାନରେ ପୂର୍ବରୁ ସେନାର ଶିବିର ଥିଲା।

ଗତ କିଛି ଦିନ ହେଲା ସେନାର ଯବାନମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପରେ ଏହି ଶିବିରଗୁଡ଼ିକରେ ସେନାର ଉପସ୍ଥିତି କମିଯାଇଥିଲା।

ଏବେ ସିଆର୍‌ପିଏଫ୍‌ ଏହି ଅପରେସନାଲ୍‌ ବେସ୍‌ଗୁଡ଼ିକର ଦାୟିତ୍ୱ ନେବ।

ଏହାଦ୍ୱାରା ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଅଭିଯାନ ସମୟରେ ଭଲ ସମନ୍ୱୟ ହୋଇପାରିବ ବୋଲି ଅଧିକାରୀମାନେ କହିଛନ୍ତି।

J&K's Budgam: ଜମ୍ମୁ-କାଶ୍ମୀରର ବଡଗାମ୍‌ରେ ଯୁଗ୍ମ ଅପରେସନରେ ଆତଙ୍କବାଦୀ ନିହତ ସୁରକ୍ଷା ବ୍ୟବସ୍ଥାର ଏହି ପରିବର୍ତ୍ତନ ପଛରେ ଆଉ ଏକ ବଡ଼ ଉଦ୍ଦେଶ୍ୟ ରହିଛି।

୨୦୨୦ରେ ନିୟନ୍ତ୍ରଣରେଖା (ଏଲ୍‌ଓସି) ଅଞ୍ଚଳକୁ ସେନାର ଅଧିକ ଯବାନ ସ୍ଥାନାନ୍ତର ହେବା ପରେ ଜମ୍ମୁର ଭିତର ଅଞ୍ଚଳରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ସିଆର୍‌ପିଏଫ୍‌ ପୂରଣ କରିବା ନିଷ୍ପତ୍ତି ହୋଇଥିଲା।

ଏବେ ଏହାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯାଉଛି।

ଆଗାମୀ ଦିନରେ ଜମ୍ମୁ ଅଞ୍ଚଳର ସମ୍ପୂର୍ଣ୍ଣ ଭିତର ଅଞ୍ଚଳର ଆତଙ୍କବାଦ ଦମନ ବ୍ୟବସ୍ଥା ସିଆର୍‌ପିଏଫ୍‌ ହାତକୁ ଦେବାର ଯୋଜନା ରହିଛି।

ଏହା ହେଲେ ସେନାର ପଦାତିକ ବାହିନୀକୁ ନିୟମିତ ଆତଙ୍କବାଦ ବିରୋଧୀ ଡ୍ୟୁଟିରୁ ମୁକ୍ତ କରି ଏଲ୍‌ଓସି ଓ ଅନ୍ତର୍ଜାତୀୟ ସୀମାର ସୁରକ୍ଷା ଦାୟିତ୍ୱରେ ଅଧିକ ଯବାନ ମୁତୟନ କରାଯାଇପାରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)