Annual function: ଓଡ଼ିଶା ସୋସାଇଟି ୟୁକେର ବାର୍ଷିକ ଉତ୍ସବ ପାଳନ

Sep 09, 2026 - 01:24
Annual function: ଓଡ଼ିଶା ସୋସାଇଟି ୟୁକେର ବାର୍ଷିକ ଉତ୍ସବ ପାଳନ

"ମାଞ୍ଚେଷ୍ଟର: ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୭ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି।

ଏହି ଉପଲକ୍ଷେ ଉତ୍ସବସ୍ଥଳ ମାଞ୍ଚେଷ୍ଟରର ଡିଡ୍ସବରୀ  ଅନ୍ତର୍ଗତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ପାର୍ସ୍ ଉଡ୍ ସ୍କୁଲ ପରିସରକୁ ଖୁବ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖା ଯାଇଥିଲା।

ଡକ୍ଟର ସାଧନା ଭଟନାଗର ଙ୍କର ତତ୍ତ୍ୱାବଧାନରେ ଗୁରଶବଦ କୌର ଓ ପରବ୍ରହ୍ମ ସିଂହ ଏହି ସାଜସଜ୍ଜା ସମ୍ପନ୍ନ କରିଥିଲେ।

ଇଂଲଣ୍ଡ , ଆୟରଲ୍ୟାଣ୍ଡ ଓ ବିଦେଶରୁ ଆସିଥିବା ଓସୁକର ପ୍ରାୟ ଏକ ହଜାର ସଦସ୍ୟ, ପଦାଧିକାରୀ ଓ ଶୁଭେଚ୍ଛୁ ତଥା ସେମାନଙ୍କର ପରିବାର ବର୍ଗ ଏହି ଦୁଇ ଦିନିଆ ମହୋତ୍ସବରେ ଅଂଶଗ୍ରହଣ କରିଥିଲେ।

ଶିଖ୍ ସମ୍ପ୍ରଦାୟର ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।Advertisment ଏହି ମହା ଅଧିବେଶନର ମୁଖ୍ୟ ଆୟୋଜକ ମାଞ୍ଚେଷ୍ଟର ଠାରେ ଅବସ୍ଥାପିତ ଖ୍ୟାତନାମା ଚିକିତ୍ସକ ତଥା ଭଜନ ଗାୟକ ଦମ୍ପତି ଡକ୍ଟର ରାଜିନ୍ଦର ପାଲ ସିଂହ ଓ ଡକ୍ଟର କପିଲମୀତ କୌର ଥିଲେ।

ଡକ୍ଟର ଅଞ୍ଜନା ଶତପଥୀଙ୍କ ଦ୍ୱାରା ନିର୍ମିତ ଏକ ସୁଶୋଭିତ ରଥ ଉପରେ ବିରାଜମାନ ମହାପ୍ରଭୁ  ଶ୍ରୀ  ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପରମ୍ପରାଗତ ଦୀପ ପ୍ରଜ୍ଜ୍ୱଳନ ସହିତ ସମ୍ମିଳନୀର ଶୁଭାରମ୍ଭ ହୋଇଥିଲା।

ଉଦ୍ଘାଟନୀ ସଂଗୀତ ଭାବରେ ମୌସୁମୀ ମିଶ୍ର ଓ ତାଙ୍କ ସାଥିମାନଙ୍କ ଦ୍ୱାରା “ଦୀନବନ୍ଧୁ ଦୈତାରୀ” ଗାୟନ କରାଯାଇଥିଲା।

ଓସୁକର ସଭାପତି ବିଶ୍ୱଜୀତ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରି ୟୁକେର ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ଓସୁକର କାର୍ଯ୍ୟକ୍ରମ ଗୁଡ଼ିକ ପ୍ରତି ପ୍ରଦତ୍ତ ବିପୁଳ ସମର୍ଥନ ଓ ବ୍ୟାପକ ସହଯୋଗକୁ ଭୁୟସୀ ପ୍ରଶଂସା କରିଥିଲେ।

ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମ୍ୟାଞ୍ଚେଷ୍ଟରସ୍ଥିତ ଭାରତର କନସୁଲ ଜେନେରାଲ ବିଶାଖା  ଯଦୁବଂଶ ଏହି ଅନନ୍ୟ କାର୍ଯ୍ୟକ୍ରମର ସମୃଦ୍ଧ ଓ ସମାବେଶୀ ଭାବନାକୁ  ପସନ୍ଦ କରିଥିଲେ।

ସମ୍ମାନିତ ଅତିଥି ବ୍ରିଟିଶ ଆସୋସିଏସନ ଅଫ ଫିଜିସିଆନ୍ସ ଅଫ ଇଣ୍ଡିଆନ ଅରିଜିନର ପୂର୍ବତନ ସଭାପତି ପ୍ରଫେସର ଜାସ ବମରା ଗିଦ୍ଧା ପ୍ରଦର୍ଶନକୁ ସର୍ବୋତ୍ତମ ବୋଲି କହିଥିଲେ।

ପତ୍ରିକା ସମ୍ପାଦକ ଡକ୍ଟର ରାଜିନ୍ଦର ପାଲ ସିଂହଙ୍କ ଦ୍ୱାରା ପରିକଳ୍ପିତ  ଓ ସମ୍ପାଦିତ “କଳିଙ୍ଗ କେସରୀ” ନାମକ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଆଉ ମାର୍ଚ୍ଚ ୫ ନୁହେଁ, ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ: ୫ରେ ସରକାରୀ ଛୁଟି ହେବନି, ବିଜୁ ଜୟନ୍ତୀ ମହାସମାରୋହରେ ପାଳନ ହେବ “ପୁରୀ ରୁ ପଞ୍ଜାବ”  ଶୀର୍ଷକ ଦୃଶ୍ୟ-ଶ୍ରବ୍ୟ ଉପସ୍ଥାପନା ସମାବେଶର ମୁଖ୍ୟ ଆକର୍ଷଣ ଥିଲା।

ଏଥିରେ ଓଡ଼ିଶା ଓ ଶିଖ ଧର୍ମ ମଧ୍ୟରେ ରହିଥିବା ଐତିହାସିକ ଓ ଆଧ୍ୟାତ୍ମିକ ସମ୍ପର୍କ ଚିତ୍ରିତ ହୋଇଥିଲା।ଡକ୍ଟର ରାଜିନ୍ଦର ପାଲ ସିଂହ ଡକ୍ୟୁମେଣ୍ଟାରୀରେ ଡକ୍ଟର କପିଲମୀତ କୌର ଓ ଦର୍ସପ୍ରୀତ ସିଂହଙ୍କ ସହିତ ମିଶି ଗୁରୁ ନାନକ ଦେବଙ୍କର ପୁରୀ ଯାତ୍ରାର ଆଧ୍ୟାତ୍ମିକ ଦିଗକୁ  ଖୁବ  ନିଖୁଣ ଭାବରେ ଅବତାରଣା କରିଛନ୍ତି।

ସେମାନେ ଶିଖ ଧର୍ମର ଜଗନ୍ନାଥ ଧାମ ସହିତ ଥିବା ନିବିଡ଼ ସମ୍ପର୍କକୁ ଉଲ୍ଲେଖ କରି ପୁରୀକୁ ପ୍ରତିନିଧିତ୍ୱ କରୁଥିବା ହିମ୍ମତ ରାୟ  ପରେ ପଞ୍ଜ ପ୍ୟାରେଙ୍କ ମଧ୍ୟରୁ ଜଣେ ଭାଇ ହିମ୍ମତ ସିଂହ ଭାବରେ ପରିଚିତ ହୋଇଥିବା ଏଥିରେ ଦର୍ଶାଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)