Andhra Pradesh To Singapore: ସିଙ୍ଗାପୁର ଗଲା ବାଇଗଣପଲେଇ ଆମ୍ବ

Jun 25, 2026 - 18:09
Andhra Pradesh To Singapore: ସିଙ୍ଗାପୁର ଗଲା ବାଇଗଣପଲେଇ ଆମ୍ବ

"ନୂଆଦିଲ୍ଲୀ: ସିଙ୍ଗାପୁରବାସୀ ଚାଖିବେ ଭାରତୀୟ ବାଇଗଣପଲେଇ ଆମ୍ବର ସ୍ବାଦ।

କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ କର୍ତ୍ତୃପକ୍ଷ (ଆପେଡା) ପକ୍ଷରୁ ସମୁଦ୍ର ପଥରେ ସିଙ୍ଗାପୁରକୁ ୫ ଟନ୍‌ ବାଇଗଣପଲେଇ ଆମ୍ବ ପଠାଯାଇଛି।

ଆନ୍ଧ୍ରପ୍ରଦେଶରେ ଉତ୍ପାଦନ ହୋଇଥିବା ସେହି ଆମ୍ବଗୁଡ଼ିକୁ ସିଙ୍ଗାପୁରର ସର୍ତ୍ତ ଅନୁସାରେ କର୍ଣ୍ଣାଟକରେ ଥିବା ଆପେଡାର ପ୍ୟାକ୍‌ହାଉସ୍‌ରେ ପ୍ରକ୍ରିୟାକରଣ କରାଯାଇଥିଲା।

ଆମ୍ବଗୁଡ଼ିକୁ ଚଳିତ ମାସ ୧୧ରେ ପଠାଯାଇଥିଲା ଓ ତାହା ୨୪ ତାରିଖରେ ସିଙ୍ଗାପୁରରେ ପହଞ୍ଚିଥିଲା।

ଏହି ରପ୍ତାନି ଦ୍ବାରା ଆମ୍ବ ଚାଷୀମାନେ ଦୁଇଗୁଣା ଲାଭ ପାଇଛନ୍ତି।

ଦେଶରେ ବାଇଗଣପଲେଇ ଆମ୍ବର ଦାମ କେଜିକୁ ୨୫-୨୬ ଟଙ୍କା ରହିଛି।

ସିଙ୍ଗାପୁରକୁ ପଠାଯାଇଥିବା ଆମ୍ବର କେଜି ପିଛା ଦାମ ଚାଷୀମାନଙ୍କ ପାଇଁ ୫୦ ଟଙ୍କା ରହିଛି।

ଏହି ରପ୍ତାନି ପରେ ସତେଜ ଫଳକୁ ସମୁଦ୍ର ପଥରେ ସୁଲଭ ମୂଲ୍ୟରେ ବିଦେଶ ପଠାଇବାର ସମ୍ଭାବନା ଉଜ୍ଜ୍ବଳ ହୋଇଛି।Advertisment "