Andhra COVID Cases ଆନ୍ଧ୍ରରେ କୋଭିଡ୍ ସଂକ୍ରମଣ: ୨ ମୃତ ଓ ୮ ଆକ୍ରାନ୍ତ, ଓଡ଼ିଶାରେ ସତର୍କତାମୂଳକ ପଦକ୍ଷେପ
"ସୀମାନ୍ତ ଜିଲ୍ଲାଗୁଡ଼ିକୁ ହାଇ ଆଲର୍ଟ, ଲକ୍ଷଣ ଥିଲେ ପରୀକ୍ଷା କରନ୍ତୁ ସ୍ବାସ୍ଥ୍ୟ, ଆବଶ୍ୟକ ପଡ଼ିଲେ ନେବାକୁ ପଡ଼ିପାରେ କୋଭିଡ୍ର ଡୋଜ୍: ବିଶେଷଜ୍ଞAdvertisment ଭୁବନେଶ୍ବର(କ୍ଷିତୀଶ ରାୟ): କିଛି ବର୍ଷର ବ୍ୟବଧାନ ପରେ ପୁଣି ଘାରିଲା କୋଭିଡ୍ ଭୟ।
ଆନ୍ଧ୍ରର କଡ଼ପା ଜିଲ୍ଲାରେ କୋଭିଡ୍ରେ ୨ଜଣଙ୍କ ମୃତ୍ୟୁ ଓ ୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ ଚିନ୍ତା ବଢ଼ିଛି।
ବିଶେଷକରି ଆନ୍ଧ୍ର ସୀମାନ୍ତ ଜିଲ୍ଲାଗୁଡ଼ିକ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି।
ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପରୀକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ କିଟ୍ ମହଜୁଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ତେବେ ଆଉ ଦୁଇଦିନ ପରେ ଓଡ଼ିଶାରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ।
ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗନ ହେଉଥିବାରୁ ଓଡ଼ିଶାରେ କୋଭିଡ୍ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।
Covid19: ଭାରତକୁ ପୁଣି ଫେରିଲା କୋଭିଡ୍-୧୯?
ଆନ୍ଧ୍ରପ୍ରଦେଶରେ ୨ ମୃତ୍ୟୁ ପରେ ବଢ଼ିଲା ସତର୍କତା ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.
ରବୀନ୍ଦ୍ରନାଥ ମିଶ୍ର କହିଛନ୍ତି, କୋଭିଡ୍କୁ ନେଇ ସର୍ବଦା ସତର୍କତା ଚାଲୁ ରହିଛି।
ରାଜ୍ୟରେ ବର୍ତ୍ତମାନ ଯେଉଁ ଲୋକଙ୍କ କୋଭିଡ୍ ଟେଷ୍ଟିଂ ହେଉଛି, କେହି ବି ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି।
କୋଭିଡ୍ ନିୟମାବଳୀକୁ ପାଳନ କରିବା ଲାଗି ଓଡ଼ିଶାର ସୀମାନ୍ତ ଜିଲ୍ଲା ସହ ଅନ୍ୟ ସିଡିଏମ୍ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟେଷ୍ଟ କରାଯାଉଛି।
ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଲୋକଙ୍କ ଯିବା ଆସିବା ଲାଗି ରହିଛି।
ତେବେ ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ରହିଛି ସେମାନେ ନିକଟସ୍ଥ ଡାକ୍ତରଖାନାରେ ପରୀକ୍ଷା କରାଇନେବା ଉଚିତ୍।
ଓଡ଼ିଶାରେ ବର୍ତ୍ତମାନସୁଦ୍ଧା କେହି କରୋନା ପଜିଟିଭ୍ ଚିହ୍ନଟ ହୋଇ ନ ଥିବାରୁ ଜନସାଧାରଣ ବ୍ୟସ୍ଥ ହେବାର କୌଣସି କାରଣ ନାହିଁ।
PM 2.5 is causing more deaths than Covid: କୋଭିଡ୍ଠାରୁ ଅଧିକ ମୃତ୍ୟୁ ଘଟାଉଛି ପିଏମ୍ ୨.୫ ପ୍ରଫେସର ଡା.ଜୟନ୍ତ ପଣ୍ଡା କହିଛନ୍ତି, କେବଳ ଆନ୍ଧ୍ର ନୁହେଁ, ତାମିଲନାଡ଼ୁର କୋଏମ୍ବାଟୁରରେ ମଧ୍ୟ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଯଦିଓ ଏହା କିଛି ପକେଟ୍ରେ ହୋଇଛି ତଥାପି ଲୋକଙ୍କୁ ପୂର୍ବଭଳି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।
ଏସବୁ ସଂକ୍ରମଣ କୋଭିଡ୍ର ନୂଆ ପ୍ରଜାତି ପାଇଁ ହୋଇଛି କି ନାହିଁ ତାହା ଜାଣିବାକୁ ବେଶ୍ କିଛି ସମୟ ଲାଗିବ।
ଇମର୍ଜିଂ ଭାଇରାଲ ଇନ୍ଫେକ୍ସନ୍ କାରଣରୁ ମଝିରେ ମଝିରେ ଏଭଳି ସଂକ୍ରମଣ ଦେଖିବାକୁ ମିଳିବ।
ଏ ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ଲୋକଙ୍କୁ କୋଭିଡ୍ର ଆଉ ଏକ ଡୋଜ୍ ମଧ୍ୟ ନେବାକୁ ପଡ଼ିପାରେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।