Anant Singh Daughter Wedding: ଅନନ୍ତ ସିଂହଙ୍କ ଝିଅ ବାହାଘରରେ ଅଘଟଣ! ଘୋଡ଼ା ଦୌଡ଼ ଦେଖିବାକୁ ଆସି ଦର୍ଶକ ମୃତ
ବାହାଘରରେ ଚାଲିଥିଲା ଧୁମ୍ଧାମ୍ ଆୟୋଜନ।
ଚାରିଆଡ଼େ ଲୋକଙ୍କ ଗହଳି, ଘୋଡ଼ା ଦୌଡ଼ର ରୋମାଞ୍ଚ ଆଉ ଉତ୍ସବର ମାହୋଲ।
ହେଲେ ହଠାତ୍ ଏହି ଖୁସିର ମାହୋଲରେ ଖେଳିଗଲା ଶୋକର ଛାୟା।
ଘୋଡ଼ା ଦୌଡ଼ ଦେଖିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଗଲା।
ବିହାରର ବାହୁବଳୀ ବିଧାୟକ ଅନନ୍ତ ସିଂହଙ୍କ ଝିଅ ଶିବାଙ୍ଗୀ ସିଂହଙ୍କ ବିବାହ ଉତ୍ସବରେ ଘଟିଛି ଏଭଳି ଅଘଟଣ।
Advertisment ମୃତକ ହେଉଛନ୍ତି ନଦୱା ଅଞ୍ଚଳର ୭୫ ବର୍ଷୀୟ ଅରବିନ୍ଦ କୁମାର।
ବୁଧବାର ଘୋଡ଼ା ଦୌଡ଼ ପ୍ରତିଯୋଗିତା ଦେଖିବାକୁ ସେ ଆୟୋଜନ ସ୍ଥଳକୁ ଆସିଥିଲେ।
ହେଲେ ପ୍ରବଳ ଭିଡ଼ ଭିତରେ ସେ ହଠାତ୍ ଅଚେତ ହୋଇପଡ଼ିଥିଲେ।
ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନନ୍ତ ସିଂହଙ୍କ ଝିଅଙ୍କ ବିବାହ ଅବସରରେ ଘୋଡ଼ା ଦୌଡ଼ ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ ପାଲଟିଥିଲା।
ଏହାକୁ ଦେଖିବାକୁ ଏତେ ସଂଖ୍ୟାରେ ଲୋକ ପହଞ୍ଚିଥିଲେ ଯେ ଆୟୋଜନ ସ୍ଥଳରେ ଭିଡ଼ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା।
Advertisment ଏପରିକି କିଛି ଲୋକ ୩୩ ହଜାର ଭୋଲ୍ଟ ବିଦ୍ୟୁତ୍ ହାଇଟେନସନ୍ ଟାୱାର ଉପରେ ଚଢ଼ିଯାଇଥିଲେ।
ଫଳରେ ସୁରକ୍ଷା ଦୃଷ୍ଟିରୁ ଘୋଡ଼ା ଦୌଡ଼କୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା।
ପ୍ରତିଯୋଗିତାର ଫାଇନାଲ୍ ରାଉଣ୍ଡର ବିଜେତାଙ୍କୁ ଥାର୍ ଗାଡ଼ି ପୁରସ୍କାର ଦିଆଯିବାର ଘୋଷଣା ମଧ୍ୟ ହୋଇଛି।
୫ ଲକ୍ଷ ଲୋକଙ୍କ ସମାଗମ, ୧୦ କିମି ଯାଏଁ ଟ୍ରାଫିକ୍ ଜାମ୍ ଅନନ୍ତ ସିଂହଙ୍କ ଝିଅ ଶିବାଙ୍ଗୀଙ୍କ ବିବାହ ଉତ୍ସବ ବିହାରରେ ବେଶ୍ ଚର୍ଚ୍ଚାରେ ରହିଛି।
ନଦୱା ଗାଁରେ ଆୟୋଜିତ ଏହି ବିବାହରେ ପ୍ରାୟ ୪ରୁ ୫ ଲକ୍ଷ ଲୋକ ଯୋଗଦେବେ ବୋଲି ଆକଳନ କରାଯାଇଥିଲା।
ହେଲେ ଲୋକଙ୍କ ସମାଗମ ଏତେ ବଢ଼ିଗଲା ଯେ ଗାଁକୁ ଯାଉଥିବା ରାସ୍ତାରେ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇଥିଲା।
ଏହି ଜାମ୍ରେ ବିହାର ବିଧାନସଭାର ବାଚସ୍ପତିଙ୍କ ସମେତ ଅନେକ ଭିଆଇପି ଫସି ରହିଥିଲେ।
ଅନନ୍ତ ସିଂହଙ୍କ ଜ୍ୱାଇଁ ଋଷିକେଶ ସିଂହ ୧୫୧ଟି ଗାଡ଼ିର କାଫିଲା ସହ ବିବାହ ଉତ୍ସବରେ ପହଞ୍ଚିଥିବା ବେଳେ ଅନେକ ଭିଆଇପି ହେଲିକପ୍ଟର ଯୋଗେ ଆସିଥିଲେ।
ତେବେ ଯେଉଁ ବିବାହ ଉତ୍ସବରେ ଖୁସି ଓ ଉତ୍ସାହର ମାହୋଲ ଥିଲା, ସେଠାରେ ଜଣେ ଦର୍ଶକଙ୍କ ମୃତ୍ୟୁ ଏବେ ଅନେକ ପ୍ରଶ୍ନ ଉଠାଇଛି।
ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
