Ammonia Gas Leak Tragedy: ଆମୋନିଆ ଗ୍ୟାସ ଲିକ୍ ଟ୍ରାଜେଡି: ଦିନ ଗଡୁଛି, ମୃତ୍ୟୁ ସଂଖ୍ୟା ବଢୁଛି

Jun 28, 2026 - 11:19
Ammonia Gas Leak Tragedy: ଆମୋନିଆ ଗ୍ୟାସ ଲିକ୍ ଟ୍ରାଜେଡି: ଦିନ ଗଡୁଛି, ମୃତ୍ୟୁ ସଂଖ୍ୟା ବଢୁଛି

ତାମିଲନାଡୁ ଟ୍ରାଜେଡି; ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ। ମୃତକ ଅନୁଗୁଳ ଖମାର ଥାନା ଆଲୁରି ପଞ୍ଚାୟତ ଅନ୍ଧାରି ସାହିର ବୁଧୁବାରୀ ନାଏକ ବୋଲି ଜଣାପଡିଛି। ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିଲେ ଯୁବତୀ। ଏହାସହ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। 

ଅନ୍ୟପଟେ ୨୩ ଜଣ ଯୁବତୀ ଓ ୩୫ ଜଣ ଯୁବକଙ୍କୁ ତାମିଲନାଡୁ ଫେରାଇ ଆଣିଛନ୍ତି ରାଜ୍ୟ ସରକାର। ଗତକାଲି ତାମିଲନାଡୁ ପୋଲିସ ଘଟଣାରେ ୪ଜଣଙ୍କୁ ଅଟକ ରଖି ପଚରା ଉଚରା କରିଛି। ସେମାନଙ୍କ ମଧ୍ୟରେ ଶ୍ରୀକାନ୍ତ ଜୁଆଙ୍ଗ ଓ ରାଜେଶ କଣ୍ଟ୍ରାକଟର ମଧ୍ୟ ରହିଛି। ଏପଟେ କିନ୍ତୁ ଏପର୍ଯ୍ୟନ୍ତ ଶ୍ରମିକ ଚାଲାଣକୁ ନେଇ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ମାମଲା ମଧ୍ୟ ଦାୟର ହୋଇ ନଥିବା ଅଭିଯୋଗ ହୋଇଛି।