America Violence: ବେଙ୍ଗାଲୁରୁରୁ ‘ଟିଟିପି’ ସନ୍ଦିଗ୍ଧ ଆତଙ୍କୀ ଅଟକ
"ବେଙ୍ଗାଲୁରୁ: ପାକିସ୍ତାନ ସେନା ଏବଂ ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଥିବା ତଥା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ତେହେରିକ୍-ଇ-ତାଲିବାନ୍ ପାକିସ୍ତାନ (ଟିଟିପି)ର ସଦସ୍ୟ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ବେଙ୍ଗାଲୁରୁ ପୁଲିସ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଅଟକ ରଖିଛି।
ଅଟକ ଯୁବକଜଣକ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲା ନାଓପାରା ଗ୍ରାମର ଆସାଫୁଲ ମଲ୍ଲିକ ବୋଲି ଚିହ୍ନଟ କରାଯାଇଛି।
ସେ ବେଙ୍ଗାଲୁରୁର ଜିଗାନୀ ଅଞ୍ଚଳରେ ରହି ଟାଟା ଆଡଭାନ୍ସଡ୍ ଲିମିଟେଡରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ।
ସନ୍ଦେହଜନକ ଅନଲାଇନ୍ କାର୍ଯ୍ୟକଳାପକୁ ନେଇ ପୁଲିସ ତାଙ୍କୁ କାବୁ କରିବା ସହ ତାଙ୍କ ମୋବାଇଲ୍ ଫୋନ୍ ଜବତ କରିଛି।Advertisment ଅଭିଯୁକ୍ତଙ୍କ ମୋବାଇଲରୁ ଅନେକ ତଥ୍ୟ ହସ୍ତଗତ ପୁଲିସର ପାଟ୍ରୋଲିଂ ସମୟରେ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଆସାଫୁଲଙ୍କୁ ପଚରାଉଚୁରା କରାଯିବାରୁ ସେ ବିଭିନ୍ନ ବିସ୍ଫୋରକ ତଥ୍ୟ ଦେଇଛନ୍ତି।
ପାକିସ୍ତାନୀ ସେନା ଦ୍ଵାରା ମୁସଲିମ୍ ଓ ମସଜିଦ୍ ଉପରେ ହେଉଥିବା ଆକ୍ରମଣ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦରେ ପାକିସ୍ତାନର ଆଭିମୁଖ୍ୟକୁ ନେଇ ସେ ଅସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି।
ଆଫଗାନିସ୍ତାନର ଇମ୍ରାନ୍ ହାଇଦର ନାମକ ଜଣେ ବ୍ୟକ୍ତି ସହ ଫେସବୁକ୍ ମାଧ୍ୟମରେ ଯୋଗାଯୋଗ କରି ସେ ଟିଟିପିରେ ଯୋଗଦେବା ପାଇଁ ଆଫଗାନିସ୍ତାନ ଭିସା ପାଇଁ ଆବେଦନ ମଧ୍ୟ କରିଥିଲେ।
ତେବେ ଆର୍ଥିକ ସମସ୍ୟା ଯୋଗୁଁ ସେ ପରବର୍ତ୍ତୀ ସମୟରେ ଏହି ଯୋଜନାରୁ ଓହରି ଯାଇଥିବା କହିଛନ୍ତି।
ପୁଲିସ ଅଭିଯୁକ୍ତଙ୍କ ମୋବାଇଲରୁ ବହୁ ଗୁରୁତ୍ଵପୂର୍ଣ୍ଣ ଚାଟ୍, ଭଏସ୍ କଲ୍ ଏବଂ ଅଡିଓ ରେକର୍ଡିଂ ହସ୍ତଗତ କରିଛି।
ଏହି ଆତଙ୍କୀ ସଂଗଠନ ସହ ତାଙ୍କର ସମ୍ପର୍କ କେତେ ଗଭୀର ଏବଂ ନେଟୱାର୍କରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ପୁଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ଛାନଭିନ୍ ଆରମ୍ଭ କରିଛନ୍ତି।
Helicopter Crash: ଟେକ୍ସାସ ଦୁର୍ଘଟଣା ପରେ ଆମେରିକାର ବଡ଼ ନିଷ୍ପତ୍ତି: ଆପାଚେ ହେଲିକପ୍ଟର ତାଲିମ ମିଶନ ଅସ୍ଥାୟୀ ଭାବେ ବନ୍ଦ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
