Ambulance: ଗାଁକୁ  ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ,, ଗର୍ଭବତୀଙ୍କୁ ବୋହି ନେଲେ ଆଶା ଦିଦି ଓ ପରିବାର ଲୋକ

Aug 16, 2026 - 11:13
Ambulance: ଗାଁକୁ  ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ,, ଗର୍ଭବତୀଙ୍କୁ ବୋହି ନେଲେ ଆଶା ଦିଦି ଓ ପରିବାର ଲୋକ

"ଦେବଗଡ଼: ନାଳରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ ।‌ ଆଜି ସକାଳେ ଗର୍ଭବତୀ ମହିଳାଙ୍କୁ ବୋହି ନାଳ ପାର କଲେ ଆଶା ଦିଦି ଓ ପରିବାର।

ଦେବଗଡ଼ ଜିଲ୍ଲାରେ‌ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବାରକୋଟ ବ୍ଲକ କାଳିଆପାଳ ଗ୍ରାମକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ।

କାଳିଆପାଳ ଗାଁ ନିକଟ ଟାଙ୍କୁଜୁରା ନାଳରେ ବନ୍ୟା ପାଣି ପ୍ରବାହିତ ହେବାରୁ ପୋଲ ଉପରେ ଆଜି ସକାଳୁ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି ।Advertisment ନବଜାତ ଶିଶୁର ଚିକିତ୍ସା ଜାରି ରହିଛି କାଳିଆ ପାଳ ଗ୍ରାମର ସନ୍ତୋଷ ନାୟକଙ୍କ ସ୍ତ୍ରୀ ପଦ୍ମିନୀ ଶବର ପ୍ରସବ ଯନ୍ତ୍ରଣା ହୋଇଥିଲା l ସନ୍ତୋଷ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ l ଠିକ ସମୟରେ ଆମ୍ବୁଲାନ୍ସ ଆସିଥିଲା ମାତ୍ର ଟାଙ୍କୁଜୁରା ନାଳ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉ ଥିବାରୁ ସମୟରେ  ଆମ୍ବୁଲାନ୍ସ ଅଧାରେ ଅଟକି ଯାଇଥିଲା ।

ଆଶା ଦିଦି ଓ ପରିବାର ଲୋକେ ମହିଳାଙ୍କୁ ବିପଦ ପୂର୍ଣ୍ଣ ଭାବେ ଗର୍ଭବତୀ ମହିଳା ଙ୍କୁ ବୋହି ନାଳ ଅତିକ୍ରମ କରାଇଥିଲେ ।

ଏଭଳି ସମସ୍ୟା ଯୋଗୁଁ ଗର୍ଭବତୀ ମହିଳା ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚି ନପାରି ଆମ୍ବୁଲାନ୍ସରେ ନିଆଯାଉଥିବା ବେଳେ ଆମ୍ବୁଲାନ୍ସ ଭିତରେ ସେ ପ୍ରସବ କରି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।

ବର୍ତ୍ତମାନ ବାରକୋଟ ଡାକ୍ତରଖାନାରେ ପ୍ରସୂତୀ ମହିଳା ଓ ନବଜାତ ଶିଶୁର ଚିକିତ୍ସା ଜାରି ରହିଛି ।

RI: ଘରକୁ ଫେରୁଥିବା ବେଳେ ଆର ଆଇଙ୍କୁ ହାଣିଦେଲେ ଦୁର୍ବୃତ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media