Ambulance Delay: ଆମ୍ବୁଲାନ୍ସ ନ ମିଳିବାରୁ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତ୍ୟୁ
"ରାୟଗଡା: ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଆମ୍ବୁଲାନ୍ସ ସେବା ନ ମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି I ମୃତ୍ୟୁବରଣ କରିଥିବା ଯୁବକ ଜଣଙ୍କ ହେଲେ କଲ୍ୟାଣସିଂହପୁର ବ୍ଲକ ଭାଲୁମାସ୍କା ଅଂଚଳର ଅରୁଣ ପ୍ରାସ୍କ I ସେ ଜଣେ ସାଙ୍ଗର ଜନ୍ମଦିନ ପାଳନ ପାଇଁ ରାୟଗଡା ଆସିଥିଲେ I ଘରକୁ ଫେରିବା ସମୟରେ କୌଣସି କାରଣବଶତଃ ଦୁର୍ଘଟଣାର ଶିକାର ହୋଇଥିଲେ ଅରୁଣ I ସୂଚନାରୁ ଜଣାପଡିଛି ଗତକାଲି ବିଳମ୍ବିତ ରାତ୍ରିରେ ରାୟଗଡା ସହର ସ୍ଥିତ ରୟତ କଲୋନୀ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିଲେ I ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ I ଖବର ପାଇ ପରିବାର ଲୋକ ଡି ଏଚ ଏଚରେ ପହଂଚିଥିଲେ IAdvertisment ହସ୍ପିଟାଲ ମ୍ୟାନେଜର କୌଣସି ସହଯୋଗ କରି ନଥିଲେ ଅରୁଣ ପ୍ରାଥମିକ ଚିକତ୍ସା ପରେ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର ପାଇଁ କହିଥିଲେ I କିନ୍ତୁ ରାତିରେ ଅରୁଣଙ୍କର ସମ୍ପର୍କୀୟ ୧୦୮ ଆମ୍ବୁଲାନ୍ସ ନ ପାଇ ଆମ୍ବୁଲାନ୍ସ ଯୋଗାଇବା ପାଇଁ ହସ୍ପିଟାଲ ମ୍ୟାନେଜରଙ୍କୁ ଯୋଗାଯୋଗ କରିଥିଲେI କିନ୍ତୁ ହସ୍ପିଟାଲ ମ୍ୟାନେଜର କୌଣସି ସହଯୋଗ କରି ନଥିଲେ I ଆମ୍ବୁଲାନ୍ସ ନ ମିଳିବା ଓ ଚିକିତ୍ସାରେ ଅବହେଳା ଯୋଗୁଁ ଅରୁଣ ର ମୃତ୍ୟୁ ଘଟିଲା ବୋଲି ସମ୍ପର୍କୀୟ ମହେଶ୍ୱର କୁଣ୍ଡୁ ଅଭିଯୋଗ କରିଛନ୍ତି I ଏନେଇ ମେଡିକାଲ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନି I ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ଅଜଣା ଯୁବକଙ୍କ ରକ୍ତ ଜୁଡୁବୁଡୁ ଶରୀର ସ୍ଥାନୀୟ ସାଇପ୍ରିୟା ନଗର ନିକଟ ଜାତୀୟ ରାଜପଥ ନିକଟରେ ମିଳିଥିଲା I ତାଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଜଣେ ଯୁବକ ଦେବଦତ୍ତ ପାତ୍ର ଉଦ୍ଧାରକରି ରାୟଗଡା ଡି ଏଚ ଏଚକୁ ଆଣିଥିଲେ I ତାଙ୍କୁ କୋରାପୁଟ ଏସ ଏଲ ଏନ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି I ଆହୁରି ପଢ଼ନ୍ତୁ: Mou: ୯୦୦୦ ଠିକା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏସ୍ବିଆଇ ସହ ନାଲ୍କୋର ଏମ୍ଓୟୁ ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।