Accident: ଜଗା ଦର୍ଶନ ପାଇଁ ବିହାରରୁ ପୁରୀ ଯାଉଥିବା ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ, ଗୋଟିଏ ପରିବାରର ୧୦ ଗୁରୁତର

Jun 05, 2026 - 14:26
Accident: ଜଗା ଦର୍ଶନ ପାଇଁ ବିହାରରୁ ପୁରୀ ଯାଉଥିବା ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ, ଗୋଟିଏ ପରିବାରର ୧୦ ଗୁରୁତର

"ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ବେତନଟୀ ଉପକଣ୍ଠ ଛୁରୁଣୀ ଛକ ନିକଟରେ ଭୋର ପାଖାପାଖି ୫ଟା ସମୟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l Advertisment ବିହାର ଅଞ୍ଚଳରୁ ଚାଳକ ସମେତ ଗୋଟିଏ ପରିବାର ଓ ସମ୍ପର୍କୀୟ ମିଶି ଏକ ସ୍କର୍ପିଓ ଯୋଗେ ୧୦ଜଣ ଜଗା ଦର୍ଶନ ପାଇଁ ପୁରୀ ଯାଉଥିବାବେଳେ ବେତନଟୀ ଉପକଣ୍ଠ ଛୁରୁଣୀ ଛକ ନିକଟରେ ଘଟିଛି ଦୁର୍ଘଟଣା l ଜାତୀୟ ରାଜପଥ ପାର୍ଶ୍ୱରେ ବେକ କରୁଥିବା ଗୋଟିଏ କଣ୍ଟେନର ପଛରେ ପିଟି ହୋଇଛି ସ୍କର୍ପିଓ l ଦୁର୍ଘଟଣାରେ ସମସ୍ତ ୧୦ଜଣ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଯୁବକଙ୍କ ସହଯୋଗରେ ପ୍ରଥମେ ବେତନଟୀ ଡାକ୍ତରଖାନା ନିଆଯାଇଥିଲା ଓ ପରେ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇଯାଇଛି l Stabbing: ରାୟଗଡ଼ାରେ ବିଳମ୍ବିତ ରାତ୍ରିରେ ଛୁରାମାଡ଼ ପୁଲିସ ଘାଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଖବର ପାଇ ବେତନଟୀ ପୁଲିସ ଘାଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ତେବେ ପଛରେ ତାଙ୍କର ଅନ୍ୟ ସମ୍ପର୍କୀୟମାନେ ଆଉ ଗୋଟେ ଗାଡ଼ିରେ ଆସୁଥିବାବେଳେ ଡାକ୍ତରଖାନା ପହଞ୍ଚିଲେ ହିଁ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ l ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।