Letter To Putin: ପୁଟିନ୍‌ଙ୍କୁ ଖୋଲା ଚିଠି ଲେଖିଲେ ଜେଲେନସ୍କି

Jun 05, 2026 - 14:26
Letter To Putin: ପୁଟିନ୍‌ଙ୍କୁ ଖୋଲା ଚିଠି ଲେଖିଲେ ଜେଲେନସ୍କି

"କିବ୍‌: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଗତ ଚାରି ବର୍ଷ ହେଲା ଯୁଦ୍ଧ ଚାଲିଥିବାବେଳେ ଏକ ବଡ଼ ଖବର ସାମ୍‌ନାକୁ ଆସିଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର୍‌ ଜେଲେନସ୍କି ରୁଷ୍‌ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଖୋଲା ଚିଠି ଲେଖି ମୁହାଁମୁହିଁ ସାକ୍ଷାତ ପ୍ରସ୍ତାବ ଦେଇଛନ୍ତି।

ୟୁକ୍ରେନ୍‌ ଆକ୍ରମଣ ପରେ ମସ୍କୋକୁ ଏହାର ବାୟୁ ପ୍ରତିରକ୍ଷାକୁ ମଜବୁତ କରିବାକୁ ପଡିବ ବୋଲି କ୍ରେମଲିନ୍ ମୁଖ୍ୟ ସ୍ୱୀକାର କରିବାର କିଛି ସମୟ ମଧ୍ୟରେ ଜେଲେନସ୍କି ଏହି ପ୍ରସ୍ତାବ ଦେଇଛନ୍ତି।

ୟୁକ୍ରେନ ଉଭୟଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ମାଧ୍ୟମରେ ଏହି ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି।

ଚାରି ବର୍ଷ ମଧ୍ୟରେ ପ୍ରଥମ ଥର ଜେଲେନସ୍କି ଖୋଲା ଚିଠି ମାଧ୍ୟମରେ କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଛନ୍ତି।

ସ୍ବିଜରଲ୍ୟାଣ୍ଡ, ତୁର୍କୀ କିମ୍ବା ଆରବ ଦେଶରେ କଥାବାର୍ତ୍ତା ପାଇଁ ଉପଯୁକ୍ତ ରହିବ ବୋଲି ପୁଟିନ୍‌ କହିଛନ୍ତି।

ଶାନ୍ତି ଆଲୋଚନା ସମୟରେ ଯୁଦ୍ଧବିରତି ରହିବ ବୋଲି ମଧ୍ୟ ଜେଲେନସ୍କି କହିଛନ୍ତି।

ଦୁଇପକ୍ଷ ମଧ୍ୟରେ କଥାବାର୍ତ୍ତା ମସ୍କୋ କିମ୍ବା କିବ୍‌ରେ ନ ହେଉ ବୋଲି ଜେଲେନସ୍କି କହିଛନ୍ତି।

ବଡ଼ ପ୍ରସଙ୍ଗର ସମାଧାନ ଦୁଇ ଦେଶର ନେତା ହିଁ କରିପାରିବେ ବୋଲି ଜେଲେନସ୍କି କହିଛନ୍ତି।

ଏହାସହିତ କେବଳ ଆମେରିକା ଉପରେ ନିର୍ଭର କରି ହାତ ଉପରେ ହାତ ରଖି ବସି ପଡ଼ିଲେ ଚଳିବ ନାହିଁ, ଆମେରିକାର ଧ୍ୟାନ ଏବେ ଇରାନ ଉପରେ ରହିଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି।ଜେଲେନସ୍କି ରୁଷ୍‌କୁ ସମାଲୋଚନା କରି କହିଛନ୍ତି ଯେ, ରୁଷ୍‌ ସ୍ଥଳଭାଗ ଯୁଦ୍ଧରେ ସଫଳ ହୋଇପାରିଲା ନାହିଁ ବୋଲି ଏବେ ବାଲିଷ୍ଟିକ ‌କ୍ଷେପଣାସ୍ତ୍ର ଅଧିକ ବ୍ୟବହାର କରୁଛି।

ସେ ଆହୁରି କହିଛନ୍ତି, ରୁଷ୍‌ ଚାହୁଛି ଏହି ଯୁଦ୍ଧ ଆହୁରି ବର୍ଷେ କିମ୍ବା ଦୁଇ ବର୍ଷ ଜାରି ରହୁ, ଯଦ୍ବାରା ମସ୍କୋ ଯେକୌଣସି ପ୍ରକାରେ କିଛି ସଫଳତା ହାସଲ କରିପାରିବ।

ଜେଲେନସ୍କି ଆହୁରି କହିଛନ୍ତି, ପୁଟିନ୍‌ ଚାହୁଛନ୍ତି କି ବେଲାରୁ‌ଷ୍‌ ମଧ୍ୟ ଏହି ଯୁଦ୍ଧରେ ଅଂଶୀଦାର ହେଉ ଓ ରୁଷ୍‌ ମଲଡୋଭାରେ ନିଜ ସମର୍ଥକଙ୍କ ମାଧ୍ୟମରେ ଟ୍ରାନ୍ସନିଷ୍ଟ୍ରିଆ ନିକଟରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଛି।Advertisment ସିଧାସଳଖ କଥାବାର୍ତ୍ତା ମାଧ୍ୟମରେ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ୟୁକ୍ରେନଗତ କିଛି ମାସ ମଧ୍ୟରେ ରୁଷର ଶକ୍ତି ଓ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଏହାର ଦୂରଗାମୀ ପ୍ରତିଶୋଧମୂଳକ ଆକ୍ରମଣକୁ ତୀବ୍ର କରିଛି।

ଏହା ରୁଷର ସେନା ଦ୍ୱାରା ରାତି ସମୟରେ ହେଉଥିବା ଆକ୍ରମଣର ଏକ ଉଚିତ୍ ଜବାବ ବୋଲି କୁହାଯାଉଛି।

ୟୁକ୍ରେନ ବିରୋଧରେ ରୁଷର ଆକ୍ରମଣ ଏକ ରଣନୈତିକ ବିପର୍ଯ୍ୟୟ ପାଲଟିଛି କି ବୋଲି ପଚରାଯିବାରୁ ପୁଟିନ କହିଥିଲେ ଯେ, ରୁଷ ଆଗକୁ ବଢ଼ୁଛି, ଆମେ ଶାନ୍ତିପୂର୍ଣ୍ଣ ଉପାୟରେ ୟୁକ୍ରେନ ସହିତ ଚୁକ୍ତି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ଇଚ୍ଛୁକ ବୋଲି କହିଛନ୍ତି।

୨୦୨୫ ଶେଷ ଭାଗରୁ ରୁଷର ଅଗ୍ରଗତି ଗତି ମନ୍ଥର ହୋଇଯାଇଛି ଓ ୟୁକ୍ରେନ ରୁଷ ବିରୋଧରେ ଅଧିକ ସକ୍ରିୟ ହେଉଛି।

ଇନଷ୍ଟିଚ୍ୟୁଟ୍ ଫର୍ ଦି ଷ୍ଟଡି ଅଫ୍ ୱାର୍ସ ତଥ୍ୟ ବିଶ୍ଳେଷଣ କରି ଏଏଫ୍‌ପି କହିଛି ଯେ, ମେ ମାସରେ ୟୁକ୍ରେନ ଲଗାତାର ଦ୍ୱିତୀୟ ମାସପାଇଁ ରୁଷୀୟ ସୈନ୍ୟଙ୍କଠାରୁ ହରାଇଥିବା ଅଞ୍ଚଳ ଅପେକ୍ଷା ଅଧିକ ଅଞ୍ଚଳ ପୁନର୍ବାର ଦଖଲ କରିଛି।

ସେଣ୍ଟ ପିଟର୍ସବର୍ଗରେ ୟୁକ୍ରେନୀୟ ଡ୍ରୋନ୍ ଏକ ତୈଳ ଟର୍ମିନାଲ ଓ ନୌସେନା ଘାଟି ଉପରେ ଆକ୍ରମଣ କରିବାର ଦିନକ ପରେ ପୁଟିନ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ରୁଷକୁ ଏହାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ପଡିବ।

ଆହୁରି ପଢ଼ନ୍ତୁ:Pressure On Modi: ମୋଦୀଙ୍କ ଉପରେ ଚାପ ପକାଇବା ଅନ୍ତର୍ଜାତୀୟ ସମ୍ପର୍କ ପାଇଁ ଖରାପ: ପୁଟିନ୍‌ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।