Allegation of misbehavior: ବାର୍ରେ ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ସିଏମ୍ଓଙ୍କୁ ଦାବି
ଭୁବନେଶ୍ବର: ଶନିବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁରସ୍ଥିତ ରୋମିଓଲେନ୍ ରୁଫ୍ ଟପ୍ ରେଷ୍ଟୁରାଣ୍ଟ ଓ ବାର୍ରେ ଜଣେ ସିନେ ଅଭିନେତ୍ରୀଙ୍କୁ କିଛି ଯୁବକ ତାଙ୍କୁ ଅସଦାଚରଣ କରିଛନ୍ତି।
ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।
ଏହା ସହିତ ସାମାଜିକ ଗଣମାଧ୍ୟମରେ ଓଡ଼ିଶା ପୁଲିସ , କମିସନରେଟ ପୁଲିସ ଓ ସିଏମ୍ଓଙ୍କୁ ଟ୍ୟାଗ୍ କରି ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Advertisment Climate Change: ଜଳବାୟୁ ପରିବର୍ତ୍ତନରେ ବିଶ୍ୱର ୧୦ ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଭାରତ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ସିନେ ଅଭିନେତ୍ରୀ ତାଙ୍କର କିଛି ବନ୍ଧୁଙ୍କ ସହ ବାର୍କୁ ଯାଇଥିଲେ।
ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ ବାର୍କୁ ମନୋରଂଜନ ପାଇଁ ଆସିଥିବା କିଛି ଯୁବକଙ୍କ ସହିତ ସେମାନଙ୍କର ବଚସା ହୋଇଥିଲା।
ଏହି ସମୟରେ ଯୁବକମାନେ ଅଭିନେତ୍ରୀଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗକୁ କେନ୍ଦ୍ର କରି ଚନ୍ଦ୍ରଶେଖରପୁର ଥାନା ପୁଲିସ ଅସଦାଚରଣ ମାମଲା(କେସ୍ ନମ୍ବର:୧୧୨୪/୨୬) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ପର୍ଯ୍ୟାୟରେ ବାର୍ର ସିସିଟିଭି ଯାଞ୍ଚ କରିବା ସହିତ ସେଠାରେ ଉପସ୍ଥିତ ଥିବା ବାର୍ ମ୍ୟାନେଜର୍ ଓ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି।
ଅଭିଯୋଗକାରିଣୀ ଥାନାକୁ ଆସିବା ପରେ ତଦନ୍ତ ଆଗେଇବ ବୋଲି ଥାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
FSSAI: ବିସ୍ଲେରି ବିରୋଧରେ ଏଫ୍ଏସ୍ଏସ୍ଏଆଇର ପଦକ୍ଷେପ ଅପରପଟେ ଏହି ଅଘଟଣ ପାଇଁ ବାର୍ରେ ନିୟୋଜିତ ଥିବା କର୍ମଚାରୀ ଓ ବାଉନ୍ସରଙ୍କୁ ଦାୟୀ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଛନ୍ତି।
ସେ ଲେଖିଛନ୍ତି, ତାଙ୍କୁ ଯେତେବେଳେ କିଛି ଯୁବକ ଖରାପ ବ୍ୟବହାର କଲେ ସେ ତାକୁ ବିରୋଧ କରିଥିଲେ।
ବାର୍ରେ ଉତ୍ତେଜନା ବଢ଼ୁଥିବା ବେଳେ ବାଉନ୍ସର ଓ କର୍ତ୍ତୃପକ୍ଷମାନେ ନିରବଦ୍ରଷ୍ଟା ସାଜିଥିଲେ।
ତେଣୁ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ ପାଇଁ ସେ ରୋମିଓଲେନ୍ ରେଷ୍ଟୁରାଣ୍ଟ୍ ଓ ବାର୍ର ମାଲିକାଣୀଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ୟାଗ୍ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
