Middle East war:ପେଟ୍ରୋଲ୍‌, ଡିଜେଲ୍‌ ବିକ୍ରି ଉପରୁ କଟକଣା ହଟିଲା

Jun 29, 2026 - 21:02
Middle East war:ପେଟ୍ରୋଲ୍‌, ଡିଜେଲ୍‌ ବିକ୍ରି ଉପରୁ କଟକଣା ହଟିଲା

"ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନଜରରେ ରଖି ଚଳିତ ମାସରେ ପେଟ୍ରୋଲ୍‌ ଓ ଡିଜେଲ୍‌ ବିକ୍ରିରେ ଲଗାଯାଇଥିବା କଟକଣାକୁ ସରକାର ପ୍ରତ୍ୟାହାର କରିଛନ୍ତି।

ଆସନ୍ତା ଜୁଲାଇ ୧ରୁ କଟକଣା ହଟିଯିବ। ‌ବାଣିଜ୍ୟିକ ଗ୍ରାହକମାନଙ୍କୁ ପେଟ୍ରୋଲ୍‌ ପମ୍ପରୁ ପେଟ୍ରୋଲ୍‌ ଓ ଡିଜେଲ୍‌ କିଣିବାକୁ ବାରଣ କରାଯାଇଥିଲା।

ଏଥି ସହିତ ଗାଡ଼ି ପିଛା ତେଲ ବିକ୍ରିର ନିର୍ଦ୍ଦିଷ୍ଟ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଥିଲା।

ଯୁଦ୍ଧ ପାଇଁ ତେଲ ଅଭାବ ଦେଖାଦେବାର ଆଶଙ୍କା ଥିବାରୁ ଏହିସବୁ କଟକଣା ଲଗାଯାଇଥିଲା।Advertisment ଆହୁରି ପଢନ୍ତୁ :Lord Jagannath: ପାହାଡ଼ ଚଢ଼ି ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ଶ୍ରଦ୍ଧାଳୁ ତେବେ ଇରାନ ଓ ଆମେରିକା ମଧ୍ୟରେ ଅନ୍ତରୀଣ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବା ଓ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ ହେଉଥିବାରୁ ସରକାର କଠୋର କଟକଣାଗୁଡ଼ିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଜୁଲାଇ ପହିଲାରୁ ଦେଶରେ ଯୁଦ୍ଧ ପୂର୍ବ ସମୟର ବ୍ୟବସ୍ଥା ଅନୁସାରେ ବିନା କୌଣସି କଟକଣାରେ ତେଲ ବିକ୍ରି ହେବ।

ଏହା ଦ୍ବାରା ପରିବହନ ଅପରେଟର, ବ୍ୟବସାୟ ପ୍ରତିଷ୍ଠାନ ଓ ବାଣିଜ୍ୟିକ ବ୍ୟବହାରକାରୀମାନେ ଉପକୃତ ହେବା ଆଶା କରାଯାଉଛି।

ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ ଲାଗିଥିବା କଟକଣାକୁ ଗତ ସପ୍ତାହରେ ସରକାର ପ୍ରତ୍ୟାହାର କରିଥିଲେ।

ବାଣିଜ୍ୟିକ ଏଲ୍‌ପିଜି ଉପରେ ଗତ ମାର୍ଚ୍ଚରେ କଟକଣା ଲଗାଯାଇଥିଲା।

ଆହୁରି ପଢନ୍ତୁ :Lord Jagannath: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂରତି ମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼  ଏହାଦ୍ବାରା ଶିଳ୍ପ ପ୍ରତିଷ୍ଠାନ, ଭୋଜନାଳୟ, ହୋଟେଲ୍‌, ରେସ୍ତୋରାଁଗୁଡ଼ିକ ପ୍ରଭାବିତ ହୋଇଥିଲେ।

ସେମାନେ ଡିଜେଲ ଓ କୋଇଲା ଭଳି ପ୍ରଦୂଷଣକାରୀ ଇନ୍ଧନ ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ।

ତେବେ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ପାଇପ୍‌ଡ ନାଚୁରାଲ୍‌ ଗ୍ୟାସ୍‌ (ପିଏନ୍‌ଜି) ବ୍ୟବହାର ବଢ଼ାଇବାକୁ ସରକାର ଚାହୁଛନ୍ତି।

ସେଥିପାଇଁ ଯେଉଁମାନଙ୍କ ପାଖରେ ପିଏନ୍‌ଜି ସଂଯୋଗ ପହଞ୍ଚିଛି, ସେମାନେ ପୁଣି ଥରେ ଏଲ୍‌ପିଜି ସଂଯୋଗ ନେଇପାରି‌ବେ ନାହିଁ।

ଯେଉଁ ଗ୍ରାହକମାନଙ୍କ ପାଖରେ ଉଭୟ ପିଏନ୍‌ଜି ଓ ଏଲ୍‌ପିଜି ସଂଯୋଗ ରହିଛି, ସେମାନଙ୍କୁ ଏଲ୍‌ପିଜି ସଂଯୋଗ ଫେରାଇବାକୁ ସରକାର କହିଛନ୍ତି।

"