Aishwarya: ଐଶ୍ବର୍ଯ୍ୟାଙ୍କୁ ଦୁଲ୍‌କର୍‌ଙ୍କ ଭୟ!

Sep 10, 2026 - 06:06
Aishwarya: ଐଶ୍ବର୍ଯ୍ୟାଙ୍କୁ ଦୁଲ୍‌କର୍‌ଙ୍କ ଭୟ!

"ଅଭିନେତା‌ ଦୁଲ୍‌କର ସଲମାନ୍‌ଙ୍କ ସହ ଆଉ କାମ କରିବେ ନାହିଁ ‌ବୋଲି ନିଷ୍ପତ୍ତି ନେଇଛନ୍ତି ଅଭିନେତ୍ରୀ ଐଶ୍ୱର୍ଯ୍ୟା ଲକ୍ଷ୍ମୀ!

ମାଲୟାଲମ୍‌ ଚଳଚ୍ଚିତ୍ର "କିଙ୍ଗ୍ ଅଫ୍ କୋଥା"ରେ ତାଙ୍କ ସହ ଅଭିନୟ କରି ଟ୍ରୋଲିଂର ଶିକାର ହେବା ପରେ ଲକ୍ଷ୍ମୀ ଦୁଲ୍‌କରଙ୍କ ନାଁ ଶୁଣିଲେ ଡରୁଛନ୍ତି।

ଏହି ସିନେମାରେ ସେ ଦୁଲ୍‌କରଙ୍କୁ ସମ୍ବୋଧନ କରୁଥିବା "ରାଜୁବେଟା" ଶବ୍ଦ ପାଇଁ ତାଙ୍କୁ ପ୍ରବଳ ପରିହାସ ସହିବାକୁ ପଡ଼ିଛି।

ତାଙ୍କର ନୂଆ ଫିଲ୍ମ "ହେଲୋ ମମି" ସୁଟିଂର ପ୍ରଥମ ଦିନ ଜଣେ ସହକାରୀ ନିର୍ଦ୍ଦେଶକ ଲକ୍ଷ୍ମୀଙ୍କୁ "ରାଜୁବେଟା" କହି ସମ୍ବୋଧନ କରିବା ତାଙ୍କୁ ଖୁବ୍‌ ଖରାପ ଲାଗିଥିଲା ବୋଲି ସେ ପ୍ରକାଶ କରିଛନ୍ତି।

୨୦୨୩ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ଦୁଲ୍‌କର ଓ ଐଶ୍ବର୍ଯ୍ୟା ଲକ୍ଷ୍ମୀ ସହ-କଳାକାର ଥିଲେ।

ଚଳଚ୍ଚିତ୍ରଟି ଆଶାନୁରୂପ ସଫଳତା ନ ପାଇବା ପରେ ଏହାର ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଟ୍ରୋଲିଂ ହୋଇଥିଲା।

ସିନେମାରେ ଲକ୍ଷ୍ମୀଙ୍କ ଅଭିନୟ ଓ ସଂଳାପ ପରିବେଷଣ ଶୈଳୀକୁ ନେଇ ଅନେକ ଉପହାସସୂଚକ ଟିପ୍ପଣୀ କରିଥିଲେ।

ସେଥିମଧ୍ୟରୁ କିଛି ସମାଲୋଚନା ଯଥାର୍ଥ ଥିଲା ବୋଲି ସେ ସ୍ୱୀକାର କରିଛନ୍ତି।

ଏହାକୁ ନକାରାତ୍ମକ ଭାବେ ଗ୍ରହଣ ନକରି ସେ ନିଜର ଦୁର୍ବଳତାକୁ ବି ସୁଧାରିଛନ୍ତି।

Advertisment Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ ଏବେ ଦୁଲ୍‌କରଙ୍କ ସହ ପୁଣି କାମ କରିବାକୁ ଐଶ୍ବର୍ଯ୍ୟା ଲକ୍ଷ୍ମୀ ସମ୍ପୂର୍ଣ୍ଣ ମନା କରି ନଥିଲେ ବି ସେତେଟା ଉତ୍ସାହ ଦେଖାଉନାହାନ୍ତି।

ଏପରିକି ଦୁଲ୍‌କର ସଲମାନ୍‌ଙ୍କ ସହ ଏକ ବିଜ୍ଞାପନରେ ଅଭିନୟ କରିବାର ସୁଯୋଗ ମିଳିଥିଲେ ବି ସେ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ଜଣାପଡ଼ିଛି। "କିଙ୍ଗ୍ ଅଫ୍ କୋଥା" ସିନେମା ପରେ ପରେ ମାଲାୟାଲମ୍‌ ଚଳଚ୍ଚିତ୍ର ଜଗତର କିଛି ନିର୍ମାତା ତାଙ୍କୁ ନୂଆ ପ୍ରକଳ୍ପରେ ନେବାକୁ ଦ୍ୱିଧା ପ୍ରକାଶ କରୁଥିବା ସେ ଅନୁଭବ କରିଥିଲେ।

ସେହି କାରଣରୁ ଦୁଲ୍‌କର ସଲମାନ୍‌ଙ୍କୁ ଜଣେ ଭଲ ସହ-ଅଭିନେତା‌ ବୋଲି କହୁଥିବା ଐଶ୍ବର୍ଯ୍ୟା ଏବେ ତାଙ୍କ ସହ ଏକତ୍ର ନଜର ଆସିବାକୁ ଭୟ କରୁଛନ୍ତି।

Congress: ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିରେ ୫୧ କର୍ମକର୍ତ୍ତା, ୨୫ କାର୍ଯ୍ୟକାରିଣୀ କମିଟିକୁ ମନୋନୀତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)