Airtel: ଏୟାରଟେଲ୍‌ ରିଚାର୍ଜ ମୂଲ୍ୟରେ ବୃଦ୍ଧି

Aug 13, 2026 - 08:41
Airtel: ଏୟାରଟେଲ୍‌ ରିଚାର୍ଜ ମୂଲ୍ୟରେ ବୃଦ୍ଧି

"ନୂଆଦିଲ୍ଲୀ: ଭାରତୀ ଏୟାରଟେଲ୍‌ପକ୍ଷରୁ ୨୯୯ ଟଙ୍କା, ୫୭୯ ଟଙ୍କା, ୬୧୯ ଟଙ୍କା ଓ ୬୪୯ ଟଙ୍କା‌ର ଚାରି ପ୍ରକାର ପ୍ରିପ୍ରେଡ୍‌ ରିଚାର୍ଜ ପ୍ଲାନ୍ ପ୍ରତ୍ୟାହାର କରାଯାଇଛି।

୨୯୯ ଟଙ୍କିଆ ପ୍ଲାନ୍‌ ବେଶ ଲୋକପ୍ରିୟ ଥିଲା।

ଏବେ କମ୍ପାନିର ୧୯୯ ଟଙ୍କା ଓ ୨୧୯ ଟଙ୍କାର ରିଚାର୍ଜ ପ୍ଲାନ୍‌ ରହିଛି।

କିନ୍ତୁ ୨୯୯ ଟଙ୍କିଆ ପ୍ଲାନ୍‌ ରିଚାର୍ଜ କରୁଥିବା ଗ୍ରାହକମାନଙ୍କ ପାଇଁ ପରବର୍ତ୍ତୀ ପ୍ଲାନ୍‌ର ଦାମ୍‌ ୩୪୯ ଟଙ୍କାକୁ ବଢ଼ାଇ ଦିଆଯାଇଛି।

୩୪୯ ଟଙ୍କିଆ ପ୍ଲାନରେ ଅସୀମିତ ୫ଜି ଡାଟା ମିଳୁଛି।

୨୯୯ ଟଙ୍କିଆ ପ୍ଲାନ୍‌ରେ ଦୈନିକ ଡାଟା କୋଟା ମିଳୁଥିବା।Advertisment ଆହୁରି ପଢନ୍ତୁ :Book release: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚିତ ଅଧିକାଂଶ ଗ୍ରାହକଙ୍କ ସେହି କୋଟା ଶେଷ ହୋଇଯାଉଥିଲା, ‌ଯେଉଁଥିପାଇଁ ସେମାନେ ଅତିରିକ୍ତ ଡାଟା ଟପ୍‌ ଅପ୍‌ ରିଚାର୍ଜ କରିବାକୁ ବାଧ୍ୟ ହେଉଥିଲେ।

ରିଚାର୍ଜ ଦର ବଢ଼ିଥିବାରୁ ଏୟାରଟେଲ୍‌ର ଗ୍ରାହକ ପିଛା ହାରାହାରି ରାଜସ୍ବ (ଆର୍‌ପୁ)ରେ ବୃଦ୍ଧି ଘଟିବ।

ପ୍ଲାନ୍‌ ଦର ବଢ଼ିବାର ସମ୍ଭାବନା ସମ୍ପର୍କରେ କିଛି ଦିନ ତଳେ କମ୍ପାନିର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଗୋପାଳ ଭିଟ୍ଟଲ ସଙ୍କେତ ଦେଇଥିଲେ।

ଏୟାରଟେଲ୍‌ ରିଚାର୍ଜ ଦର ବଢ଼ାଇଥିବାରୁ ଆଗାମୀ ଦିନରେ ଅନ୍ୟ କମ୍ପାନିଗୁଡ଼ିକ ମଧ୍ୟ ସେହି ଧାରାରେ ଆଗକୁ ବଢ଼ିବା ଆଶା କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media