Airports: ୧୦ ବର୍ଷରେ ୧୦୦ ବିମାନବନ୍ଦର: ‘ଉଡାନ୍‌’ ପାଇଁ ୩୦ ହଜାର କୋଟି

Sep 02, 2026 - 14:24
Airports: ୧୦ ବର୍ଷରେ ୧୦୦ ବିମାନବନ୍ଦର: ‘ଉଡାନ୍‌’ ପାଇଁ ୩୦ ହଜାର କୋଟି

"ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ବିମାନ ସେବାର ସମ୍ପ୍ରସାରଣ ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶରେ ୧୦୦ଟି ନୂଆ ବିମାନବନ୍ଦର ନିର୍ମାଣ କରାଯିବ।

କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ବିମାନ ସଂଯୋଗୀକରଣ ଯୋଜନା "ଉଡେ ଦେଶ କା ଆମ୍ ନାଗରିକ" (ଉଡାନ୍‌) ଅଧୀନରେ ଏହି ବିମାନବନ୍ଦରଗୁଡ଼ିକ ପ୍ରତିଷ୍ଠା କରାଯିବ।

ଏଥିପାଇଁ ପ୍ରାୟ ୩୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି।Advertisment ମନ୍ତ୍ରୀ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ସୂଚନା ଅନୁସାରେ ୨୦୧୪ ମସିହାରେ ଦେଶରେ ମାତ୍ର ୭୪ଟି ବିମାନବନ୍ଦର କାର୍ଯ୍ୟକ୍ଷମ ଥିଲା।

ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇ ୧୬୬ରେ ପହଞ୍ଚିଛି।

ପରିବର୍ତ୍ତିତ ଉଡାନ୍‌ ଯୋଜନାରେ ବ୍ୟବହାର ହେଉନଥିବା ପୁରୁଣା ଏୟାରଷ୍ଟ୍ରିପ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ବିମାନବନ୍ଦରରେ ରୂପାନ୍ତରିତ କରାଯିବ ଏବଂ ପ୍ରାୟ ୨୦୦ଟି ଆଧୁନିକ ହେଲିପ୍ୟାଡ୍ ନିର୍ମାଣ କରାଯିବ।

ଏହି ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି।

କେବଳ ମହାନଗର ନୁହେଁ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହର, ହିମାଳୟ ଆଞ୍ଚଳିକ ପାର୍ବତ୍ୟ ସ୍ଥାନ ଏବଂ ଲାକ୍ଷାଦ୍ୱୀପ ଓ ଆଣ୍ଡାମାନ ଭଳି ଦ୍ୱୀପକୁ ସୀଧାସଳଖ ବିମାନ ସେବା ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।ବିମାନ ଯାତାୟାତକୁ ସହଜ କରିବା ପାଇଁ ଭାରତର ବଡ଼ ସହରଗୁଡ଼ିକୁ ବିଦେଶୀ ଓ ଆଞ୍ଚଳିକ ରୁଟ୍ ସହିତ ଯୋଡ଼ିବାକୁ "ହବ୍ ଆଣ୍ଡ୍‌ ସ୍ପୋକ୍" ମୋଡେଲ୍‌କୁ କାର୍ଯ୍ୟକାରୀ କରାଯାଉଛି।

ବାରାଣସୀ ଓ ଅମୃତସର ପରେ ବର୍ତ୍ତମାନ ଅହମଦାବାଦରେ ଏହି ସେବା ଆରମ୍ଭ କରାଯାଇଛି।

ଏହି ଯୋଜନା ଦ୍ୱାରା ଦେଶରେ ପର୍ଯ୍ୟଟନ, ବ୍ୟବସାୟ ଏବଂ ରୋଜଗାର କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ ଶ୍ରୀ ନାଇଡ଼ୁ ପ୍ରକାଶ କରିଛନ୍ତି।

Ukraine Russia War: ଏୟାରଲାଇନ୍ସକୁ ଚେତାବନୀ ଦେଲେ ଜେଲେନସ୍କି: ଜବାବ ଦେଲେ ପୁଟିନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)