12 SEPTEMBER 2026

Welcome!

Unlock your personalized experience.
Sign Up

Air strike: ସକ୍ରିୟ ହେବ ‘ମକ୍କା ଚୁକ୍ତି’ ହୁତି ବିଦ୍ରୋହୀଙ୍କ ଉପରେ ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ପାକିସ୍ତାନ ପ୍ରସ୍ତୁତ

Sep 10, 2026 - 02:38
Air strike: ସକ୍ରିୟ ହେବ ‘ମକ୍କା ଚୁକ୍ତି’ ହୁତି ବିଦ୍ରୋହୀଙ୍କ ଉପରେ ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ପାକିସ୍ତାନ ପ୍ରସ୍ତୁତ

ଇସଲାମାବାଦ: ସାଉଦି ଆରବରେ ହୁତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ ପରେ ପାକିସ୍ତାନ ସୀମାପାର ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ସାଉଦି ଆରବର ଶକ୍ତି ଭିତ୍ତିଭୂମି ଉପରେ ହୁତି ଆକ୍ରମଣରେ ୭୩ ଜଣ ଆହତ ହେବା ପରେ, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ ‘ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତି’ ସକ୍ରିୟ କରାଯିବା ନେଇ ସ୍ପଷ୍ଟ ସଙ୍କେତ ଦେଇଛନ୍ତି।

Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା

ମକ୍କା ଚୁକ୍ତି ନିୟମ ଅନୁଯାୟୀ, କୌଣସି ଗୋଟିଏ ସଦସ୍ୟ ଦେଶ ଉପରେ ଆକ୍ରମଣ ହେଲେ ସମସ୍ତ ସଦସ୍ୟ ମିଳିତ ଭାବେ ଏହାର ଜବାବ ଦେବେ। ପାକିସ୍ତାନ ସେନା ୟେମେନର ବିଭିନ୍ନ ଅଞ୍ଚଳରୁ ହୁତି ବିଦ୍ରୋହୀଙ୍କୁ ହଟାଇବା ପାଇଁ ବିମାନ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ତେବେ ୟେମେନ୍‌ ଭିତରକୁ ସାଉଦି ସେନାର ପୁନର୍ବାର ପ୍ରବେଶ କିମ୍ବା ଆକ୍ରମଣାତ୍ମକ ସାମରିକ ଅଭିଯାନରେ ପାକିସ୍ତାନ ଭାଗ ନେବ ନାହିଁ ଏବଂ ଏହାର ଭୂମିକା କେବଳ ଆତ୍ମରକ୍ଷାମୂଳକ ରହିବ ବୋଲି ସ୍ପଷ୍ଟ କରାଯାଇଛି।

Horoscope 2026 September 10: ଜାଣନ୍ତୁ ଆଜିର ରାଶିଫଳ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)