Rahul Gandhi: ‘ଭୋଟ୍ ଚୋରି’ ପରେ ‘ପେଟ୍ରୋଲ୍ ଚୋରି’ ଅଭିଯୋଗ ଆଣିଲେ ରାହୁଲ

Nov 07, 2026 - 22:17
Rahul Gandhi: ‘ଭୋଟ୍ ଚୋରି’ ପରେ ‘ପେଟ୍ରୋଲ୍ ଚୋରି’ ଅଭିଯୋଗ ଆଣିଲେ ରାହୁଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ପୂର୍ବରୁ 'ଭୋଟ୍ ଚୋରି' ଅଭିଯୋଗ ଆଣି ପ୍ରତିବାଦ କରୁଥିବା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ସରକାରଙ୍କ ବିରୋଧରେ ' ପେଟ୍ରୋଲ ଚୋରି' ଅଭିଯୋଗ ଆଣିଛନ୍ତି।

ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ (ଇ୨୦) ବ୍ୟବସ୍ଥାକୁ ସେ ତୀବ୍ର ସମାଲୋଚନା କରିଛନ୍ତି।

ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କହିଛନ୍ତି ଯେ, 'ଇ୨୦ ଏବେ ୪୨୦(ଠକେଇ)ରେ ପରିଣତ ହୋଇଛି, ଯାହା ଜନତାଙ୍କ ଗାଡ଼ିରୁ ପେଟ୍ରୋଲ ଚୋରି କରୁଛି'।

ଏହାସହ ଏହି ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁନର୍ବାର ଆହ୍ୱାନ ଦେଇଛନ୍ତି।

Advertisment ଆହୁରି ପଢନ୍ତୁ : SmartPhone: ସେକେଣ୍ଡ-ହ୍ୟାଣ୍ଡ ସ୍ମାର୍ଟଫୋନ୍ କିଣୁଛନ୍ତି କି?

ସାବଧାନ!

କିଣିବା ପୂର୍ବରୁ ଜାଣନ୍ତୁ ଏହି ୩ଟି ଜରୁରୀ କଥା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ, କଂଗ୍ରେସ ଶାସିତ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ୭ଟି ଜିଲ୍ଲାରୁ ପେଟ୍ରୋଲ ନମୁନା ସଂଗ୍ରହ କରାଯାଇ ଏକ ସ୍ୱୀକୃତିପ୍ରାପ୍ତ ଲାବ୍ରୋଟୋରୀରେ ପରୀକ୍ଷା କରାଯାଇଥିଲା।

ଏହି ଯାଞ୍ଚରେ ୧୪ଟି ନମୁନା ମଧ୍ୟରୁ ୧୧ଟିରେ ନିର୍ଦ୍ଧାରିତ ସୀମା ଠାରୁ ଯଥେଷ୍ଟ ଅଧିକ ପରିମାଣର ଇଥାନଲ୍ ମିଳିଛି।

ଆଇଓସିଏଲ୍, ଏଚପିସିଏଲ୍, ବିପିସିଏଲ୍, ନାୟାରା ଆଦି ବିଭିନ୍ନ କମ୍ପାନି ନିର୍ଦ୍ଧାରିତ ମାତ୍ରା ଅତିକ୍ରମ କରିଛନ୍ତି।

ବିଶେଷ କରି ବେଙ୍ଗାଲୁରୁର ଶ୍ରୀରାମ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ରିପୋର୍ଟ ଅନୁଯାୟୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ (ଆଇଓସିଏଲ୍) ନମୁନାରେ ୩୧.୨ ପ୍ରତିଶତ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (ଏଚପିସିଏଲ୍) ନମୁନାରେ ୩୦.୫ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ୍ ମିଶ୍ରଣ ଥିବା ଜଣାପଡ଼ିଛି।

ଗାଡ଼ିରେ ଅତ୍ୟଧିକ ଇଥାନଲ୍ ବ୍ୟବହାର ଦ୍ୱାରା ଇଞ୍ଜିନର କାର୍ଯ୍ୟଦକ୍ଷତା ଏବଂ ମାଇଲେଜ୍ କମିବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ସେ ଚିନ୍ତା ପ୍ରକାଶ କରିଛନ୍ତି।

ଆହୁରି ପଢନ୍ତୁ : Mumbai Woman: ଶୋଇ ଶୋଇ ଜିତିଲେ ମହିଳା; ପାଇଲେ ୯.୬ ଲକ୍ଷ ଟଙ୍କାର ପୁରସ୍କାର ରାଶି କର୍ଣ୍ଣାଟକର ଯୋଗାଣ ଏବଂ ଗ୍ରାହକ ବ୍ୟାପାର ମନ୍ତ୍ରୀ ରିଜୱାନ ଅର୍‌ସଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ବେଙ୍ଗାଲୁରୁ, କୋଲାର, ଚିକବଲାପୁର, ବେଙ୍ଗାଲୁରୁ ଗ୍ରାମାଞ୍ଚଳ, ରାମନଗର, ମାଙ୍ଗାଲୁରୁ ଏବଂ ତୁମକୁରୁ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ନମୁନା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି ଏବଂ ସରକାର ଏହି ତୈଳ କମ୍ପାନୀଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ପୂର୍ବରୁ ସ୍ୱୀକାର କରିଛନ୍ତି ଯେ, ଇ୨୦ ଇନ୍ଧନ ଯୋଗୁଁ ଗାଡ଼ିର ମାଇଲେଜ୍‌ରେ ୩ରୁ ୫ ପ୍ରତିଶତ ହ୍ରାସ ଘଟିପାରେ, କିନ୍ତୁ ଇଞ୍ଜିନ ନଷ୍ଟ ହେବା ଅଭିଯୋଗକୁ ସରକାର ଅଗ୍ରାହ୍ୟ କରିଛନ୍ତି।

ବିଗତ ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଜୈବ ଇନ୍ଧନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଫଳରେ ୨୦୧୩-୧୪ରେ ଥିବା ୧.୫ ପ୍ରତିଶତ ଇଥାନଲ୍ ମିଶ୍ରଣ ବର୍ତ୍ତମାନ ୨୦୨୫-୨୬ ସୁଦ୍ଧା ୨୦ ପ୍ରତିଶତରେ ପହଞ୍ଚିଛି।

ଆହୁରି ପଢନ୍ତୁ : Sonia Gandhi: ବିଜେପିକୁ ଟାର୍ଗେଟ କଲେ ସୋନିଆ ତେବେ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ (ଓଏମ୍‌ସି) ଯଥା ଆଇଓସି, ବିପିସିଏଲ୍ ଏବଂ ଏଚପିସିଏଲ୍ କର୍ଣ୍ଣାଟକ ସରକାରଙ୍କ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।

ଏକ ମିଳିତ ବିବୃତିରେ ସେମାନେ ରାଜ୍ୟ ସରକାରଙ୍କ ନମୁନା ସଂଗ୍ରହ ଏବଂ ପରୀକ୍ଷା ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି।

କମ୍ପାନିଗୁଡ଼ିକ କହିଛନ୍ତି ଯେ, କର୍ଣ୍ଣାଟକ ସମେତ ସାରା ଦେଶରେ ଯୋଗାଇ ଦିଆଯାଉଥିବା ପେଟ୍ରୋଲ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍)ର ନିର୍ଦ୍ଧାରିତ ନିୟମ ଅନୁଯାୟୀ ୧୯ ରୁ ୨୧ ପ୍ରତିଶତ ମଧ୍ୟରେ ସୀମିତ ରହିଛି।

ସେମାନେ ତୃତୀୟ ପକ୍ଷ ଲାବ୍ରୋଟୋରିର ପ୍ରମାଣପତ୍ରକୁ ଅବୈଧ ଦର୍ଶାଇବା ସହ ଏଥିରେ ପରୀକ୍ଷଣ ପ୍ରଣାଳୀର ପର୍ଯ୍ୟାପ୍ତ ବିବରଣୀ ନଥିବା ପ୍ରକାଶ କରିଛନ୍ତି।

ପେଟ୍ରୋଲିୟମ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ୨୦୧୪-୧୫ ଠାରୁ ଆରମ୍ଭ ହୋଇଥିବା ଏହି ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ଦ୍ୱାରା ଦେଶର ୧.୯୭ ଲକ୍ଷ କୋଟି ଟଙ୍କାରୁ ଅଧିକ ବୈଦେଶିକ ମୁଦ୍ରା ସଞ୍ଚୟ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)