AIIMS Delhi Performs India's First Open Foetal Surgery: ମା’ ପେଟରେ ଶିଶୁର ଅସ୍ତ୍ରୋପଚାର, ଦିଲ୍ଲୀ AIIMS ରଚିଲା ଇତିହାସ

Nov 15, 2026 - 14:54
AIIMS Delhi Performs India's First Open Foetal Surgery: ମା’ ପେଟରେ ଶିଶୁର ଅସ୍ତ୍ରୋପଚାର, ଦିଲ୍ଲୀ AIIMS ରଚିଲା ଇତିହାସ

ମା'ଙ୍କ ଗର୍ଭରେ ଥିବା ଅବସ୍ଥାରେ ଶିଶୁର ମେରୁଦଣ୍ଡରେ ଅସ୍ତ୍ରୋପଚାର!

ତାହା ପୁଣି ୨୫ ସପ୍ତାହର ଗର୍ଭସ୍ଥ ଶିଶୁ ଉପରେ।

ଭାରତରେ ପ୍ରଥମ ଥର ପାଇଁ ଏଭଳି ଏକ ଜଟିଳ ଓ ବିରଳ ଅସ୍ତ୍ରୋପଚାର କରି ଇତିହାସ ରଚିଛି ଦିଲ୍ଲୀ AIIMS।

Advertisment ନଭେମ୍ବର ୧୨ ତାରିଖରେ ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା ଏହି ଅସ୍ତ୍ରୋପଚାର।

ଗର୍ଭସ୍ଥ ଶିଶୁର ମେରୁଦଣ୍ଡରେ ଥିବା ଗୁରୁତର ତ୍ରୁଟିକୁ ସୁଧାରିବା ପାଇଁ ଡାକ୍ତରମାନେ ମା'ଙ୍କ ଗର୍ଭାଶୟ ଭିତରେ ହିଁ ଅସ୍ତ୍ରୋପଚାର କରିଥିଲେ।

ଏହି ତ୍ରୁଟିକୁ ମାଇଲୋମେନିଙ୍ଗୋସିଲ୍ କୁହାଯାଏ।

ଏହା ସ୍ପାଇନା ବିଫିଡାର ସବୁଠାରୁ ଗୁରୁତର ରୂପ।

ଏଥିରେ ଶିଶୁର ମେରୁଦଣ୍ଡ ଓ ସ୍ନାୟୁ ବାହାରକୁ ବାହାରି ଆସିଥାଏ।

ଫଳରେ ଶିଶୁ ଜନ୍ମ ପରେ ପକ୍ଷାଘାତ, ମସ୍ତିଷ୍କରେ ପାଣି ଜମିବା ସହ ଅନ୍ୟ ସ୍ନାୟୁଜନିତ ସମସ୍ୟାର ଆଶଙ୍କା ରହିଥାଏ।

ଏତେ ବଡ଼ ଅସ୍ତ୍ରୋପଚାର ପାଇଁ ଡାକ୍ତରୀ ଟିମ୍‌କୁ ୫ ସପ୍ତାହରୁ ଅଧିକ ସମୟ ଧରି ପ୍ରସ୍ତୁତି କରିବାକୁ ପଡ଼ିଥିଲା।

ଶିଶୁର ସ୍ଥିତି ଯାଞ୍ଚ, ଅଲ୍ଟ୍ରାସାଉଣ୍ଡ, ମା'ଙ୍କୁ ପରାମର୍ଶ ଏବଂ ଅସ୍ତ୍ରୋପଚାରର ଅଭ୍ୟାସ ପରେ ନିଆଯାଇଥିଲା ଏହି ବଡ଼ ପଦକ୍ଷେପ।

୩୦ରୁ ଅଧିକ ଡାକ୍ତର ଓ ନର୍ସ ଏଥିରେ ସାମିଲ ହୋଇଥିଲେ।

ନ୍ୟୁରୋସର୍ଜରୀ ଟିମ୍‌ର ନେତୃତ୍ୱ ନେଇଥିଲେ ଡାକ୍ତର ଦୀପକ ଗୁପ୍ତା।

Advertisment ଡାକ୍ତରଙ୍କ କହିବା ଅନୁସାରେ, ଗର୍ଭାବସ୍ଥାରେ ଏଭଳି ଅସ୍ତ୍ରୋପଚାର ଦ୍ୱାରା ଶିଶୁର ସ୍ନାୟୁ ଉପରେ ହେଉଥିବା ଅଧିକ କ୍ଷତିକୁ ରୋକାଯାଇପାରେ।

ମସ୍ତିଷ୍କରେ ପାଣି ଜମିବା ପାଇଁ ପରବର୍ତ୍ତୀ ସମୟରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ କମିପାରେ।

ତେବେ ଏହା ସମ୍ପୂର୍ଣ୍ଣ ଚିକିତ୍ସା ନୁହେଁ।

ଏହା ସବୁ ଗର୍ଭବତୀଙ୍କ ପାଇଁ ଉପଯୁକ୍ତ ମଧ୍ୟ ନୁହେଁ।

ଅକାଳ ପ୍ରସବ ଓ ଗର୍ଭାଶୟରେ ଜଟିଳତା ଭଳି ବିପଦ ରହିଥିବାରୁ କେବଳ ଚୟନିତ ମାମଲାରେ ଏହା କରାଯାଏ।

ଆଉ ଏକ ବଡ଼ କଥା ହେଉଛି, ଏହି ଜଟିଳ ଅସ୍ତ୍ରୋପଚାର ପାଇଁ ପରିବାରକୁ କୌଣସି ଟଙ୍କା ଦେବାକୁ ପଡ଼ିନାହିଁ।

ସରକାରଙ୍କ ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଏହା ସମ୍ପୂର୍ଣ୍ଣ ମାଗଣାରେ କରାଯାଇଛି।

ଏବେ ମା' ଓ ଗର୍ଭସ୍ଥ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଡାକ୍ତରୀ ଟିମ୍ ନିୟମିତ ନଜର ରଖିବ।

AIIMS କହିଛି, ୧୪ ବର୍ଷ ପୂର୍ବେ ଯେଉଁ ଗର୍ଭସ୍ଥ ଶିଶୁର ମେରୁଦଣ୍ଡ ଅସ୍ତ୍ରୋପଚାର କଥା କେବଳ କଳ୍ପନା ଥିଲା, ଆଜି ତାହା ବାସ୍ତବ ହୋଇଛି।

ତେବେ ଏଭଳି ଜନ୍ମଗତ ତ୍ରୁଟିର ଆଶଙ୍କା କମାଇବା ପାଇଁ ଗର୍ଭଧାରଣ ପୂର୍ବରୁ ଫୋଲିକ୍ ଏସିଡ୍ ସେବନ ଓ ଡାକ୍ତରୀ ପରାମର୍ଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

AIIMSର ଏହି ସଫଳତା ଦେଶର ଭ୍ରୂଣ ଚିକିତ୍ସା ଓ ଶିଶୁ ସ୍ନାୟୁ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)