AI Researcher Warns 2027 Could be Worse Than Covid: ମାଡି ଆସୁଛି କରୋନାଠୁ ବି ବଡ଼ ବିପଦ! ଘରେ ଖାଦ୍ୟ, ପାଣି ଓ ନଗଦ ଟଙ୍କା ରଖିବାକୁ ପରାମର୍ଶ

Nov 27, 2026 - 12:14
AI Researcher Warns 2027 Could be Worse Than Covid: ମାଡି ଆସୁଛି କରୋନାଠୁ ବି ବଡ଼ ବିପଦ! ଘରେ ଖାଦ୍ୟ, ପାଣି ଓ ନଗଦ ଟଙ୍କା ରଖିବାକୁ ପରାମର୍ଶ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦୁନିଆକୁ ଯେତିକି ନୂଆ ସମ୍ଭାବନା ଦେଖାଉଛି, ସେତିକି ବଢ଼ାଉଛି ବିପଦର ଆଶଙ୍କା।

ଏଆଇକୁ ନେଇ ଏବେ ଏକ ଭୟଙ୍କର ଚେତାବନୀ ଦେଇଛନ୍ତି ଜଣେ ଏଆଇ ଗବେଷକ।

ତାଙ୍କ କହିବା ଅନୁଯାୟୀ, ଆଗାମୀ କିଛି ବର୍ଷ ମାନବ ସମାଜ ପାଇଁ ଅତ୍ୟନ୍ତ ଭୟଙ୍କର ହୋଇପାରେ।

ଏପରିକି ୨୦୨୭ ଶେଷ ସୁଦ୍ଧା ମଣିଷ ନିଜ ଭବିଷ୍ୟତକୁ ନେଇ ଗମ୍ଭୀର ସଙ୍କଟରେ ପଡ଼ିପାରେ।

Advertisment ଜଣେ କାର୍ଯ୍ୟରତ ଏଆଇ ଗବେଷକ ନିକୋଲା ଜୁରକୋଭିକ୍ ଆମେରିକାର ଥ୍ୟାଙ୍କସଗିଭିଂ ଅବସରରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜ ପରିବାର ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖିଛନ୍ତି।

ଏଥିରେ ସେ ଏଆଇର ବଢ଼ୁଥିବା କ୍ଷମତା ଏବଂ ମଣିଷ ପାଇଁ ସମ୍ଭାବ୍ୟ ବିପଦକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

ଚିଠିରେ ସେ ଲେଖିଛନ୍ତି, “ଏହା ପ୍ରଥମ ଥ୍ୟାଙ୍କସଗିଭିଂ, ଯେଉଁଥିରେ ମୁଁ ନିଶ୍ଚିତ ନୁହେଁ ଯେ ଆମେ ଆସନ୍ତା ବର୍ଷର ଥ୍ୟାଙ୍କସଗିଭିଂ ପର୍ଯ୍ୟନ୍ତ ବଞ୍ଚିଥିବୁ।”ଏଆଇ ସିଷ୍ଟମ୍ ଆଗକୁ ନିଜେ ନିଜକୁ ଉନ୍ନତ କରିବା ଆରମ୍ଭ କରିପାରେ।

ଏପରି ସ୍ଥିତିରେ ଏଆଇ ମଣିଷର ବୁଦ୍ଧିମତ୍ତାକୁ ମଧ୍ୟ ଟପିଯାଇପାରେ।

ଏହା ୨୦୨୭ ସୁଦ୍ଧା ସମ୍ଭବ ହୋଇପାରେ ବୋଲି ସେ ଆକଳନ କରିଛନ୍ତି।

Advertisment ଏଆଇ ଯଦି ମଣିଷର ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ତେବେ ଏହା ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ସଂସ୍ଥାଗୁଡ଼ିକ ଉପରେ ସାଇବର ଆକ୍ରମଣ କରିପାରେ।

ଅନ୍ୟପଟେ ଖରାପ ଉଦ୍ଦେଶ୍ୟ ରଖୁଥିବା ଲୋକେ ଏଆଇର ସହାୟତାରେ ଜୈବିକ ଅସ୍ତ୍ର ତିଆରି କରିବା ଭଳି ବିପଜ୍ଜନକ କାର୍ଯ୍ୟ କରିପାରନ୍ତି।

ଏପରିକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର କ୍ଷମତା ମଣିଷ ବଦଳରେ ମେସିନ୍ ହାତକୁ ଚାଲିଯିବାର ଆଶଙ୍କା ମଧ୍ୟ ସେ ପ୍ରକାଶ କରିଛନ୍ତି।

ତାଙ୍କ ବ୍ୟକ୍ତିଗତ ଆକଳନ ଅନୁଯାୟୀ, ଯଦି ଏଆଇ ବିକାଶର ଗତିକୁ ନିୟନ୍ତ୍ରଣ କରାନଯାଏ, ତେବେ ୨୦୩୦ ଶେଷ ସୁଦ୍ଧା ମାନବ ସଭ୍ୟତା ବିନାଶ କିମ୍ବା ନିଜ ନିୟନ୍ତ୍ରଣ ହରାଇବାର ଆଶଙ୍କା ପ୍ରାୟ ୫୦ ପ୍ରତିଶତ ହୋଇପାରେ।

ସେହିପରି ୨୦୨୭ ଶେଷ ସୁଦ୍ଧା ଲୋକେ ଆଉ ସାଧାରଣ ଭାବେ ଛୁଟିଦିନ ପାଳନ କରିପାରିବେ ନାହିଁ ବୋଲି ସେ ୫ରୁ ୨୦ ପ୍ରତିଶତ ସମ୍ଭାବନା ଆକଳନ କରିଛନ୍ତି।

ତେବେ ଏହି ସଂଖ୍ୟାଗୁଡ଼ିକ ତାଙ୍କର ବ୍ୟକ୍ତିଗତ ଆକଳନ, କୌଣସି ପ୍ରମାଣିତ ବୈଜ୍ଞାନିକ ଭବିଷ୍ୟବାଣୀ ନୁହେଁ।

କେବଳ ମାନବ ସଭ୍ୟତା ନୁହେଁ, ବିଶ୍ୱ ଅର୍ଥନୀତି ଉପରେ ମଧ୍ୟ ଏଆଇର ବଡ଼ ପ୍ରଭାବ ପଡ଼ିପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ଆଗାମୀ ୧୦ ବର୍ଷ ମଧ୍ୟରେ ବର୍ତ୍ତମାନର ଅଧିକାଂଶ ଚାକିରି ଉଭାନ ହୋଇଯାଇପାରେ।

ଫଳରେ ବିଶ୍ୱର ଏକ ବଡ଼ ଜନସଂଖ୍ୟା ବେରୋଜଗାର ହେବାର ଆଶଙ୍କା ରହିଛି।

ଏହାଦ୍ୱାରା ଶିକ୍ଷା, କ୍ୟାରିୟର, ବିବାହ ଓ ପରିବାର ଗଠନ ଭଳି ମଣିଷର ଜୀବନର ଅନେକ ଯୋଜନା ପ୍ରଭାବିତ ହୋଇପାରେ।

ଏପରିକି ଛୋଟ ପିଲାମାନେ ସ୍କୁଲ ଯିବା ବୟସରେ ପହଞ୍ଚିବା ପୂର୍ବରୁ ଦୁନିଆର ସ୍ଥିତି ବଦଳିଯିବ ବୋଲି କିଛି ଅଭିଭାବକ ଚିନ୍ତା ପ୍ରକାଶ କରୁଥିବା ସେ କହିଛନ୍ତି।

ନିଜ ପରିବାରକୁ ଜୁରକୋଭିକ୍ କିଛି ସତର୍କତାମୂଳକ ପରାମର୍ଶ ମଧ୍ୟ ଦେଇଛନ୍ତି।

ଘରେ ଅତି କମ୍‌ରେ ଦୁଇ ସପ୍ତାହ ପାଇଁ ଆବଶ୍ୟକ ଖାଦ୍ୟ ଓ ପାଣି ମହଜୁଦ ରଖିବାକୁ ସେ କହିଛନ୍ତି।

ଏଥିସହ ଅନଲାଇନ୍ ବ୍ୟାଙ୍କିଂ ବ୍ୟବସ୍ଥା ବିଫଳ ହେଲେ ବ୍ୟବହାର ପାଇଁ କିଛି ନଗଦ ଟଙ୍କା ରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ତାଙ୍କ ଆଶଙ୍କା ଅନୁଯାୟୀ, ଆଗାମୀ ବର୍ଷରେ ଏଭଳି ଏକ ଘଟଣା ଘଟିପାରେ, ଯାହାର ପ୍ରଭାବ କୋଭିଡ୍ ମହାମାରୀଠାରୁ ମଧ୍ୟ ଅଧିକ ଭୟଙ୍କର ହୋଇପାରେ।

ଏଆଇର ବିକାଶକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନୁହେଁ, ବରଂ ଏହାର ବିକାଶ ଉପରେ କଡ଼ା ନିୟନ୍ତ୍ରଣ ଓ ବିଶ୍ୱସ୍ତରୀୟ ନିୟମ ଲାଗୁ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।

ସାଧାରଣ ଲୋକେ ଏଆଇର ବିପଦ ବିଷୟରେ ଆଲୋଚନା କରିବା ସହ ରାଜନେତାଙ୍କୁ ଏନେଇ କଡ଼ା ନିୟମ ପ୍ରଣୟନ କରିବାକୁ ଦାବି କରିବା ଉଚିତ ବୋଲି ସେ କହିଛନ୍ତି।

କେବଳ ଜୁରକୋଭିକ୍ ନୁହନ୍ତି, ଏଆଇ କ୍ଷେତ୍ରର ଅନେକ ପ୍ରମୁଖ ବିଶେଷଜ୍ଞ ମଧ୍ୟ ଏହାର ବିପଦକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଏଆଇର ଅନ୍ୟତମ ପ୍ରମୁଖ ଗବେଷକ ୟୋଶୁଆ ବେନ୍‌ଜିଓ କହିଛନ୍ତି ଯେ ମାନବ ସମାଜ ଏକ ବଡ଼ ବିପଦ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି।

ସେହିପରି ଜିଓଫ୍ରି ହିଣ୍ଟନ୍ ମଧ୍ୟ ମଣିଷ ଏଆଇକୁ ନିୟନ୍ତ୍ରଣ କରିବାର ଉପାୟ ନଜାଣି ସୁପର ଇଣ୍ଟେଲିଜେନ୍ସ ବିକାଶ କରିବା ଉଚିତ ନୁହେଁ ବୋଲି ଚେତାଇଛନ୍ତି।

ଅନ୍ୟପଟେ ଆନ୍ଥ୍ରୋପିକ୍‌ର ସିଇଓ ଡାରିଓ ଆମୋଡେଇଙ୍କ ଆକଳନ ଅନୁଯାୟୀ, ଆଗାମୀ ୧ରୁ ୫ ବର୍ଷ ମଧ୍ୟରେ ଏଆଇ ଏଣ୍ଟ୍ରି-ଲେଭଲ୍ ଅଫିସ୍ ଚାକିରିର ପ୍ରାୟ ଅଧା ଶେଷ କରିଦେଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)