Agriculture: ନୂଆ ପିଢ଼ି କୃଷକଙ୍କୁ କୃଷିବନୀକରଣ ତାଲିମ
"ଭୁବନେଶ୍ୱର: ସମୁଦ୍ର କୂଳିଆ ହେନ୍ତାଳ ବଣ ପ୍ରସାରରେ କାର୍ଯ୍ୟରତ କଳିଙ୍ଗ କୁସୁମ ଫାଉଣ୍ଡେସନ ଦ୍ୱାରା ଅଗଷ୍ଟ ୧୫ରେ ଉପକଣ୍ଠସ୍ଥ ଛତାବର ତାଲିମ କେନ୍ଦ୍ରଠାରେ ଜେନ୍-ଜି କୃଷକମାନଙ୍କ ରୋଜଗାର ପନ୍ଥା ଉପରେ ଦିନିକିଆ ତାଲିମ କର୍ମଶାଳା ହୋଇଯାଇଛି।
ଧାନ ଭଳି କେବଳ ଗୋଟିଏ ଫସଲ କ୍ଷେତରୁ ଉପୁଜାଇ ମାଟିର ଅଶେଷ କ୍ଷତି ଘଟାଇବା ଅପେକ୍ଷା କୃଷି ବନୀକରଣ (ଆଗ୍ରୋଫରେଷ୍ଟ୍ରି) ଦ୍ୱାରା ମାଟି ବଞ୍ଚାଇବା ଥିଲା ତାଲିମର ମୂଳ ପ୍ରସଙ୍ଗ ବୋଲି ଏଠାରେ ଚର୍ଚ୍ଚା ହୋଇଥିଲା।
Advertisment ବିଭିନ୍ନ ଫଳଗଛ ଲଗାଇଥିଲେ ତାହାର ଚେର ଓ ପତ୍ର ଦ୍ୱାରା ଉପରମାଟି ଉର୍ବରତା ପାଇଥାଏ।
ଉପାଦେୟ ଜଙ୍ଗଲଗଛ ମଧ୍ୟ ହୁଡ଼ାରେ ଲଗାଇବା ଆବଶ୍ୟକ।
ବାଉଁଶକୁ ସରକାର ଜଙ୍ଗଲଗଛ ତାଲିକାରୁ କାଟି ଦେଇଥିବାରୁ ଏହାର ପରିବହନ ଓ ପ୍ରୟୋଗରେ ଚାଷୀଙ୍କୁ ସ୍ୱାଧୀନତା ମିଳିସାରିଛି।
ଆଧୁନିକ କୃଷି ଯନ୍ତ୍ରପାତି ଦ୍ୱାରା ବିନା ରସାୟନ-ବିଷ ପ୍ରୟୋଗରେ ଦୀର୍ଘସ୍ଥାୟୀ କୃଷିର ସୁଯୋଗ ରହିଛି।
ଶିକ୍ଷିତ ଚାଷୀମାନେ ହାଟକୁ କାନ୍ଧେଇକି ବା ଲଦିକି ନନେଇ ନିଜ ଘରେ ବସି ମଧ୍ୟ ବିକାକିଣା କାରବାର କରିପାରିବେ।
Fertilizer Shortage: ଚଢ଼ା ଦରରେ ସାର ବିକ୍ରି; କଳାବଜାରକୁ ନେଇ ଶୋଷଣରେ ଚାଷୀ ତାଲିମରେ କନ୍ଧମାଳ, ଗଜପତି, କେନ୍ଦୁଝର, ଢେଙ୍କାନାଳ ସମେତ ୧୬ଟି କାର୍ଯ୍ୟକ୍ରମଭୁକ୍ତ ଜିଲ୍ଲାର ୫୦ ଜଣ ଯୁବକୃଷକ ସକ୍ରିୟ ଭାଗ ନେଇଥିଲେ।
ପତାକା ଉତ୍ତୋଳନ ପରେ ଛତାବର ତାଲିମ କେନ୍ଦ୍ର ପରିସରରେ ଉନ୍ନତ ଆମ୍ବଚାରା ରୋପଣ କାର୍ଯ୍ୟକ୍ରମରେ ଅତିଥି ଥିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ।
ଉପରୋକ୍ତ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ରୂପେ କୃଷି ମହାବିଦ୍ୟାଳୟର ପ୍ରଫେସର ପିଜେ ମିଶ୍ର, ପ୍ରଫେସର ସୁବ୍ରତ କୁମାର ମହାନ୍ତି, ଡ.
ସୁକାନ୍ତ କୁମାର ପ୍ରଧାନ, ବନବିଶେଷଜ୍ଞ ଅତୀଶ କୁମାର ବେହେରା, ବିଏଫ୍ସି ଏନେର୍ଜିର ଡି.ପି.
ମିଶ୍ର, ଉଦ୍ୟାନବିତ୍ ଜିବି ଶତପଥୀ, ଇଂ ଦିବ୍ୟଚାନ୍ଦ ଶୁକ୍ଳ ଥିବା ବେଳେ ଆୟୋଜନରେ କେକେଏଫ୍ର ଇଂ ସଂଜିତ କୁମାର ବେହେରା, ପରେଶ ସାହୁ ଓ କର୍ମୀମାନେ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
