Agriculture: ଆଦିବାସୀଙ୍କ କୃଷି ଭିତ୍ତିକ ଅମୂସ ପର୍ବ ଅନୁଷ୍ଠିତ
"ଝରିଗାଁ (ରମେଶ ପଟ୍ଟନାୟକ): ଶ୍ରାବଣ ମାସ ହେଉଛି ହିନ୍ଦୁମାନଙ୍କ ପାଇଁ ଏକ ପବିତ୍ର ମାସ।
ଏହି ମାସରେ ହିନ୍ଦୁ ଧର୍ମର ଲୋକମାନେ ଶିବ ମନ୍ଦିରରେ ଶିବଙ୍କ ନିକଟରେ ଜଳ ଅର୍ପଣ କରିଥାନ୍ତି।
ସେହିପରି କୃଷକମାନଙ୍କ ପାଇଁ ମଧ୍ୟ ଏହି ମାସର ଅମାବାସ୍ୟା ତିଥି ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ।
ଶ୍ରାବଣ ମାସ ଅମାବାସ୍ୟା ତିଥିକୁ ଆଦିବାସୀ ଲୋକମାନେ "ଉଆଁସ" ବା "ଅମୂସ ପରବ" ଭାବେ ପାଳନ କରିଥାନ୍ତି।
କୃଷି ବର୍ଷ ଆରମ୍ଭର ପ୍ରଥମ ପରବ ହେଉଛି ଅମୂସ ପରବ ।
ଅମୂସ ପରବ ଦିନ କୃଷି କାର୍ଯ୍ୟକୁ ଉତ୍ତମ ରୂପେ ସୁରୁଖୁରୁରେ ସମ୍ପନ୍ନ କରି ଅଧିକ ଅମଳ ଆଶା କରି ପୂଜା କରାଯାଇଥାଏ।
ଅମୂସ ପୂର୍ବ ଦିନ ଏଠାକାର ଆଦିବାସୀ ମାନେ ନିକଟସ୍ଥ ଜଙ୍ଗଲକୁ ଯାଇ ରସନା, ଭାଳିଆ, ଶତାବରୀ ସହ ଶାଳ ଗଛର ପତ୍ର ଓ ଅନ୍ୟାନ୍ୟ ପତ୍ର ନେଇ ଘରକୁ ଫେରିଥିଲେ।ଅମୂସ ଦିନ ସକାଳୁ ସ୍ନାନ କରିବା ପରେ ସେହି ଡାଳ ପତ୍ର ଗୁଡିକୁ ଘରର ଚାଳ ଉପରେ ଖସି ଦିଅନ୍ତି।Advertisment ସମାଜସେବାରେ ସମର୍ପିତ ଜୀବନ: ଆଦିବାସୀ ପିଲାଙ୍କ ଆଲୋକବର୍ତ୍ତିକା ବିନାଶ ପରେ ନିଜ ନିଜ ଜମିରେ ଆଣିଥିବା ଡାଳ ପତ୍ର ସହ ପୂଜା ପାଇଁ ବ୍ୟବହାର ହେଉଥିବା ସାମଗ୍ର ଧରି ମାଟି ଦେବତାର ପୁଜା କରିବା ପାଇଁ ଯାଇଥାନ୍ତି।ରୋଗ ପୋକ ନହୋଇ ଭଲ ଫସଲ ଅମଳ ପାଇଁ ମାଟି ଦେବତାଙ୍କୁ ପୂଜା କରିଥାନ୍ତି।ପ୍ରତିବର୍ଷ ଏହି ସମୟରେ ଚାଷୀ ମାନେ ରୁଆ ଓ ବେଉଷଣି କାମ ଶେଷ କରିଦେଇ ଥାଏ।
ଆଉ ସବୁଜ ଭରା ଧାନ ଜମିକୁ ଯାଇ ଅମୂସ ପରବ ଉପଲକ୍ଷେ ମାଟି ଦେବତାର ପୂଜା କରିଥାଏ।ପରେ ଘରକୁ ଆସି ନିଜ ଇଷ୍ଟ ଦେବାଦେବୀଙ୍କ ନିକଟରେ ପୂଜା ହୋଇଥାଏ।ଅମୂସ ପରବ ଏକ ଖୁସି ପାଳନ କରିବାର ଦିନ ଟିଏ।ଏହି ଦିନରେ କୌଣସି କୃଷି କାର୍ଯ୍ୟ ହୋଇନଥାଏ।ଘରେ ଘରେ ପିଠା ପଣା ସହ ଭୋଜି ଭାତର ଆୟୋଜନ କରାଯାଇଥାଏ।ତେବେ ଚଳିତ ବର୍ଷ ଝରିଗାଁ ବ୍ଳକରେ ସ୍ୱଳ୍ପ ବୃଷ୍ଟିପାତ ଓ ଶ୍ରମିକ ଅଭାବ ଯୋଗୁଁ ଚାଷ କାମ ଆଗେଇ ନଥିବା କୁହାଯାଉଛି।ତଥାପି ଅମୂସ ପରବ ଆଗ୍ରହ ସହ ପାଳନ କରିଥିବା ଦେଖିବାକୁ ମିଳିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
