Agriculture: ଫସଲ ସରଂକ୍ଷଣ ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦିଗରେ ଗୁରୁତ୍ୱ ଦେବାକୁ ପଡ଼ିବ: ମନ୍ତ୍ରୀ

Aug 29, 2026 - 16:58
Agriculture: ଫସଲ ସରଂକ୍ଷଣ ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦିଗରେ ଗୁରୁତ୍ୱ ଦେବାକୁ ପଡ଼ିବ: ମନ୍ତ୍ରୀ

"ଭୁବନେଶ୍ୱର: ସମଗ୍ର ଓଡ଼ିଶା ଏକ କୃଷି ପ୍ରଧାନ ଅଞ୍ଚଳ ଭାବେ ଜଣାଶୁଣା।

କୃଷିଜାତ ଦ୍ରବ୍ୟ ଉତ୍ପାଦନ ସହ ଏହାର ବିକ୍ରିବଟା ରାଜ୍ୟର ଅଧିକ ପରିବାରକୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିଆସୁଛି।

ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ଓ ବାଣପୁର ବ୍ଲକ୍‌ରେ କୃଷି ଓ ଉଦ୍ୟାନକୃଷିର ଭରପୂର ସୁଯୋଗ ରହିଛି।

ଏଠାକାର ଜଳବାୟୁ ଓ ମୃତ୍ତିକା ନଡ଼ିଆ, ଆମ୍ବ, ପଣସ, କାଜୁ ଠାରୁ ଆରମ୍ଭ କରି ଧାନ, ମୁଗ, ମାଣ୍ଡିଆ, କାଙ୍ଗୁ, ବାଇଗଣ, ପୋଟଳ, କାଙ୍କଡ଼ ଆଦି ବିଭିନ୍ନ ଫଳ, ଶସ୍ୟ ଓ ପନିପରିବା ପାଇଁ ବେଶ ଉପଯୋଗୀ।

ତେଣୁ, କୃଷି ଓ ଉଦ୍ୟାନକୃଷି କ୍ଷେତ୍ରରେ ଚିଲିକା ନିର୍ବାଚନ ମଣ୍ଡଳୀର କିଭଳି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ, ସେଥିନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।Advertisment ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହି ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା କୃଷି, ଉଦ୍ୟାନକୃଷି ଓ ମୃତ୍ତିକା ସଂରକ୍ଷଣ ସମ୍ପର୍କିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ନେଇ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ କୃଷି ଓ ଉଦ୍ୟାନକୃଷିକୁ ଏକ ମର୍ଯ୍ୟାଦାଜନକ ସ୍ଥିତିରେ ପହଞ୍ଚାଇବାକୁ ହେଲେ ଏକ ସମନ୍ୱିତ ମଡେଲ ବ୍ୟବସ୍ଥାକୁ ଆପଣାଇବାକୁ ହେବ।

ଏଠାକାର ମୃତ୍ତିକା ଓ ଜଳବାୟୁର ସ୍ଥିତିକୁ ଅନୁଧ୍ୟାନ କରି  ଭଲ ଉତ୍ପାଦନ ହୋଇପାରୁଥିବା ଫସଲ ଉତ୍ପାଦନ ନେଇ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ।

ଉଦାହରଣ ସ୍ୱରୂପ ବାଣପୁର ଅଞ୍ଚଳରେ ଉତ୍ପାଦିତ ମୁଗର ସ୍ୱାଦ ଓ ଗୁଣ ବେଶ ପ୍ରସିଦ୍ଧ।

Minister Visits Ganjam: ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଦୁଇ ପ୍ରକଳ୍ପ ଅଗ୍ରଗତିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସେହିଭଳି ଭାବେ ଚିଲିକା ଉପକୂଳ ଅଞ୍ଚଳରେ ନଡ଼ିଆ ଗଛ ଭଲ ବଢ଼ିବାର ସମ୍ଭାବନା ରହିଛି।

ଏସବୁକୁ ଅନୁଧ୍ୟାନ କରି ବିଭିନ୍ନ ଫଳ, ପରିବା ସହ ବଜାରରେ ଅଧିକ ଚାହିଦା ଥିବା ଧାନ ଏବଂ ଶ୍ରୀଅନ୍ନ ଉତ୍ପାଦନ ବଢ଼ାଇବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।

ଫସଲ ସରଂକ୍ଷଣ ନେଇ ଆବଶ୍ୟକ ସ୍ଥାନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଜୈବିକ କୃଷି ଉପରେ ଅଧିକ ଗବେଷଣା ସହିତ ଅଞ୍ଚଳରେ ଫୁଲ ଚାଷ, ଛତୁଚାଷ, ପଶୁଖାଦ୍ୟ ଉତ୍ପାଦନ ଦିଗରେ ଗୁରୁତ୍ୱ ଦେବାକୁ ପଡ଼ିବI ଏଥି ସହିତ ବିକଶିତ ଓଡିଶା ଗଠନ ନେଇ ରାଜ୍ୟ ସରକାରଙ୍କ ଯେଉଁ ଲକ୍ଷ୍ୟ ରହିଛି ତାହାକୁ ପୂରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ କାର୍ଯ୍ୟ କରିବା ଉପରେ ମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ବୈଠକରେ ଯୋଗଦେଇଥିବା ଅଧିକାରୀମାନେ ଏହି ଅଞ୍ଚଳରେ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ତାଲିମ ଶିବିର ଆୟୋଜନ, ଚାଷୀମାନଙ୍କୁ ଦିଆଯାଉଥିବା ରିହାତି ଯୋଜନା ସମ୍ପର୍କରେ କହିବା ସହ କୃଷି, ଉଦ୍ୟାନକୃଷି ଓ ମୂର୍ତ୍ତିକା ସଂରକ୍ଷଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ସହ ଆଲୋଚନା କରିଥିଲେ।

ଏହି ବୈଠକରେ ଖୋର୍ଦ୍ଧାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର, ଉଦ୍ୟାନକୃଷି ସହକାରୀ ନିର୍ଦ୍ଦେଶକ ଶ୍ରେୟା ଶାଶ୍ଵତୀ, ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ସୃଷ୍ଟି ନନ୍ଦଙ୍କ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)