Neeraj Chopra: ୨୦୨୬ ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିଲେ ନୀରଜ ଚୋପ୍ରା
"ନୂଆଦିଲ୍ଲୀ: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରାଙ୍କୁ ଏକ ବଡ଼ ଝଟ୍କା ଲାଗିଛି।
ଗୋଡ଼ରେ ଆଘାତ କାରଣରୁ ସେ ୨୦୨୬ ଏସୀୟ କ୍ରୀଡ଼ା ସମେତ ଚଳିତ ସିଜନ୍ର ବାକି ସମସ୍ତ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି।Advertisment ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏହି ନିଷ୍ପତ୍ତିନେଇଛନ୍ତି।
ନୀରଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଏହି ଆଘାତ ସମ୍ପର୍କରେ ସୂଚନା ଦେବା ସହ ସେ ବର୍ତ୍ତମାନ ଖେଳରୁ ଦୂରେଇ ରହିବେ ବୋଲି ଜଣାଇଛନ୍ତି।
ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ବିଶ୍ରାମ ଓ ଚିକିତ୍ସାର ଆବଶ୍ୟକତା ରହିଥିବାରୁ ସେ ଏହି କଠିନ ନିଷ୍ପତ୍ତି ନେଇଥିବା କହିଛନ୍ତି।
ଆହୁରି ପଢନ୍ତୁ :Jagannath Temple: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ଉଲ୍ଲେଖ ଥାଉ କି, ସିଜନର ତାଙ୍କର ସର୍ବୋତ୍ତମ ଥ୍ରୋ ଦେବା ପରେ ନୀରଜଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଥିଲା।
ଅଗଷ୍ଟ ୨୧ ତାରିଖରେ ନୀରଜ ଲୌଯେନ ଡାଇମଣ୍ଡ ଲିଗରେ ୮୮.୦୫ ମିଟର ଫିଙ୍ଗିଥିଲେ।
ଆଉ ଆଜି ନୀରଜ ଏହି ସୂଚନା ଦେଇଛନ୍ତି।
ଯଦିଓ ତାଙ୍କ ପୋଷ୍ଟରେ ଏସୀୟ କ୍ରୀଡ଼ାର ଉଲ୍ଲେଖ ନଥିଲା, କିନ୍ତୁ ସମଗ୍ର ସିଜନରୁ ତାଙ୍କର ବାଦ ପଡ଼ିବା ଅର୍ଥ ହେଉଛି ସେ ସେଥିରୁ ମଧ୍ୟ ବାହାରେ ଅଛନ୍ତି।
ଆହୁରି ପଢନ୍ତୁ :Minor Girl Student: ଟ୍ୟୁସନ୍ ମାଷ୍ଟରଙ୍କ ଅସଦାଚରଣର ଶିକାର ନାବାଳିକା ଛାତ୍ରୀ ନୀରଜ ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ବହୁତ ପରିଶ୍ରମ ପରେ, ମୁଁ ଅନୁଭବ କଲି ଯେ ମୁଁ ଲୌଯେନରେ ମୋର 'ସିଜନର ସର୍ବୋତ୍ତମ ଥ୍ରୋ' ସହିତ ଯେଉଁ ଲୟ ଖୋଜୁଥିଲି ତାହା ପାଇଛି।
କିନ୍ତୁ ଦୁର୍ଭାଗ୍ୟବଶତଃ, ଏହାର କିଛି ସମୟ ପରେ, ପ୍ରଶିକ୍ଷଣ ସମୟରେ ମୋର ଗୋଡ଼ରେ ଆଘାତ ଲାଗିଥିଲା ।
ମୋର ଡାକ୍ତର ଏବଂ ଦଳ ସହିତ ପରାମର୍ଶ କରିବା ପରେ, ମୁଁ ଏହି ସିଜନର ବାକି ସମୟ ପାଇଁ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି।" ଆହୁରି ପଢନ୍ତୁ :ussian Strikes Ukraine: ପୁଣି ଭୀଷଣ ରୂପ ନେଇଛି ରୁଷ୍-ୟୁକ୍ରେନ୍ ଯୁଦ୍ଧ ; ୨୭ ମୃତ: ୫୦ ଘର ନଷ୍ଟ ଉଲ୍ଲେଖ ଥାଉ କି, ଗତ ଏସୀୟ କ୍ରୀଡ଼ାରେ, ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ।
ସେ ଚୀନ୍ର ହାଙ୍ଗଝୁରେ ଅନୁଷ୍ଠିତ ପ୍ରତିଯୋଗିତାରେ ୮୮.୮୮ ମିଟର ଫିଙ୍ଗିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
