ୟୁକ୍ରେନ ଉପରେ ରୁଷର ଜୋରଦାର ହମଲା
ନନ୍ଦିଘୋଷ ବ୍ୟୁରୋ : ୟୁକ୍ରେନ ଉପରେ ରୁଷର ଜୋରଦାର ହମଲା। ୟୁକ୍ରେନର କିବ ଉପରେ ହୋଇଥିବା ହମଲାରେ ୨୭ ଜଣ ପ୍ରାଣ ହରାଇଥିବାବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ନେଇ ରୁଷ ଉପରେ ବର୍ଷିଛି ୟୁକ୍ରେନ। ୟୁକ୍ରେନର ବୁଚା ଜିଲ୍ଲାରେ ଏହି ହମଲା ହେବା ପରେ ପ୍ରାୟ ୪୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ହମଲାରେ ୫୦ରୁ ଅଧିକ କୋଠା ଧୂଳିସାତ ହୋଇଛି। ଅନେକ କୋଠାରେ ନିଆଁ ଲାଗିଯାଇଛି। ୟୁକ୍ରେନର ଏକ ପଣ୍ଯାଗାର ଉପରେ ବି ହୋଇଛି ହମଲା। ଗତ ୩ ଦିନ ଧରି ୟୁକ୍ରେନର ବିଭିନ୍ନ ସ୍ଥାନ ଉପରେ ହମଲା କରୁଛି ରୁଷ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
