Adapa Darshan: ଆଜି ଆଡ଼ପ ଶେଷ ଦର୍ଶନ: ସନ୍ଧ୍ୟା ୬ ଯାଏଁ ସନ୍ଧ୍ୟା ଦର୍ଶନ

Jul 23, 2026 - 01:11
Adapa Darshan: ଆଜି ଆଡ଼ପ ଶେଷ ଦର୍ଶନ: ସନ୍ଧ୍ୟା ୬ ଯାଏଁ  ସନ୍ଧ୍ୟା ଦର୍ଶନ

"ପୁରୀ: ସରି ଆସିଲାଣି ନବଦିନାତ୍ମକ ଯାତ୍ରା।

ଆଡ଼ପ ଦର୍ଶନ ପାଇଁ ବଢ଼ିଲାଣି ଗହଳି।

ଏଣେ ରାତି ପାହିଲେ ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ।

ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ।

ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଛି।

ବ୍ୟବସ୍ଥାବଳୀ ମୁତାବକ, ଭକ୍ତମାନେ ଭୋର୍‌ ୫ଟାରୁ କେବଳ ବାହାରକାଠରେ ଦର୍ଶନ କରିବେ।

ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସନ୍ଧ୍ୟା ଦର୍ଶନ କରିପାରିବେ।

ଏହା ପରେ ଦର୍ଶନ ବନ୍ଦ କରାଯାଇ ଗୁଣ୍ଡିଚା ମନ୍ଦିର ଶୋଧ କରାଯିବ।

ଏଥିସହ ବାହୁଡ଼ା ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ।Advertisment Horoscope 2026 July 23: ଜାଣନ୍ତୁ ଆଜିର ରାଶିଫଳ...

ସନ୍ଧ୍ୟା ଦର୍ଶନ ଦିନ ଟିକେଟ୍‌ଧାରୀ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ।

ମାତ୍ର ସେବକ ପରିବାରର ମହିଳାମାନଙ୍କୁ ଏହି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯିବ।

ଦର୍ଶନ ବନ୍ଦ ହେଲେ ମଧ୍ୟ କେବଳ ଆନନ୍ଦବଜାରକୁ ଯିବାଆସିବା କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ଖୋଲା ରହିବ ଏବଂ ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ।

ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ।

AI: କୃତ୍ରିମ ବୁଦ୍ଧିମତ୍ତା ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ "ଡିଏସ୍‌ସି ଅର୍ଜୁନ"ର ଶୁଭାରମ୍ଭ ମହାପ୍ରଭୁଙ୍କ ଗୁଣ୍ଡିଚାଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଶରଧାବାଲି ଉତ୍ସବମୁଖର ହୋଇଉଠିଛି।

ତିନିରଥର ଦକ୍ଷିଣ ମୋଡ଼ ନୀତି ଥିଲେ ବି ସନ୍ଧ୍ୟା ହୋଇଯିବା ଓ ବର୍ଷା ଯୋଗୁଁ ତାଳଧ୍ବଜ ରଥ ଅଳ୍ପ ବାଟ ଟଣା ହୋଇ ଅଟକିଥିଲା।

ନନ୍ଦିଘୋଷ ରଥ ଦକ୍ଷିଣାଭିମୁଖୀ ହୋଇ ପାରି ନଥିଲା।

କେବଳ ଦର୍ପଦଳନ ରଥ ଶରଧାବାଲିରେ ଦକ୍ଷିଣ ମୋଡ଼ ନେଇ ରହିଥିଲେ।

ଆଜି ତାଳଧ୍ବଜ ଓ ନନ୍ଦିଘୋଷ ରଥକୁ ଶରଧାବାଲିରେ ଦକ୍ଷିଣମୋଡ଼ କରାଯାଇଛି।

ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ତାହା ଗୋଟିଏ ଦିନ ଅର୍ଥାତ ନବମୀ ସନ୍ଧ୍ୟା ଦର୍ଶନରୁ ମିଳିଥାଏ ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି।

ଏଥିପାଇଁ ଶୁକ୍ରବାର ମହାପ୍ରଭୁଙ୍କୁ ଜନ୍ମବେଦିରେ ଶେଷ ଦର୍ଶନ ପାଇଁ ଭକ୍ତମାନେ ବ୍ୟଗ୍ର ହୋଇ ପଡ଼ିଲେଣି।

ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି।

ନିର୍ଘଣ୍ଟ ନୀତି ଅନୁଯାୟୀ, ଆସନ୍ତାକାଲି ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି ଓ ସକାଳ ୭ଟାରେ ବେଶ ଶେଷ ହେବ।

ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସଂପନ୍ନ ସହ ଅନ୍ୟ ନୀତି ବଢ଼ିବ।

ଅପରାହ୍ଣ ୨ରୁ ସାଢ଼େ ୩ଟା ଦ୍ୱିତୀୟ ଭୋଗମଣ୍ଡପ, ୫ଟାରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ନୀତି ସହ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ।

ସନ୍ଧ୍ୟା ୬ଟାରେ ଭକ୍ତଙ୍କ ଦର୍ଶନ ବନ୍ଦ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ।

ଆସନ୍ତା ୨୪ ତାରିଖରେ ବାହୁଡ଼ା ନୀତି ଶେଷ ପରେ ଅପରାହ୍‌ଣ ୪ଟାରେ ରଥଟଣା ଆରମ୍ଭ ହେବ।

୨୫ ତାରିଖରେ ବଡ଼ ତଢ଼ାଉ ବେଶ ବା ସୁନାବେଶ, ୨୬ ତାରିଖରେ ଅଧରନୀତି, ୨୭ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।