NEET: ଜିନ୍ଦଗୀ ଫାଉଣ୍ଡେସନର ୨୦ ଛାତ୍ରଛାତ୍ରୀ ନିଟ୍ରେ ସଫଳ
"ଭୁବନେଶ୍ବର: ନିଟ୍ ୨୦୨୬ ପରୀକ୍ଷାରେ ଜିନ୍ଦଗୀ ଫାଉଣ୍ଡେସନର ୨୦ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି।
କେନ୍ଦୁଝର ଜିଲ୍ଲାର ସୋନାଲିଶା ମହାନ୍ତ, ଝାଡ଼ଖଣ୍ଡର ହଜାରିବାଗର ସଞ୍ଜିତ କୁମାର, କେନ୍ଦ୍ରାପଡ଼ାର ସାହିବ ଅଖତର, ସୁବର୍ଣ୍ଣପୁରର ସୁମନ୍ତ ମେହେର, ଖୋର୍ଦ୍ଧାର ଅଲିଭା ମହାନ୍ତି ଓ ଯାଜପୁରର ଦେବାଶିଷ ଗୁଇଁ ଆଦିକୁ ସଫଳତା ମିଳିଛି।
ଦୁର୍ବଳ ଆର୍ଥିକ ପୃଷ୍ଠଭୂମିରୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜର ନିଷ୍ଠା, କଠିନ ପରିଶ୍ରମ ବଳରେ ଏହି ସଫଳତା ପାଇଛନ୍ତି।Advertisment ଫାଉଣ୍ଡେସନର ପ୍ରତିଷ୍ଠାତା ଅଜୟ ବାହାଦୁର ସିଂହ କହିଛନ୍ତି ଯେ ପ୍ରତିବର୍ଷ ଆମ ପାଖକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ହୃଦୟରେ ଅଦମ୍ୟ ଜିଦ୍ ଥିବା ଆମେ ଦେଖିଥାଉ।
ସେମାନଙ୍କ ପାଖରେ ଟଙ୍କା, ସହଯୋଗ ଓ କେବେ ବେଳେ ଦୁଇ ମୁଠା ଖାଇବାକୁ ନଥାଏ ।
କିନ୍ତୁ ସେମାନେ ସେହି ଜିଦ୍ ଦିନେ ସରକାରୀ ମେଡିକାଲ୍ କଲେଜର ସିଟ୍ରେ ପରିଣତ ହୁଏ।
ସଞ୍ଜିତ, ସୋନାଲିଶା, ସାହିବ, ସୁମନ୍ତ ଓ ଚଳିତ ବର୍ଷ ସଫଳ ହୋଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ କୌଣସି ବ୍ୟତିକ୍ରମ ନୁହନ୍ତି।
ଏହି ଦେଶର ପ୍ରତ୍ୟେକ ଗାଁରେ, ପ୍ରତି ଘରେ ଓ ପ୍ରତ୍ୟେକ ସଂଘର୍ଷମୟ ପରିବାରରେ ପ୍ରତିଭା ରହିଛି।
ଅସମାନ ଭାବେ ବଣ୍ଟନ ହୋଇଛି କେବଳ ସୁଯୋଗ।
ଆମର କାମ ହେଉଛି ସେହି ଅସମାନତାକୁ ଦୂର କରିବା ବୋଲି ସେ କହିଛନ୍ତି।
୨୦୧୭ରେ ପ୍ରତିଷ୍ଠା ହୋଇଥିବା ଜିନ୍ଦଗୀ ଫାଉଣ୍ଡେସନ ପଛୁଆ ବର୍ଗର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ନିଟ୍ କୋଚିଂ, ପାଠ୍ୟ ସାମଗ୍ରୀ, ଖାଇବା ଓ ରହିବା ସୁବିଧା ପ୍ରଦାନ କରୁଛି।
NEET paper leak:ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୋଷୀଙ୍କୁ କଠୋରତମ ଦଣ୍ଡ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।