Judgement: ମଧ୍ୟପ୍ରଦେଶ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍କୋର୍ଟ
"ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ଜିଲ୍ଲାସ୍ଥିତ ବିବାଦୀୟ ଭୋଜଶାଳା ପରିସର ନିକଟରେ ଶୁକ୍ରବାର ନମାଜ ପାଇଁ ବିକଳ୍ପ ସ୍ଥାନ ଯୋଗାଇଦେବାକୁ ମୁସଲମାନ ପକ୍ଷ କରିଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ବୁଧବାର ରାଜି ହୋଇଛନ୍ତି।
ରାଜ୍ୟ ସରକାର ବର୍ତ୍ତମାନ ଯେଉଁ ସ୍ଥାନ ଚିହ୍ନଟ କରିଛନ୍ତି, ତାହା ଭୋଜଶାଳାଠାରୁ ବହୁ ଦୂରରେ ଥିବା ମୁସଲମାନ ପକ୍ଷ ଅଭିଯୋଗ କରିଛନ୍ତି।
ଏହା ଉପରେ ଜବାବ ଦେବାକୁ ସୁପ୍ରିମ୍କୋର୍ଟ ମଧ୍ୟପ୍ରଦେଶ ସରକାରଙ୍କୁ କହିବା ସହ ଶୁକ୍ରବାର ମାମଲାର ଶୁଣାଣି କରିବେ ବୋଲି ଜଣାଇଛନ୍ତି।Advertisment ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଓ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।
ବିବାଦୀୟ ଭୋଜଶାଳା ପରିସରକୁ ଲାଗିଥିବା କୌଣସି ସ୍ଥାନରେ ନମାଜ ପାଠ ପାଇଁ ବ୍ୟବସ୍ଥା କରାଯାଇପାରିବ କି ନାହିଁ, ସେ ସମ୍ପର୍କରେ ମଧ୍ୟପ୍ରଦେଶ ସରକାରଙ୍କଠାରୁ ନିର୍ଦ୍ଦେଶ ନେବାକୁ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି।
Madhya Pradesh High Court: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଐତିହାସିକ ରାୟ: "ଭୋଜଶାଳା" ଏକ "ସରସ୍ୱତୀ ମନ୍ଦିର" ମୁସଲମାନ ପକ୍ଷ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ହୁଜେଫା ଅହମଦୀ ଖଣ୍ଡପୀଠଙ୍କୁ କହିଥିଲେ ଯେ ସୁପ୍ରିମ୍କୋର୍ଟଙ୍କ ପୂର୍ବ ଆଦେଶ ଅନୁସାରେ ଭୋଜଶାଳା ପରିସର ନିକଟରେ ଏକ ଖୋଲା ସ୍ଥାନ ଯୋଗାଇଦେବାର ଥିଲା।
ମାତ୍ର ରାଜ୍ୟ ପ୍ରଶାସନ ନମାଜ ପାଇଁ ଚିହ୍ନଟ କରିଥିବା ସ୍ଥାନ ବିବାଦୀୟ ପରିସରଠାରୁ ପ୍ରାୟ ୨ କିଲୋମିଟର ଦୂରରେ ରହିଛି।
ଫଳରେ ମୁସଲମାନମାନେ ଗୋଟିଏ ଶୁକ୍ରବାର ନମାଜ ମଧ୍ୟ ପଢ଼ିପାରି ନାହାନ୍ତି ବୋଲି ସେ ଦର୍ଶାଇଥିଲେ।
ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ମେହେଟ୍ଟା କହିଥିଲେ ଯେ ବିକଳ୍ପ ସ୍ଥାନଟି ଭୋଜଶାଳାଠାରୁ ପ୍ରାୟ ୯୦୦ ମିଟର ଦୂରରେ ରହିଛି।
ତେବେ ସେ ବ୍ୟକ୍ତିଗତ ଭାବେ ଏହି ବିଷୟରେ ଯାଞ୍ଚ କରିବେ ଏବଂ କୌଣସି ତ୍ରୁଟି ଥିଲେ ତାହା ସଂଶୋଧନ ପାଇଁ ପଦକ୍ଷେପ ନେବେ ବୋଲି ଖଣ୍ଡପୀଠଙ୍କୁ ଆଶ୍ୱାସନ ଦେଇଥିଲେ।
ସୁପ୍ରିମ୍କୋର୍ଟଙ୍କ ପୂର୍ବ ଆଦେଶକୁ ଅକ୍ଷରେ ଅକ୍ଷରେ ଏବଂ ତାହାର ମୂଳ ଉଦ୍ଦେଶ୍ୟ ଅନୁସାରେ ପାଳନ କରାଯିବା ଦରକାର ବୋଲି ବିଚାରପତି ବାଗ୍ଚୀ ମତ ଦେଇଥିଲେ।
ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ଖଣ୍ଡପୀଠ ଗତ ମେ ୧୫ ତାରିଖରେ ଦେଇଥିବା ରାୟରେ ଏକାଦଶ ଶତାବ୍ଦୀର ଭୋଜଶାଳା ପରିସରକୁ ଦେବୀ ବାଗ୍ଦେବୀଙ୍କ ମନ୍ଦିର ଓ ସଂସ୍କୃତ ଶିକ୍ଷାକେନ୍ଦ୍ର ଭାବେ ଘୋଷଣା କରିଥିଲେ।
ଏହା ସହିତ ପ୍ରତି ମଙ୍ଗଳବାର ହିନ୍ଦୁମାନଙ୍କୁ ପୂଜା ଏବଂ ଶୁକ୍ରବାର ମୁସଲମାନମାନଙ୍କୁ ନମାଜ ପାଠ ପାଇଁ ଅନୁମତି ଦେଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ୨୦୦୩ ଏପ୍ରିଲ ୭ ତାରିଖର ଆଦେଶକୁ ରଦ୍ଦ କରିଦେଇଥିଲେ।
ମୁସଲମାନ ପକ୍ଷ ଏହି ରାୟକୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ଜୁଲାଇ ୧୪ରେ ଉକ୍ତ ଆବେଦନଗୁଡ଼ିକର ଶୁଣାଣି କରି ସୁପ୍ରିମ୍କୋର୍ଟ ମାମଲାର ଚୂଡ଼ାନ୍ତ ଫଇସଲା ନ ହେବା ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଅପରାହ୍ଣ ୧ଟାରୁ ୩ଟା ମଧ୍ୟରେ ନମାଜ ପାଇଁ ବିବାଦୀୟ ପରିସରକୁ ଲାଗି ଏକ ପୃଥକ୍ ଖୋଲା ସ୍ଥାନ ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ କହିଥିଲେ।
ଏହି ଆଦେଶ ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ନ ଥିବା ଅଭିଯୋଗ ଉପରେ ଆସନ୍ତା ଶୁକ୍ରବାର ପୁଣି ଶୁଣାଣି ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।