Adani: ଆମେରିକା କୋର୍ଟରୁ ଅଦାନୀଙ୍କୁ ବଡ଼ ଆଶ୍ୱସ୍ତି, ଅପରାଧିକ ମାମଲା ସ୍ଥାୟୀ ଖାରଜ

Aug 11, 2026 - 10:17
Adani: ଆମେରିକା କୋର୍ଟରୁ ଅଦାନୀଙ୍କୁ ବଡ଼ ଆଶ୍ୱସ୍ତି, ଅପରାଧିକ ମାମଲା ସ୍ଥାୟୀ ଖାରଜ

"ନ୍ୟୁୟର୍କ: ଅଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଅଦାନୀ, ତାଙ୍କ ଭଣଜା ସାଗର ଅଦାନୀ ଓ ପୂର୍ବତନ ସିଇଓ ବିନୀତ ଜୈନଙ୍କ ବିରୋଧରେ ଆମେରିକା କୋର୍ଟରେ ଚାଲିଥିବା ଅପରାଧିକ ମାମଲାକୁ ସ୍ଥାୟୀ ଭାବେ ଖାରଜ କରାଯାଇଛି।

ନ୍ୟୁୟର୍କର ପୂର୍ବ ଜିଲ୍ଲା ଆମେରିକୀୟ ଜିଲ୍ଲା ଅଦାଲତର ବିଚାରପତି ନିକୋଲାସ ଗାରୋଫିସ ଜଷ୍ଟିସ୍ ବିଭାଗର ଆବେଦନକୁ ଗ୍ରହଣ କରି ଏହି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି।

ଏହା ସହିତ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଲାଞ୍ଚ ପ୍ରଦାନ ଓ ଜାଲିଆତି ମାମଲାର ସମ୍ପୂର୍ଣ୍ଣ ଅନ୍ତ ଘଟିଛି।

ସ୍ଥାୟୀ ଭାବେ ମାମଲା ଖାରଜ ହେବା ଦ୍ଵାରା ଏହି ଅଭିଯୋଗଗୁଡ଼ିକ ଉପରେ ଭବିଷ୍ୟତରେ ଆଉ କୌଣସି ପୁନଃ ମାମଲାଦାୟର କରାଯାଇପାରିବ ନାହିଁ।Advertisment ଦେଶ ଗଠନ ଓ ସ୍ଥାୟୀ ମୂଲ୍ୟବୋଧ ସୃଷ୍ଟି ପାଇଁ ଆମର ପ୍ରଚେଷ୍ଟା ଜାରି ରହିବ ୨୦୨୪ ନଭେମ୍ବରରେ ଆମେରିକୀୟ ଅଭିଯୋଗକାରୀମାନେ ଅଦାନୀ ଗ୍ରୁପ୍ ବିରୋଧରେ ସୌରଶକ୍ତି ଚୁକ୍ତି ହାସଲ ପାଇଁ ଭାରତୀୟ ଅଧିକାରୀଙ୍କୁ ୨୫୦ ନିୟୁତ ଡଲାର ଲାଞ୍ଚ ଦେବା ଏବଂ ନିବେଶକଙ୍କୁ ଭ୍ରମିତ କରିବାର ଅଭିଯୋଗ ଆଣିଥିଲେ।

ତେବେ ଅଦାନୀ ଗ୍ରୁପ୍ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ପ୍ରତ୍ୟାଖ୍ୟାନ କରିଥିଲା।

ତେବେ ବର୍ତ୍ତମାନ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଗୌତମ ଅଦାନୀ "ଏକ୍ସ"ରେ ଲେଖିଛନ୍ତି ଯେ, ଏହି କଠିନ ସମୟରେ ସତ୍ୟ, ନ୍ୟାୟ ଓ ଆଇନ ଶାସନ ଉପରେ ଆମର ବିଶ୍ୱାସ ଅକ୍ଷୁଣ୍ଣ ଥିଲା।

ଯେଉଁମାନେ ଆମ ଉପରେ ଏବଂ ଭାରତର ନ୍ୟାୟ ପ୍ରଣାଳୀ ଉପରେ ବିଶ୍ୱାସ ହରାଇ ନଥିଲେ, ସେମାନଙ୍କୁ ଆମର ଗଭୀର କୃତଜ୍ଞତା।

ଦେଶ ଗଠନ ଓ ସ୍ଥାୟୀ ମୂଲ୍ୟବୋଧ ସୃଷ୍ଟି ପାଇଁ ଆମର ପ୍ରଚେଷ୍ଟା ଜାରି ରହିବ।

Tiranga Jatra: "ତିରଙ୍ଗା ଯାତ୍ରା"ରେ ଦେଶପ୍ରେମର ଝଲକ, ସାମିଲ ହେଲେ ବିଧାୟକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media