Action: ବୁଲିଲା ଜେସିବି, ମାଟିରେ ମିଶିଲା ପାଶୱାନଙ୍କ ଅଫିସ୍‌

Sep 05, 2026 - 19:03
Action: ବୁଲିଲା ଜେସିବି, ମାଟିରେ ମିଶିଲା ପାଶୱାନଙ୍କ ଅଫିସ୍‌

"ରାଉରକେଲା (ମଳୟ ରଂଜନ ସାହୁ): ପାନପୋଷ ସର୍କିଟ୍‌ ହାଉସ୍‌ରୁ ପେସାଦାର ଅପରାଧୀ ଗିରଫ ଓ ବନ୍ଧୁକଗୁଳି ଜବତ ଘଟଣାରେ ପ୍ରଶାସନ ତରଫରୁ ତନାଘନା ଜାରି ରହିଛି।

ପୁଲିସ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପାଶୱାନ ପକ୍ଷ ଛେଦନ କରିବା ପରେ ଏବେ ବନବିଭାଗ ତରଫରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ଜମିରେ ପ୍ରକାଶ ଗଢ଼ିଥିବା ବେଆଇନ ଅଫିସ ତଥା ରାଜନୈତିକ ଆଡ୍ଡାକୁ ବନବିଭାଗ ମାଟିରେ ମିଶାଇ ଦେଇଛି।

Advertisment ଶନିବାର ଦିନ ପ୍ରାୟ ୧୧ଟାବେଳେ ଅତିରିକ୍ତ ତହସିଲ୍‌ଦାର ସେବକ ଚନ୍ଦ୍ର ପ୍ରଧାନ, ରାଉରକେଲା ଏସିଏଫ୍‌ ଗଜେନ୍ଦ୍ର ପାଲ୍‌ ସିଂ ମାଥୁର୍‌ ଓ ପାନପୋଷ ରେଞ୍ଜର ସୁଚିସ୍ମିତାଙ୍କ ଉପସ୍ଥିତିରେ ପ୍ରଥମେ ଅଫିସ୍‌ରୁ ସମସ୍ତ ସାମଗ୍ରୀ ଯଥା, ଟେବୁଲ, ୫ଟି ଦାମୀ ଚେୟାର, ସୋଫା, ‌ରୢାକ୍‌, ଗୋଟିଏ ଟ୍ରଲି ବ୍ୟାଗ୍‌, ୱାଇଫାଇ୍‌ ମଡେମ୍‌, ସାର୍ଟିଫିକେଟ୍‌ ଆଦି ବାହାର କରାଯାଇଥିଲା।

ଏମିତ କି ଅଫିସରୁ ଏକ ପ୍ଲାଷ୍ଟିକ୍‌ ବୋତଲ୍‌ରେ ମଦ, କିଛି ଆଶାୟୀଙ୍କ ରିଜ୍ୟୁମ୍‌ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି ଫର୍ମ ମିଳିଥିଲା।

ସାମଗ୍ରୀ ଖାଲି କରିବା ପରେ ବୁଲ୍‌ଡେଜର ଲଗାଇ ଅଫିସ୍‌କୁ ଭାଙ୍ଗି ଦିଆଯାଇଛି।

ଅଫିସ ସାମଗ୍ରୀକୁ ବନବିଭାଗ ନିଜ ହେପାଜତକୁ ନେଇଥିବାବେଳେ କାଗଜପତ୍ରକୁ ରଘୁନାଥପାଲି ପୁଲିସ ଜବତ କରିଥିବା ଜଣାପଡ଼ିଛି।

ବନବିଭାଗ ଟିମ୍‌ ସହ ପାନପୋଷ ଏସ୍‌ଡିପିଓ ସୁଶାନ୍ତ ଦାଶ, ଡିଏସ୍‌ପି ଯତୀନ୍ଦ୍ରନାଥ ସେଠୀ, ରଘୁନାଥପାଲି ଥାନାଧିକାରୀ ସୁରଜ ଝାଙ୍କର, ପ୍ଲାଣ୍ଟସାଇଟ୍‌ ଥାନାଧିକାରୀ ବିବତ୍ସ ପ୍ରଧାନ, ଏସ୍‌ଆଇ ସୌମ୍ୟରଞ୍ଜନ ଗିରି, ସିଦ୍ଧାର୍ଥ ପ୍ରଧାନ, ସିନ୍ମୟ ବଳ, ବିଭୁତି ଭୂଷଣ ଖଟେଇ ମଧ୍ୟ ଉଚ୍ଛେଦ ସମୟରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତ ୨୦୨୨ ମସିହାରେ ପ୍ରକାଶକୁ ଏକ କମ୍ୟୁନିଟି ସେଣ୍ଟର୍‌ ନିର୍ମାଣ ପାଇଁ ବନବିଭାଗ ପକ୍ଷରୁ ୨.୪୭ ଡିସିମିଲ୍‌ ଜମି ଦିଆଯାଇଥିଲା।

ତେବେ ପ୍ରକାଶ ୨୦୨୪ରେ ସାଂସଦଙ୍କ ପ୍ରତିନିଧି ହେବାପରେ ପରେ ସେଠାରେ ନିଜର କାର୍ଯ୍ୟାଳୟ ନିର୍ମାଣ କରିଥିଲେ।

ସେ ସରକାରୀ ନିୟମକୁ ଅବମାନନା କରି ବନବିଭାଗ ଅଧୀନରେ ଥିବା ସଂରକ୍ଷିତ ଜଙ୍ଗଲ ଜମିକୁ ବେଆଇନ ଭାବେ ଜବରଦଖଲ କରିନେଇଥିଲେ।

ଜଙ୍ଗଲ ଜମିର ସୁରକ୍ଷା ତଥା ବେଆଇନ ନିର୍ମାଣକୁ ରୋକିବା ପାଇଁ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ଏହାକୁ ଅଗଷ୍ଟ ୨୮ ତାରିଖରେ ସିଲ୍‌ କରାଯାଇଥିଲା।

ଏହାସହ ବିଭାଗ ପକ୍ଷରୁ ପ୍ରକାଶଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଆସନ୍ତା ୩୧ ଅଗଷ୍ଟ ସୁଦ୍ଧା ହାଜର ହୋଇ ଏହି ଜବରଦଖଲ ସମ୍ପର୍କରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ପ୍ରକାଶଙ୍କ ତରଫରୁ କୌଣସି ଉତ୍ତର ନମିଳିବାରୁ ଏହାକୁ ଆଜି ଭାଙ୍ଗି ଦିଆଯାଇଛି।

ସେପଟେ ସର୍କିଟ୍‌ ହାଉସ୍‌ ମାମଲାରେ ପ୍ରକାଶ ପାଶୱାନ ଗତ ୨୬ ତାରିଖରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)