Accident: ହରିୟାଣା ଏକ୍ସପ୍ରେସ୍‌ୱେରେ ଟ୍ରକ୍‌ ଉପରକୁ ମାଡ଼ିଗଲା ପିକ୍‌ଅପ୍‌, ୬ ମୃତ

Sep 01, 2026 - 21:25
Accident: ହରିୟାଣା ଏକ୍ସପ୍ରେସ୍‌ୱେରେ ଟ୍ରକ୍‌ ଉପରକୁ ମାଡ଼ିଗଲା ପିକ୍‌ଅପ୍‌, ୬ ମୃତ

"ଫରିଦାବାଦ: ହରିୟାଣାର ପଲୱଲରେ କୁଣ୍ଡଳୀ-ମାନେସର-ପଲୱଲ ଏକ୍ସପ୍ରେସ୍‌ୱେରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି।

ଭୋର୍‌ ପ୍ରାୟ ୪ଟା ୩୦ ସମୟରେ ଟ୍ରକ୍‌ ଉପରକୁ ଏକ ପିକ୍‌ଅପ୍‌ ଭ୍ୟାନ୍ ମାଡ଼ିଯିବାରୁ ଏହି ଦୁର୍ଘଟଣା ହୋଇଛି।

ପିକ୍‌ଅପ୍‌ ଗାଡ଼ିରେ ଥିବା ଯାତ୍ରୀମାନେ ରାଜସ୍ଥାନର ଖାଟୁ ଶ୍ୟାମ ମନ୍ଦିର ଏବଂ ଅନ୍ୟାନ୍ୟ ପୂଜାସ୍ଥଳରୁ ଫେରି ଉତ୍ତରପ୍ରଦେଶର ବୃନ୍ଦାବନକୁ ଯାଉଥିବାବେଳେ ପିକ୍‌ଅପ୍‌ ଡ୍ରାଇଭର୍‌ ଢୁଳେଇ ପଡ଼ିବାରୁ ଏହି ଦୁର୍ଘଟଣା ହୋଇଛି।

ଦୁର୍ଘଟଣା ପରେ ଡ୍ରାଇଭର୍‌ ସ୍ଥାନ ଛାଡ଼ି ପଳାଇଛି ଏବଂ ତାକୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି।Advertisment ଆହୁରି ପଢନ୍ତୁ: Arrest : ଅନ୍ୟ ରାଜ୍ୟରେ କାମ ଓ ଚୁଟି କାଟିବାକୁ ବିରୋଧ; ଝିଅକୁ ହତ୍ୟା ଅଭିଯୋଗରେ ବାପା ଗିରଫ ଜଣେ ପୁଲିସ ଅଧିକାରୀ କହିଛନ୍ତି, ୬ ଜଣ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।

ମୃତକମାନେ ହେଉଛନ୍ତି ବିଜୟ (୭୫), ରାଜକୁମାର (୪୦), ରେଶ୍ମା (୪୫), କମଳା (୬୫), ସୁଧା (୫୨) ଓ ମହେଶ (୬୦)।

ଆହତମାନଙ୍କୁ ପଲୱଲ ହସ୍ପିଟାଲ୍‌ ପଠାଯାଇଛି।

ସେଠାରୁ ମରଶରୀରଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ସିଭିଲ୍‌ ହସ୍ପିଟାଲ୍‌ ପଠାଯାଇଛି।

ମୃତକମାନେ ହେଉଛନ୍ତି ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାର।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)