Accident: ଅଟୋ ରିକ୍ସାକୁ ଧକ୍କା ଦେଲା ଦ୍ରୁତଗାମୀ ଫର୍ଚୁନର୍, ୨ ମୃତ, ୬ ଆହତ
ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀରେ ଏକ ଅଟୋରିକ୍ସାକୁ ଦ୍ରୁତଗାମୀ ଫର୍ଚୁନର ଧକ୍କା ଦେବାରୁ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣା ୧୭ ଓ ୧୮ ତାରିଖ ରାତିରେ ଘଟିଥିବାବେଳେ ଗୁରୁତର ଭାବେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।
ଦୁର୍ଘଟଣା ଯୁଧିଷ୍ଠିର ସେତୁ ଉପରେ ଘଟିଥିଲା।
Advertisment ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ପ୍ରୟାସ ଜାରି ଦୁର୍ଘଟଣାରେ ୮ ଜଣ ଆହତ ହେବା ପରେ ଦ୍ରୁତ ଗତିରେ ଗାଡ଼ି ଚାଳନା ଓ ଜୀବନ କିମ୍ବା ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଉଥିବା କାର୍ଯ୍ୟ ସହିତ ଜଡ଼ିତ ଭାରତୀୟ ନ୍ୟାୟ ସଂହିତା ଧାରା ୨୮୧ ଓ ୧୨୫ (ଏ)ରେ ମାମଲା ରୁଜୁ କରାଯାଇଥିଲା।
ଆହତ ମାନଙ୍କ ମଧ୍ୟରୁ ଦୁଇଜଣଙ୍କର ପରେ ମୃତ୍ୟୁ ହୋଇଥିଲା, ଯାହା ପରେ ମାମଲାରେ ବିଏନ୍ଏସ୍ର ଧାରା ୧୦୫ ଯୋଡ଼ା ଯାଇଥିଲା।
ପୁଲିସ କହିଛି ଯେ, ଅଭିଯୁକ୍ତଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି।
ଦୁର୍ଘଟଣା ସମ୍ପର୍କରେ ଅଧିକ ବିବରଣୀ ଅପେକ୍ଷା କରାଯାଇଛି।
ଆକ୍ରମଣ ବେଳେ ପୁଲିସ ନୀରବ ଦର୍ଶକ ସାଜିଥିବା ଅଭିଯୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
