Accident: ଶୌଚ ପାଇଁ ଯାଉଥିବା ବୃଦ୍ଧାଙ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଖସିଲା କାର୍

Aug 30, 2026 - 11:14
Accident: ଶୌଚ ପାଇଁ ଯାଉଥିବା ବୃଦ୍ଧାଙ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଖସିଲା କାର୍

"ବୈପାରିଗୁଡା: ସକାଳୁ ସକାଳୁ ବୈପାରିଗୁଡାରେ ଅଘଟଣ।

ଶୌଚ ପାଇଁ ଯାଉଥିବା ଜଣେ ବୃଦ୍ଧାଙ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଖସିପଡ଼ିଛି ଏକ କାର୍।

ଦୁର୍ଘଟଣାରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇଛନ୍ତି।

ତାଙ୍କୁ ତୁରନ୍ତ ବୈପାରିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ବୈପାରିଗୁଡା ତହସିଲ କାର୍ଯ୍ୟାଳୟ ନିକଟରେ ସକାଳୁ ଘଟିଛି ଏହି ଦୁର୍ଘଟଣା।Advertisment ଜୟପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର ଘଟଣା ଅନୁଯାୟୀ ବୈପାରିଗୁଡା ଟାପାକାରିଆ ସାହିର ବତୀ ପାଲିଗୁଡିଆ (୬୨) ଶୌଚ ପାଇଁ ରାସ୍ତାରେ ଯାଉଥିବା ବେଳେ ବ୍ରହ୍ମପୁରରୁ ଗୋଟିଏ ପରିବାରର ପାଞ୍ଚ ଜଣ ଗୁପ୍ତେଶ୍ୱର ଦର୍ଶନ ନିମନ୍ତେ ଆସୁଥିବା ବେଳେ ହଠାତ୍ (ଓଡି ୦୭ ଏଏନ୍ ୨୧୧୨)କାର୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା।

ଧକ୍କା ଦେବା ପରେ କାର୍‌ଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼କୁ ଖସି ଯାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ।

ପରେ ତାଙ୍କୁ ବୈପାରିଗୁଡା ମେଡିକାଲକୁ ନିଆଯାଇଥିଲା।

ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜୟପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ କାରକୁ ପକଲିନ୍ ମେସିନ୍ ଲଗାଇ ରାସ୍ତା କଡ଼ରୁ ଉଠା ଯାଇଥିଲା।

ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି।

Chinese Product: କିଞ୍ଜିରକେଲା ଚୁଇଢିପା ଗାଁ ଜଙ୍ଗଲରେ ଚୀନ ସାମଗ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)