Accident: ରେଳବାଇର ଗେଟ୍‌କୁ ଧକ୍କା ଦେଲା ଟାଟାଏସି

Oct 25, 2026 - 01:15
Accident: ରେଳବାଇର ଗେଟ୍‌କୁ ଧକ୍କା ଦେଲା ଟାଟାଏସି

ଛତ୍ରପୁର: ଛତ୍ରପୁର ନିକଟ ରିକାପଲ୍ଲୀ ରେଳ ଗେଟ୍‌କୁ ଏକ ଟାଟା ଏସି ଗାଡ଼ି ଧକ୍କା ଦେବାରୁ ଗେଟ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।

ଏହା ଫଳରେ ପ୍ରାୟ ୩ରୁ ୪ ଘଣ୍ଟା ଧରି ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

Advertisment ସୂଚନା ଅନୁଯାୟୀ, ପୋଲସରା ଅଞ୍ଚଳର ଏକ ଟାଟା ଏସି (ନଂ.

ଓ ଡ଼ି -୦୭ - ୪୧୦୫ )ରେ ମହିଳା ସଂକୀର୍ତ୍ତନ ମଣ୍ଡଳୀଙ୍କୁ ନେଇ ଛତ୍ରପୁର ରୁ ବଡମାଧପୁର ଅଭିମୁଖେ ଯାଉଥିବା ବେଳେ ରିକାପଲ୍ଲୀ ରେଳ ଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ତିରୁଚିରାପଲ୍ଲୀ–ହାୱଡ଼ା ସୁପରଫାଷ୍ଟ ଟ୍ରେନ୍‌ ଯାତାୟାତ ପାଇଁ ରେଳ ଗେଟ୍ ବନ୍ଦ ଥିବା ସମୟରେ ଟାଟା ଏସିଟି ଗେଟ୍‌କୁ ଧକ୍କା ଦେଇଥିଲା।

ଗେଟ୍ ବନ୍ଦ ଥିବାବେଳେ ଦୁର୍ଘଟଣା ଘଟଣାରେ ରେଳ ଗେଟ୍‌ଟି ଭାଙ୍ଗିଯାଇଥିବା ବେଳେ କୌଣସି ଯାତ୍ରୀ ଆହତ ହୋଇନଥିବା ଛତ୍ରପୁର ଆର ପି ଏଫ ପକ୍ଷରୁ ସୂଚନା ମିଳିଛି।

ଘଟଣା ପରେ ଆର ପି ଏଫ ପକ୍ଷରୁ ଟାଟା ଏସି ଗାଡ଼ିକୁ ଜବତ କରାଯିବା ସହ ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ତଦନ୍ତ କରାଯାଉଛି।

ଦେଖିବି ନିର୍ବନ୍ଧ କେମିତି ହେବ: ଅନ୍ୟ ଯୁବତୀଙ୍କ ହାତ ଧରୁଥିଲେ ସ୍ୱାମୀ, ହଠାତ ପହଞ୍ଚିଗଲେ ପ୍ରଥମ ପତ୍ନୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)