Excise raid: ଅବକାରୀ ଚଢ଼ଉ ବେଳେ ୪ ଗିରଫ, ୯ ଶହ ଲିଟର ମଦ ଜବତ

Oct 24, 2026 - 22:54
Excise raid: ଅବକାରୀ ଚଢ଼ଉ ବେଳେ ୪ ଗିରଫ, ୯ ଶହ ଲିଟର ମଦ ଜବତ

କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ଅବକାରୀ ସ୍କ୍ବାଡ୍ ଓ ବିଭାଗୀୟ ପୁଲିସ ପକ୍ଷରୁ ଆଜି ସୁକିନ୍ଦା ଥାନା ଡୁବିଖାଲ, କଇଁଆଢିପ, ହରିପୁର ଓ ଜାମୁପଶି ଗାଁରେ ଚଢ଼ଉ କରାଯାଇ ୭ଟି କେସ୍‌ ରୁଜୁ କରାଯିବା ସହ ୪ ଜଣ ପେସାଦାର ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି।

ସେମାନଙ୍କ ଠାରୁ ୮୬୯ ଲିଟର ଚୋରା ଦେଶୀ ମହୁଲି ମଦ, ୧୬ ଲିଟର ବିଦେଶୀ ମଦ(ବିଅର) ଓ ଏକାଧିକ ଭାଟି ଭଙ୍ଗାଯାଇ ୭.୯ ମେଟ୍ରିକ ଟନ ମହୁଲଗୁଡ଼ ମିଶ୍ରିତ ପ‌ୋଚ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ କଇଁଆଢିପର ଅନାମ ମୁଣ୍ଡାଙ୍କ ପତ୍ନୀ ଯମୁନା ମୁଣ୍ଡା(୨୭), ହରିପୁର ଗାଁର ସ୍ବର୍ଗତ କାର୍ତ୍ତିକ ବାରିକଙ୍କ ପୁଅ ବଳରାମ ବାରିକ(୫୦) ଓ ସ୍ବର୍ଗତ କୁରୁପ ବାଉଳଙ୍କ ପୁଅ ମଧୁସୂଦନ ବାଉଳ(୬୦), ଜାମୁପଶିର ହଳଧର ରଣାଙ୍କ ପୁଅ ମିଲୁ ରଣା(୩୮)।

Advertisment ଅଭିଯୁକ୍ତ ଯମୁନା ଓ ମିଲୁ ଗତ ମାସ ଅବକାରୀ ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍‌ ଯାଇଥିଲେ।

ଜାମିନରେ ଆସି ପୁଣି ଚୋରା ମଦ ବେପାର କରୁଥିଲେ।

ଅବକାରୀ ଅଧୀକ୍ଷକ ଅଜୟ କୁମାର ବେ‌ହେରାଙ୍କ ନିର୍ଦ୍ଦେଶରେ ବିଭାଗୀୟ ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ଏସ୍ଆଇ ଭାରତୀ ନାୟକ ଓ ପ୍ରିୟମ୍ବିତା ଓଝା, ଏଏସ୍‌ଆଇ ଦେବକାନ୍ତ ଆଚାର୍ଯ୍ୟ, କନଷ୍ଟେବଲ୍‌ ସୁଚିସ୍ମିତା ନାୟକ, ରାକେଶ କୁମାର ମୁର୍ମୁ, ଧବଳେଶ୍ବର ମହାନ୍ତି ଓ ଗଣେଶ ଦଣ୍ଡପାଟ ସାମିଲ ଥିଲେ।

କଲୁଙ୍ଗା ଶିଳ୍ପାଞ୍ଚଳରେ ବଢ଼ୁଛି ଚୋରା ମଦ ଓ ସ୍କ୍ରାପ୍‌ କାରବାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)