Accident: କାର ସହ ମୁହାଁମୁହିଁ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
ଚମ୍ପୁଆ (ପରମା ନନ୍ଦ ମହାନ୍ତ): କାର ସହିତ ବାଇକ୍ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ। କେନ୍ଦୁଝରଜିଲ୍ଲା ବାରିଆ ଥାନା ଚମ୍ପୁଆ ବାଉଁଶୁଳି ରାସ୍ତାରେ ଗିଧିବାସ ନିକଟରେ ଚମ୍ପୁଆ ପଟୁ ଆସୁଥିବା କାର ସହିତ ଉଖୁଣ୍ଡା ପଟୁ ଯାଉଥିବା ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ରେ ଥିବା ଦୁଇ ଆରୋହୀଙ୍କ ମୃତ୍ୟୁ ହୋଇଛି।
ଦୁର୍ଘଟଣାରେ କାରରେ ଥିବା ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ବାରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ଦୁଇ ଜଣ ଝାରଖଣ୍ଡର ନରସିଂହପୁର ଗ୍ରାମର ଶୈଳେଶ ଗୋପ ଓ ରମେଶ ଗୋପ ବୋଲି ଜଣା ପଡିଛି।
Plane Crash: ଫ୍ରାନ୍ସରେ ବେସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ: ୧୧ ମୃତ