AC: ରାସନ୍ କାର୍ଡଧାରୀଙ୍କୁ ମାଗଣାରେ ମିଳିବ ଏୟାର କଣ୍ଡିସନର! ଭାଇରାଲ୍ ଭିଡିଓ ସମ୍ପୂର୍ଣ୍ଣ ମିଛ, ସ୍ପଷ୍ଟ କଲା PIB

Sep 15, 2026 - 18:33
AC: ରାସନ୍ କାର୍ଡଧାରୀଙ୍କୁ ମାଗଣାରେ ମିଳିବ ଏୟାର କଣ୍ଡିସନର! ଭାଇରାଲ୍ ଭିଡିଓ ସମ୍ପୂର୍ଣ୍ଣ ମିଛ, ସ୍ପଷ୍ଟ କଲା PIB

"ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ସୂଚନା ସେୟାର କରିବା ପୂର୍ବରୁ ସାବଧାନ!

କାରଣ ଆଜିକାଲି ଇଣ୍ଟରନେଟ୍‌ରେ ବିଭିନ୍ନ ପ୍ରକାରର ମିଥ୍ୟା ଓ ଭ୍ରାମକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ନିକଟରେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଭିଡିଓ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁଥିରେ ପ୍ରତ୍ୟେକ ରାସନ୍ କାର୍ଡଧାରୀଙ୍କୁ ମାଗଣାରେ ଗୋଟିଏ ଲେଖାଏଁ ଏୟାର କଣ୍ଡିସନର (AC) ଯୋଗାଇ ଦିଆଯିବ ବୋଲି ଦାବି କରାଯାଉଛି।Advertisment ତେବେ କେନ୍ଦ୍ର ସରକାରଙ୍କ ତଥ୍ୟ ଯାଞ୍ଚକାରୀ ସଂସ୍ଥା "PIB Fact Check" ଏହି ଦାବିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି ସ୍ପଷ୍ଟ କରିଛି।

ପିଆଇବି ଫ୍ୟାକ୍ଟ ଚେକ୍ ପକ୍ଷରୁ ସୋସିଆଲ ମିଡିଆ 'X' (ପୂର୍ବରୁ ଟ୍ୱିଟର) ମାଧ୍ୟମରେ ସୂଚନା ଦିଆଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏଭଳି କୌଣସି ଯୋଜନା ନାହିଁ କିମ୍ବା ଘୋଷଣା କରାଯାଇ ନାହିଁ।

ଇନଷ୍ଟାଗ୍ରାମ୍ ଆକାଉଣ୍ଟ mistri_bhau12 ଦ୍ୱାରା କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରି ଏହି ଫେକ୍ (ନକଲି) ଭିଡିଓ ତିଆରି କରାଯାଇଛି।

ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏହା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା।

ଆହୁରି ପଢନ୍ତୁ: MLA Parag Shah: ଦିନକ ପାଇଁ ଭିକାରି ସାଜି ମୁମ୍ବାଇ ରାସ୍ତାରେ ବୁଲିଲେ ବିଧାୟକ ଏଭଳି ମିଥ୍ୟା ଓ ଭ୍ରାମକ ଦାବି ପ୍ରତି ସଜାଗ ରହିବାକୁ PIB ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ଇଣ୍ଟରନେଟ୍‌ରେ ଦେଖୁଥିବା ପ୍ରତ୍ୟେକ ଭିଡିଓ କିମ୍ବା ଖବରକୁ ସତ ବୋଲି ନ ଭାବି, ସରକାରୀ ୱେବସାଇଟ୍ କିମ୍ବା ବିଶ୍ୱସନୀୟ ଉତ୍ସରୁ ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ଆବଶ୍ୟକ।

ଏହିପରି ଭାଇରାଲ ଭିଡିଓ କିମ୍ବା ଲିଙ୍କ୍ ଆଧାରରେ ନିଜର ବ୍ୟକ୍ତିଗତ ତଥ୍ୟ କାହା ସହ ସେୟାର ନ କରିବାକୁ ସାବଧାନ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)