ABVP Protest ରାଇରଙ୍ଗପୁର କଲେଜରେ ବିଭିନ୍ନ ସମସ୍ୟା ନେଇ ଏବିଭିପିର ଧାରଣା, ୧୫ ଦିନରେ ସମାଧାନ ପ୍ରତିଶ୍ରୁତି

Sep 07, 2026 - 21:02
ABVP Protest ରାଇରଙ୍ଗପୁର କଲେଜରେ ବିଭିନ୍ନ ସମସ୍ୟା ନେଇ ଏବିଭିପିର ଧାରଣା, ୧୫ ଦିନରେ ସମାଧାନ ପ୍ରତିଶ୍ରୁତି

"ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟାର ସମାଧାନ ସହ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଦାବିରେ ଏବିଭିପି ପକ୍ଷରୁ ଧାରଣା ଦିଆଯାଇଛି ।

ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣାରେ ବସିବା ସହ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆଶ୍ୱାସନ ପରେ ଧାରଣା ପ୍ରତ୍ୟାହାର କରାଯାଇଥିଲା ।

Advertisment ABVP meet ଶିକ୍ଷାଗତ ବିକୃତି ଏବଂ ସହରୀୟ ନକ୍ସଲବାଦ ବିରୋଧରେ ଲଢ଼ିବ ଏବିଭିପି ରାଇରଙ୍ଗପୁର ମହାବିଦ୍ୟାଳୟରେ "ସେଲ୍ଫ ଫାଇନାନ୍ସିଂ" ବିଷୟରେ ନିୟମିତ ପାଠପଢ଼ା ବ୍ୟବସ୍ଥା କରିବା ସହ ଆଇଟି,ଲଜିକ, ଏଜୁକେଶନ, ସାନ୍ତାଳୀ, ସଂସ୍କୃତ ଓ ହିନ୍ଦୀ ଭଳି ବିଷୟରେ ଉପଯୁକ୍ତ ଶିକ୍ଷା ସୁଯୋଗ ପ୍ରଦାନ ଦାବି କରିଛି ଏବିଭିପି ।

ଏଥିସହ ନୂତନ ନିଯୁକ୍ତ ଛାତ୍ରାବାସ କର୍ମଚାରୀଙ୍କ ଦାୟିତ୍ୱ ସୁଚାରୁ ଭାବେ ପାଳନ ଏବଂ ଛାତ୍ରାବାସରେ ଆବଶ୍ୟକ ମୌଳିକ ସୁବିଧା ଯୋଗାଇବାକୁ ମଧ୍ୟ ଦାବି ରହିଛି ।

ସେହିପରି ମହାବିଦ୍ୟାଳୟ ପରିସରରେ ଖେଳକୁଦ ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ କାର୍ଯ୍ୟକଳାପ ପାଇଁ ଭିତ୍ତିଭୂମି ବିକାଶ, ଛାତ୍ରୀମାନଙ୍କ ପାଇଁ ଛାତ୍ରୀଙ୍କ କମନ୍ ରୁମ୍ ନିର୍ମାଣ ଏବଂ ଲାଇବ୍ରେରୀରେ ପର୍ଯ୍ୟାପ୍ତ ପୁସ୍ତକ ଉପଲବ୍ଧ କରାଇବାକୁ ଦାବି କରିଛି ସଂଗଠନ।

ABVP Event Rourkela ଏବିଭିପି କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ସାରଦା ନାୟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗାଡ଼ିରେ ଆସିଲେ ଏଥିସହ ପାଠପଢ଼ା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ଏବଂ ପିଏମଏ -୨ ଛାତ୍ରାବାସରେ ପାନୀୟ ଜଳର ସୁବିଧା ଯୋଗାଇବାକୁ ମଧ୍ୟ ଦାବି କରାଯାଇଛି।

ଛାତ୍ରଛାତ୍ରୀଙ୍କ ଦାବି ଓ ଅଭିଯୋଗକୁ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ମନହର ବାରିକ୍ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

ସେଠାରୁ ଫେରିବା ପରେ ଉପ ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଥିବା ପ୍ରତିଶ୍ରୁତିକୁ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେଇଥିଲେ।

ଏହାପରେ ଏବିଭିପି ପକ୍ଷରୁ ଧାରଣା ପ୍ରତ୍ୟାହାର କରାଯିବା ସହ ମହାବିଦ୍ୟାଳୟର ଫାଟକ ଖୋଲାଯାଇଥିଲା।

ଧାରଣା ସମୟରେ ଏବିଭିପିର ସଭାପତି ମନୀଷ କୁମାର ପାତ୍ର, ଦୀପକ କୁମାର ମାଝୀ, ପ୍ରିନ୍ସ ବେହେରା, ସିଦ୍ଧି ସାମଲ, ବର୍ଷା ଘୁନିଆଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)