Abilitysport Youth Games: ବିଶ୍ବ ଆବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ା: ଆକାଶ, ବିଭାସିନ୍ଧୁଙ୍କ ଚମକ
"ଭୁବନେଶ୍ବର: ତୁର୍କିଏର ମେର୍ସିନଠାରେ ଆୟୋଜିତ ବିଶ୍ବ ଆବିଲିଟିସ୍ପୋର୍ଟ ଯୁବ କ୍ରୀଡ଼ାରେ ଓଡ଼ିଶା ପାରା ବ୍ୟାଡ୍ମିଣ୍ଟନ୍ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ ଓ ବିଭାସିନ୍ଧୁଚ ବାରିକ ନିଜର ଚମକ ଦେଖାଇଛନ୍ତି।
ଉଭୟ ୩ ଲେଖାଏଁ ପଦକ ସହ ମୋଟ ୬ ପଦକ ଜିତି ରାଜ୍ୟ ଓ ଦେଶ ପାଇ ଗୌରବ ଆଣିଛନ୍ତି।
ଆକାଶ ପୁରୁଷ ଏକକ (ଏସ୍ଏଲ୍୩) ଓ ମିଶ୍ରିତ ଯୁଗଳ (ଏସ୍ଏଲ୍୩-ଏସ୍ୟୁ୫)ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ପୁରୁଷ ଯୁଗଳ (ଏସ୍ଏଲ୍୩-ଏସ୍ୟୁ୫)ରେ ରୌପ୍ୟ ପଦକ ପାଇଥିଲେ।Advertisment ସେହିପରି ବିଭାସିନ୍ଧୁ ପୁରୁଷ ଯୁଗଳ (ଏସ୍ଏଲ୍୩-ଏସ୍ୟୁ୫)ରେ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ପୁରୁଷ ଏକକ (ଏସ୍ଏଲ୍୩)ରେ ରୌପ୍ୟ ଓ ମିଶ୍ରିତ ଯୁଗଳ (ଏସ୍ଏଲ୍୩-ଏସ୍ୟୁ୫)ରେ କାଂସ୍ୟ ପାଇଥିଲେ।
ଉଭୟଙ୍କ ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ, ଓଡ଼ିଶା ପାରା କ୍ର୍ରୀଡ଼ା ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
"